ସହାୟକ ହୋଇପାରେ ୟୁଭି ଲ୍ୟାମ୍ପ୍‌

ନ୍ୟୁୟର୍କ,୧୧ା୫: ବିପଜ୍ଜନକ ଭାଇରସ୍‌କୁ ମାରିବା ପାଇଁ ଷ୍ଟେଶନ, ଉଡ଼ାଜାହାଜ ଓ ସ୍କୁଲଗୁଡ଼ିକରେ ଏକ ନୂଆ ପ୍ରକାର ଅତିବାଇଗଣି (ୟୁଭି) ଲ୍ୟାମ୍ପ୍‌ ବ୍ୟହବାର କରାଯାଇପାରିବ, ଯାହାକି କୋଭିଡ୍‌-୧୯ ବିରୋଧୀ ଲଢ଼େଲରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ। କଲମ୍ବିଆ ୟୁନିଭର୍ସିଟିର ଗବେଷକମାନେ ଦୀର୍ଘବର୍ଷ ହେଲା ଏଭଳି ଲ୍ୟାମ୍ପର ବ୍ୟବହାର ଉପରେ ଗବେଷଣା ଚଳାଇଛନ୍ତି। ସେମାନଙ୍କ ଉଦ୍ୟମର ମୂଲ୍ୟ ବର୍ତ୍ତମାନ ମହାମାରୀ ସମୟରେ ମିଳିପାରେ।
ବୀଜାଣୁ, ଭୂତାଣୁ ଓ ଫିମ୍ପି ନଷ୍ଟ କରିବା ପାଇଁ ହସ୍ପିଟାଲ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ୟୁଭିସି(ଅତିବାଇଗଣି ବୀଜାଣୁନାଶକ ବିକିରଣ, ଯାହାର ଓ୍ବେଭ୍‌ଲେନ୍‌ଥ ବା ତରଙ୍ଗ ଦୈର୍ଘ୍ୟ ୨୦୦ରୁ ୨୮୦ ନାନୋମିଟର ମଧ୍ୟରେ ରହିଥାଏ) ଲ୍ୟାମ୍ପ୍‌ ବହୁ ପୂର୍ବରୁ ବ୍ୟବହୃତ ହୋଇଆସୁଛି। ତେଣୁ ଏହି ପ୍ରଯୁକ୍ତିବିଦ୍ୟା ବର୍ତ୍ତମାନ ସମୟରେ ଗୁରୁତ୍ୱବହନ କରୁଛି। କିନ୍ତୁ ୟୁଭିସି ଲ୍ୟାମ୍ପ୍‌ର ରଶ୍ମି ବିପଜ୍ଜନକ, ଯାହା ଚର୍ମ କର୍କଟ ଏବଂ ଚକ୍ଷୁ ସମସ୍ୟା ସୃଷ୍ଟି କରିଥାଏ। କେହି ଉପସ୍ଥିତ ନ ଥିବା ସମୟରେ ଏହାକୁ ବ୍ୟବହାର କରାଯାଇପାରିବ। ଚାଇନାକୁ ଅନୁସରଣ କରି ନ୍ୟୁୟର୍କ ମେଟ୍ରୋ ଷ୍ଟେଶନରେ ୟୁଭି ଲ୍ୟାମ୍ପ୍‌ ବ୍ୟବହାର କରିବାକୁ ଯୋଜନା କରାଯାଇଛି। ଫଳରେ ଟ୍ରେନଗୁଡ଼ିକୁ ଭୂତାଣୁମୁକ୍ତ କରାଯାଇପାରିବ। କିନ୍ତୁ ଏହି କାର୍ଯ୍ୟ କେବଳ ରାତିରେ ବନ୍ଦ ସମୟରେ କରାଯିବାକୁ ଯୋଜନା ରହିଛି।
କଲମ୍ବିଆର ସେଣ୍ଟର ଫର୍‌ ରେଡିଓଲୋଜିକାଲ ରିସର୍ଚ୍ଚ ଟିମ୍‌ ‘ଫାର୍‌-ୟୁଭିସି’କୁ ନେଇ ପରୀକ୍ଷଣ କରୁଛନ୍ତି, ଯାହାର ତରଙ୍ଗ ଦୈର୍ଘ୍ୟ ହେଉଛି ୨୨୨ ନାନୋମିଟର। ଏହା ମଣିଷ ପାଇଁ ନିରାପଦ ହେବ ଏବଂ ଭୂତାଣୁ ଲାଗି ଘାତକ ସାଜିବ। ସେହି ଫ୍ରିକ୍ୟୁଏନ୍ସିର ରଶ୍ମି ଚର୍ମ ଓ ଆଖି ପୃଷ୍ଠରେ ପ୍ରବେଶ କରିପାରିବ ନାହିଁ ବୋଲି ଏହି ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ ଡାଭିଡ୍‌ ବ୍ରେନେର ବିଶ୍ୱସ୍ତରୀୟ ନ୍ୟୁଜ୍‌ ଏଜେନ୍ସି ‘ଏଏଫ୍‌ପି’କୁ କହିଛନ୍ତି। ଏହାର ଅର୍ଥ ହେଲା ଉକ୍ତ ୟୁଭିସି ଲ୍ୟାମ୍ପ ବନ୍ଦ ଏବଂ ଜନଗହଳିପୂର୍ଣ୍ଣ ସ୍ଥାନରେ ବ୍ୟବହୃତ ହୋଇପାରେ, ଯେଉଁଠାରେ ସଂକ୍ରମଣର ବିପଦ ଅଧିକ ରହିଥାଏ।
୨୦୧୩ରେ କଲମ୍ବିଆ ଟିମ୍‌ ଔଷଧ ପ୍ରତିରୋଧକ ଜୀବାଣୁ ଉପରେ ‘ଫାର୍‌- ୟୁଭିସି’ର ପ୍ରଭାବ ସମ୍ପର୍କରେ ଅଧ୍ୟୟନ ଆରମ୍ଭ କରିଥିଲେ। ଏହାପରେ ସେମାନେ ଫ୍ଲୁ ଭାଇରସ୍‌ ସମେତ କେତେକ ଭୂତାଣୁ ବିରୋଧରେ ଏହି ରଶ୍ମି ବ୍ୟବହାର କରି ପରୀକ୍ଷା କରିଥିଲେ। ବର୍ତ୍ତମାନ ସେମାନେ କରୋନା ଭାଇରସ୍‌ ପ୍ରତି ଧ୍ୟାନକେନ୍ଦ୍ରିତ କରିଛନ୍ତି। ବ୍ରେନେର କହିଛନ୍ତି ଯେ, ମହା ସଂକ୍ରାମକ କରୋନା ଭାଇରସ୍‌ ଉପରେ ୟୁଭିସିର ପ୍ରଭାବ ପରୀକ୍ଷା କରିବାକୁ ତାଙ୍କ ଟିମ୍‌ ଉପକରଣ ଧରି କଲମ୍ବିଆର ଏକ ଉଚ୍ଚ ସୁରକ୍ଷିତ ବାୟୋ ଲାବରେଟୋରିକୁ ଯାଇଥିଲା। ପ୍ରାୟ ୪ ସପ୍ତାହ ତଳୁ ପରୀକ୍ଷଣ ଆରମ୍ଭ ହୋଇଥିବାବେଳେ ୟୁଭିସି ରଶ୍ମି କିଛି ମିନିଟ୍‌ ମଧ୍ୟରେ ପୃଷ୍ଠଭାଗର ଭାଇରସ୍‌କୁ ନଷ୍ଟ କରିଦେଉଛି ବୋଲି ବ୍ରେନେର କହିଛନ୍ତି। କରୋନା ସଂକ୍ରମିତ ବ୍ୟକ୍ତିଙ୍କ କାଶ କିମ୍ବା ଛିଙ୍କ ଦ୍ୱାରା ବାୟୁ ପ୍ରଭାବିତ ହେଉଛି। ତେଣୁ କଲମ୍ବିଆ ଟିମ୍‌ ବାୟୁରେ ଥିବା ଭୂତାଣୁ ଉପରେ ଏହି ରଶ୍ମି ପରୀକ୍ଷା କରିବାକୁ ଯୋଜନା କରିଛି।
ଏହି ରଶ୍ମି ମାନବ ପାଇଁ କ୍ଷତିକାରକ ନୁହେଁ ବୋଲି ନିଶ୍ଚିତ କରିବାକୁ ପରୀକ୍ଷା ଚାଲିଛି। ଏଥିପାଇଁ ୪୦ ସପ୍ତାହ ହେଲା ଲାବ୍‌ରେ ମୂଷାମାନଙ୍କ ଉପରେ ‘ଫାର୍‌-ୟୁଭିସି’ ରଶ୍ମିର ପ୍ରଭାବ ପରୀକ୍ଷଣ କରାଯାଉଛି। ମଣିଷ ଉପରେ ଯେଉଁ ତୀବ୍ରତାର ରଶ୍ମି ବ୍ୟବହାର କରାଯିବାକୁ ଚିନ୍ତା କରାଯାଉଛି, ତାହାର ୨୦ଗୁଣ ଅଧିକ ତୀବ୍ର ରଶ୍ମି ମୂଷାଙ୍କ ଉପରେ ପରୀକ୍ଷଣ କରାଯାଇଛି। ତାହା ମଧ୍ୟ ଦିନକୁ ୮ ଘଣ୍ଟା ଏବଂ ସପ୍ତାହରେ ୫ ଦିନ। ଏହି ପ୍ରୟୋଗରୁ ଉକ୍ତ ମୂଷାମାନଙ୍କ ଆଖି ଓ ଚର୍ମରେ କୌଣସି ପ୍ରତିକ୍ରିୟା ଦେଖିବାକୁ ମିଳି ନ ଥିଲା। ସେମାନେ ଖୁସି ଥିବା ଦେଖିଥିଲୁ। ଏହି ପରୀକ୍ଷାନିରୀକ୍ଷା ଆଉ ୨୦ ସପ୍ତାହ ପର୍ଯ୍ୟନ୍ତ ଜାରି ରଖିବାକୁ ସ୍ଥିର ହୋଇଛି ବୋଲି ବ୍ରେନେର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ସକାଳେ ପିଇବେ ଲେମ୍ବୁ ପାଣି

ଆମର ଅନିୟମିତ ଜୀବନ ଶୈଳୀ ଏବେ ଆମକୁ ଅନେକ ରୋଗ ମୁହଁକୁ ଠେଲି ଦେଉଛି। ଅସମୟରେ ଅନେକେ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛନ୍ତି। ହେଲେ...

ନିଜକୁ କାହିଁକି ‘ଫର୍ଟିଲାଇଜେସନ ପ୍ରେସିଡେଣ୍ଟ’ ବୋଲି କହିଲେ ଟ୍ରମ୍ପ? ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ଓ୍ବାଶିଂଟନ,୨୭।୩: ନିକଟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଅଜବ ବୟାନ ଦେଇଛନ୍ତି, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ହ୍ବାଇଟ ହାଉସରେ ମହିଳା ଇତିହାସ ମାସ...

କିମଙ୍କ ନୂଆ କାରନାମା! AI ବ୍ୟବହାର କରି ତିଆରି କଲେ ବିପଜ୍ଜନକ ଅସ୍ତ୍ର

ସିଓଲ,୨୭।୩: ଉତ୍ତର କୋରିଆର ନେତା କିମ ଜଙ୍ଗ ଉନ କୃତ୍ରିମ ବୁଦ୍ଧିମତ୍ତା (AI) ପ୍ରଯୁକ୍ତିବିଦ୍ୟାରେ ସଜ୍ଜିତ ଏକ ଆତ୍ମଘାତୀ ଡ୍ରୋନର ପରୀକ୍ଷଣ ତଦାରଖ କରିଥିଲେ ଏବଂ...

ବୁଡ଼ିଗଲା ବୁଡ଼ାଜାହାଜ: ୬ ଗବେଷକଙ୍କ ମୃତ୍ୟୁ, ୯ ଆହତ

ଇଜିପ୍ଟ,୨୭ା୩: ଗୁରୁବାର ଇଜିପ୍ଟର ଲୋହିତ ସାଗରର ହୁରଘାଡା ସହର ଉପକୂଳରେ ଏକ ବୁଡ଼ାଜାହାଜ ବୁଡ଼ି ଯାଇଛି। ଏହି ଭୟଙ୍କର ଘଟଣାରେ ଅତି କମ୍‌ରେ ୬ ଜଣଙ୍କର...

ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ଆୟୁଷ୍ମାନ ଭାରତ’ ଯୋଜନାକୁ ପ୍ରଶଂସାରେ ପୋତି ପକାଇଲା ଜାତିସଂଘ

ନ୍ୟୁୟର୍କ,୨୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ସ୍ବାସ୍ଥ୍ୟକର ଭାରତ ମିଶନ’ ଅଧୀନରେ ଦେଶବ୍ୟାପୀ ଚାଲିଥିବା ବିଭିନ୍ନ ସ୍ବାସ୍ଥ୍ୟ ଯୋଜନା ଦେଶରେ ବ୍ୟାପକ ପରିବର୍ତ୍ତନ ଆଣିଛି। ସମଗ୍ର ବିଶ୍ୱ...

ମୋଦିଙ୍କ କଥା ରଖିଲେ ପୁଟିନ: ଭାରତ ଆସିବା ପୂର୍ବରୁ କହିଦେଲେ ଏମିତି କଥା

ନୂଆଦିଲ୍ଲୀ/ମସ୍କୋ,୨୭।୩: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଖୁବ୍‌ଶୀଘ୍ର ଭାରତ ଗସ୍ତରେ ଆସିବେ। ରୁଷିଆ-ୟୁକ୍ରେନ ଯୁଦ୍ଧ ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ହେବ। ପ୍ରଧାନମନ୍ତ୍ରୀ...

କିଛିଦିନ ମଧ୍ୟରେ ପୁଟିନଙ୍କର ହେବ ମୃତ୍ୟୁ, ବଡ଼ ଦାବି କଲେ ଜେଲେନସ୍କି

କ୍ୱିଭ୍‌,୨୭।୩: ରୁଷିଆ ରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଏବେ ୟୁକ୍ରେନର ରାଷ୍ଟ୍ରପତି ମଧ୍ୟ ତାଙ୍କ ସମ୍ପର୍କରେ ଏକ ନୂତନ ଦାବି କରିଛନ୍ତି। ରୁଷିଆ...

ଆସୁଛି ବଡ଼ ବିପଦ: ୨୦୩୦ ସୁଦ୍ଧା ମୃତ୍ୟୁକୁ ସାମ୍ନା କରିବେ ୩୦ ଲକ୍ଷରୁ ଅଧିକ ଲୋକ, ସତର୍କ କଲେ ବୈଜ୍ଞାନିକ

କାନବେରା/ନୂଆଦିଲ୍ଲୀ,୨୭ା୩: ୨୦୩୦ ସୁଦ୍ଧା ୩୦ ଲକ୍ଷରୁ ଅଧିକ ଲୋକ ମୃତ୍ୟୁର ସାମ୍ନା କରିବେ। ଗୁରୁବାର ସଦ୍ୟ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ବୈଜ୍ଞାନିକମାନେ ସତର୍କ ସୂଚନା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image