ଭୁବନେଶ୍ୱର, ୭।୧ (ସ୍ପୋଟର୍ସ ବ୍ୟୁରୋ)- କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସର୍ବଭାରତୀୟ ଆନ୍ତଃ ଜୋନ୍ ବିଶ୍ୱବିଦ୍ୟାଳୟ (ପୁରୁଷ) ଭଲିବଲ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି। ସୋମବାର ଖେଳାଯାଇଥିବା ଫାଇନାଲ ମ୍ୟାଚ୍ରେ ଏସ୍ଆର୍ଏମ୍ ବିଶ୍ୱବିଦ୍ୟାଳୟ (ଚେନ୍ନାଇ)କୁ ପରାସ୍ତ କରି କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟ ଚାମ୍ପିୟନ ହୋଇଛି। ସେହିଭଳି କାଲିକଟ ବିଶ୍ୱବିଦ୍ୟାଳୟକୁ ହରାଇ ମହାତ୍ମାଗାନ୍ଧୀ ବିଶ୍ୱବିଦ୍ୟାଳୟ (କୋଟ୍ଟାୟମ) ୩ୟ ସ୍ଥାନ ହାସଲ କରିଛି। ଅର୍ଜୁନ ତଥା ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ଏ. ରମନ ରାଓ (ପର୍ଯ୍ୟବେକ୍ଷକ, ଏଆଇୟୁ), ଅର୍ଜୁନ ପୁରସ୍କାର ବିଜେତା ଦଲେଲ ସିଂ (ପର୍ଯ୍ୟବେକ୍ଷକ, ଏଆଇୟୁ), ରଶ୍ମିତା ମହାନ୍ତି (ଆସିଷ୍ଟାଣ୍ଟ କ୍ରୀଡ଼ା ନିର୍ଦ୍ଦେଶିକା, କିଟ୍) ଓ ସଞ୍ଜୟ ଗଡ଼ନାୟକ (ମୁଖ୍ୟ ଆଥ୍ଲେଟିକ କୋଚ୍, କିଟ୍) ପ୍ରମୁଖ ଅତିଥିଭାବେ ଉପସ୍ଥିତ ରହି ପୁରସ୍କାର ବିତରଣ କରିଥିଲେ। କିଟ୍ ଓ କିସ୍ର ପ୍ରତିଷ୍ଠାତା ତଥା ଏମ୍ପି ପ୍ରଫେସର ଅଚ୍ୟୁତ ସାମନ୍ତ ଆଗାମୀ ପ୍ରତିଯୋଗିତା ପାଇଁ ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।
Posted inଖେଳ