ସରିଲା ମହିଳା ୱେଲ୍ଡିଂ ଲିଗ୍‌

ଭୁବନେଶ୍ୱର, ୧୨ା୩(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ସି.ଭି. ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଚାଲିଥିବା ଜାତୀୟ ମହିଳା ୱେଲ୍ଡିଂ ଲିଗ୍‌ ଉଦ୍‌ଯାପିତ ହୋଇଯାଇଛି। ଫ୍ରୋନିୟସ୍‌ ଭାରତୀୟ ଘରୋଇ ସଂସ୍ଥାର ଅଧ୍ୟକ୍ଷ ବିଶ୍ୱନାଥ କାମାଥ୍‌ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। ଏଥିରେ ହରିୟାଣାର ଶ୍ରୀବିଶ୍ୱକର୍ମା ବିଶ୍ୱବିଦ୍ୟାଳୟ, ତାମିଲନାଡ଼ୁ ବନାରି ଅମନ ଇନଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି ସହ ରାଜସ୍ଥାନ, ମହାରାଷ୍ଟ୍ର ଓ ଦେଶର ଅନ୍ୟାନ୍ୟ ପ୍ରାନ୍ତରୁ ପ୍ରଥମ ପର୍ଯ୍ୟାୟରେ ୨୦୦ ମହିଳା ଓ୍ବେଲ୍ଡିଂ ଇଞ୍ଜିନିୟର ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ୩୦ଜଣ ଅନ୍ତିମ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହୋଇ ସେମାନଙ୍କ ଓ୍ବେଲ୍ଡିଂ କୌଶଳ ପ୍ରଦର୍ଶନ କରିଥିଲେ। ରାଜ୍ୟର ବିଭିନ୍ନ ସରକାରୀ ତଥା ଘରୋଇ ଆଇଟିଆଇ, ପଲିଟେକନିକ୍‌ର ଛାତ୍ରୀଙ୍କ ସହ ହୋଣ୍ଡା ମୋଟର୍ସର ଓ୍ବେଲ୍ଡିଂ ଇଞ୍ଜିନିୟରମାନେ ଭାଗ ନେଇଥିଲେ। ପ୍ରତିଯୋଗିତାକୁ ଓ୍ବାଲର୍‌ଡ ସ୍କିଲ ଏକ୍ସପର୍ଟ କ୍ଲିଫର ବେଲେ ମୁଖ୍ୟବିଚାରକ ଭାବେ ଯୋଗଦେଇଥିଲେ।
ବିଶ୍ୱବିଦ୍ୟାଳୟରେ ଓ୍ବାଲର୍‌ଡ ସ୍କିଲ ୱେଲ୍ଡିଂ ପାଇଁ ପ୍ରଶିକ୍ଷଣ ନେଉଥିବା ଭୁବନେଶ୍ୱର ସରକାରୀ ଆଇଟିଆଇର ଛାତ୍ରୀ ଉର୍ମିଳା ନାୟକ, କାମିନୀ କୁମାରୀ ରାମ, କେ. ବେହେରା, ପୂଜା ସ୍ବାଇଁ ଯଥାକ୍ରମେ ସ୍ବର୍ଣ୍ଣ, ରୌପ୍ୟ ଓ ମେଡାଲିୟନ ଅଫ୍‌ ଏକ୍ସିଲେନ୍ସ ପଦକ ଜିତିିଥିଲେ। ସି.ଭି. ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟର ମେକାନିକାଲ ବିଭାଗ ଛାତ୍ରୀ ଆପ୍ତି ଭ୍ୟାସ ବ୍ରୋଞ୍ଜ ପଦକ, ଶ୍ରୀବିଶ୍ୱକର୍ମା ବିଶ୍ୱବିଦ୍ୟାଳୟ ହରିୟାଣାର ଛାତ୍ରୀ ମନିଷା, ଲାଡଲି ଓ ବନାରି ଅମନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ତାମିଲନାଡୁର ଭିନୁ ପ୍ରିଥା ଏସ୍‌ ନିଜର କୌଶଳ ପ୍ରଦର୍ଶନ ପାଇଁ ମେଡାଲିୟନ ଅଫ୍‌ ଏକ୍ସିଲେନ୍ସରେ ପୁରସ୍କୃତ ହୋଇଥିଲେ। ସାମଗ୍ରିକ ଭଲ ପ୍ରଦର୍ଶନ ପାଇଁ ସିଭି ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟ ଚାମ୍ପିୟନ ହୋଇଥିଲା। ସମସ୍ତ ଛାତ୍ରୀ କ୍ୟାପିଟାଲ ଗୁଡ୍‌ସ ସେକ୍ଟର ସ୍କିଲ୍‌ କାଉନସିଲ ଦ୍ୱାରା ସ୍କିଲ୍‌ ସାର୍ଟିଫିକେଟ ପାଇଥିଲେ। ପ୍ରତିଯୋଗିତାର ଉଦ୍‌ଯାପନ ଉତ୍ସବରେ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ୱ୍ବେଲ୍ଡିଙ୍ଗ୍‌ (ଆଇଆଇଡବ୍ଲୁ)ର ସଭାପତି ପରିମଲ୍‌ ବିଶ୍ୱାସ, କ୍ୟାପିଟାଲ ଗୁଡ୍‌ସ ସେକ୍ଟର ସ୍କିଲ୍‌ କାଉନ୍‌ସିଲର ସିଓଓ ସାଲିନି ସିଂ, ଟେକ୍ନୋଲୋଜି ଆଣ୍ଡ୍‌ ଏକାଡେମିକ୍‌ ଇନିସିଏଟିଭ୍‌ର ଡାଇରେକ୍ଟର ଡ. ଓମ୍‌କାର ନାଥ ମହାନ୍ତି, ସାବତ ଏକ୍ସପୋର୍ଟ ପ୍ରାଇଭେଟ ଲିମିଟେଡ ଅଧ୍ୟକ୍ଷ ଅମ୍ରିତା ସାବତ ଏବଂ ଆଇଆଇଡବ୍ଲୁର ସେକେଟ୍ରାରୀ ଜେନେରାଲ ରିତୁ ରାଜ ବୋଷ ଯୋଗଦେଇ ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।
ଏହି ପ୍ରତିଯୋଗିତା କେବଳ ଛାତ୍ରୀଙ୍କ ମଧ୍ୟରେ ମେଡାଲ ଜିତିବା ପାଇଁ ନୁହେଁ, ବରଂ ସେମାନଙ୍କ ମଧ୍ୟରେ ଉତ୍ସାହ ଜାଗ୍ରତ କରି ଠିକ୍‌ ମାର୍ଗଦର୍ଶନ ପାଇ ଜୀବନରେ ଉନ୍ନତି କରିବା ଉଦ୍ଦେଶ୍ୟରେ ଆୟୋଜିତ ହୋଇଥିଲା ବୋଲି ସି.ଭି. ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟ ସଭାପତି ସଞ୍ଜୀବ କୁମାର ରାଉତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ସୃଷ୍ଟିହେଲା ୨ଟି ଘୂର୍ଣ୍ଣିବଳୟ, ୧୨ଜିଲାରେ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୧।୯: ବଙ୍ଗୋପସାଗର ଓ ତତ୍‌ ସଂଲଗ୍ନ ଅଞ୍ଚଳରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ୨୩ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri