ଆଜିକାଲି ଗାଡ଼ିମୋଟର ସଂଖ୍ୟା ବୃଦ୍ଧି ପାଉଥିବାରୁ ଲୋକେ ସାଇକେଲ ଚଳାଇବା ଏକପ୍ରକାର ଭୁଲିଗଲେଣି। ମାତ୍ର ସାଇକେଲ ଚାଳନା ସ୍ବାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ଲାଭଦାୟକ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। ପ୍ରତିଦିନ କିଛି ବାଟ ସାଇକେଲ ଚଳାଇଲେ ହୃଦ୍ଘାତ ଆଶଙ୍କା ଦୂର ହୋଇଥାଏ। ଏହି ଗବେଷଣା ୟୁନିଭର୍ସିଟି ଅଫ୍ ଲିଡ୍ସ((University of Leeds) ପକ୍ଷରୁ କରାଯାଇଛି।
ପ୍ରାୟ ୪.୩ କୋଟି ଲୋକଙ୍କ ଉପରେ ଏକ ଅଧ୍ୟୟନ କରାଯିବା ପରେ ବିଶେଷଜ୍ଞ ଦଳ କହିଛନ୍ତି, ଯେଉଁ ଲୋକ ପାଦରେ ଚାଲି ଯାଇଥାନ୍ତି ବା ସାଇକେଲ ଚାଳନା କରିଥାନ୍ତି ସେମାନଙ୍କଠାରେ ହୃଦ୍ଘାତ ଆଶଙ୍କା ବହୁତ କମ୍ ରହିଥାଏ।
ସାଇକେଲ ଚାଳନା ଉଭୟ ମହିଳା ଏବଂ ପୁରୁଷଙ୍କ ପାଇଁ ଲାଭଦାୟକ। ସାଇକେଲ ଚାଳନା ଦ୍ୱାରା ଖାଲି ହୃଦ୍ଘାତ ଦୂର ହୁଏ ନାହିଁ, ବ୍ଲଡ୍ପ୍ରେସର, ଡାଇବେଟିସ, ମେଦବହୁଳତା, କୋଲେଷ୍ଟରଲ ଆଦି ନିୟନ୍ତ୍ରିତ ହୋଇଥାଏ।