ସାକ୍ଷୀଗୋପାଳଙ୍କ ଫଟୋ ଭାଇରାଲ: ମନ୍ଦିର ପ୍ରଶାସନ ପକ୍ଷରୁ ଥାନାରେ ଅଭିଯୋଗ

ସାକ୍ଷୀଗୋପାଳ,୧୮।୬(ଡି.ଏନ.ଏ.): ପୁରୀ ଜିଲା ସାକ୍ଷୀଗୋପାଳରେ ଅବସ୍ଥିତ ଶ୍ରୀସାକ୍ଷୀଗୋପାଳ ଓ ଶ୍ରୀରାଧାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଶ୍ରୀକ୍ଷେତ୍ର ଇତିହାସ ନାମକ ଏକ ଫେସବୁକ ସାଇଟ୍‌ରେ ଗତ ୧୫ ତାରିଖରେ ମନ୍ଦିର ଗର୍ଭଗୃହ, ରତ୍ନ ସିଂହାସନ ସହିତ ଠାକୁରଙ୍କ ଫଟୋ ସମ୍ପୁର୍ଣ୍ଣ ପ୍ରକାଶ ପାଇଥିବା ଦେଖାଯାଇଛି। ଏହି ଘଟଣାକୁ ନେଇ ସେବାୟତଙ୍କଠାରୁ ପ୍ରଶାସନ ଓ ସ୍ଥାନୀୟ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ନାନା ପ୍ରତିକ୍ରିୟା ପ୍ରକାଶ ପାଇଛି। ସତ୍ୟବାଦୀ ଗୋପୀନାଥଦେବ ମନ୍ଦିର ପ୍ରଶାସନ ପକ୍ଷରୁ ବୁଧବାର ସତ୍ୟବାଦୀ ଥାନାରେ ଅଭିଯୋଗ କରାଯାଇଛି ବୋଲି ଅତିରିକ୍ତ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି। ପରମ୍ପରା ଓ ସୁରକ୍ଷା ଦୃଷ୍ଟିରୁ ସାକ୍ଷୀଗୋପାଳ ମନ୍ଦିର ଭିତରେ ଫଟୋ ଉଠାଇବାକୁ ବାରଣ କରାଯାଇଛି। ଏଥିପାଇଁ ସିଂହଦ୍ୱାରରେ ଏକ ସୂଚନା ଫଳକ ରଖାଯାଇଛି। ସିଂହଦ୍ୱାର, ଗର୍ଭଗୃହ ମଧ୍ୟରେ ମନ୍ଦିର ପ୍ରଶାସନ ପକ୍ଷରୁ କର୍ମଚାରୀ ଉପସ୍ଥିତ ରହିଥିବା ବେଳେ ଏମାନଙ୍କ ଦୃଷ୍ଟି ଆଢୁଆଳରେ ମନ୍ଦିର ଭିତରକୁ କ୍ୟାମେରା କିମ୍ବା ସ୍ମାର୍ଟଫୋନ ନେଇ କେହି ଫଟୋ ଉଠାଇ ଭାଇରାଲ କରିଥିବା କୁହାଯାଉଥିଲେ ମଧ୍ୟ ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇନାହିଁ। କରୋନା କଟକଣା ପାଇଁ ମନ୍ଦିର ଭିତରକୁ ସାଧାରଣ ଭକ୍ତମାନଙ୍କ ପ୍ରବେଶ ବାରଣ ରହିଛି ଏବଂ ସିସିଟିଭି କ୍ୟାମେରା ଲଗାଯାଇଛି। ସବୁ ଦିଗରୁ ତଦନ୍ତ କରିବାପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିନୋଦ କୁମାର ସ୍ବାଇଁ କହିଛନ୍ତି । ସେବାୟତ ସଂଘ କର୍ମକର୍ତ୍ତା ଶ୍ୟାମ ସୁନ୍ଦର ମହାପାତ୍ର ଘଟଣାର ଦୃଢ ନିନ୍ଦା କରିବା ସହିତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ତେବେ କରୋନା ସମୟରେ ଠାକୁରଙ୍କ ଦର୍ଶନରୁ ବଞ୍ଚିତ ଶ୍ରଦ୍ଧାଳୁ ମାନେ ଏହି ଦିବ୍ୟ ଦର୍ଶନ ପାଇବା ପରେ ନିଜକୁ ଭାଗ୍ୟବାନ ମନେ କରିଥିବା ସୋସିଆଲ ମିଡିଆରେ ନିଜର ଭାବନା ବ୍ୟକ୍ତ କରିଥିବା ଦେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀ ପଠାରେ ପିକ୍‌ନିକ୍‌ ମନା, ଜାଣନ୍ତୁ କଟକର କେଉଁ ସ୍ଥାନ ପର୍ଯ୍ୟନ୍ତ ଲାଗିଲା କଟକଣା

କଟକ,୯ା୧: ମହାନଦୀ ପଠାରେ ପିକ୍‌ନିକ୍‌ ଆୟୋଜନ ଉପରେ କଡ଼ା କଟକଣା ଲଗାଇଛି କଟକ ମହାନଗର ନିଗମ। ତେବେ ଏହି କଟକଣା ବୋଟିଂ କ୍ଲବଠାରୁ କଟକ-ଇନ୍‌-କଟକ ପର୍ଯ୍ୟନ୍ତ...

ଏହି ସୁବୁ ଜିଲାରେ ହେବ ଘନ କୁହୁଡି: ଦୁଇ ଦିନିଆ ସତର୍କ ଜାରି

ଭୁବନେଶ୍ୱର,୯ା୧: ରାଜ୍ୟରେ ଶୀତର ପକୋପ ଜାରି ରହିଛି। ଏଭଳିସ୍ଥିତିରେ ଘନ କୁହୁଡିକୁ ନେଇ ୩ ଜିଲାକୁ ଦୁଇ ଦିନିଆ ୟେଲୋ ୱାର୍ନିଂ ଜାରି କରିଛି ପାଣିପାଗ...

ସନ୍ତୋଷପୁର ମଣ୍ଡଳ ସଭାପତି ହେଲେ ଟୁକୁନା ସାହୁ, କହିଲେ ଦଳୀୟ ସଂଗଠନକୁ…

ଗଞ୍ଜାମ,୯ା୧(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ କୁଶପଲି ଭାଜପା ଯୁବନେତା ଟୁକୁନା ସାହୁ ସନ୍ତୋଷପୁର ମଣ୍ଡଳ ସଭାପତି ଭାବେ ଚୟନ ହୋଇଛନ୍ତି। ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ...

ଗଙ୍ଗାସାଗର ମେଳା ଶୁଭାରମ୍ଭ: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ବନ୍ଦ ରହିବ ଫେରିଘାଟ

ଭୋଗରାଇ,୯ା୧(ପ୍ରଦୀପ ଦାସ): ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପ୍ରଗଣା ଜିଲା ସାଗରଦୀପର ଗଙ୍ଗା ଓ ସାଗର ସଙ୍ଗମସ୍ଥଳରେ ହେବାକୁ ଯାଉଥିବା ପ୍ରସିଦ୍ଧ ଗଙ୍ଗାସାଗର ମେଳାକୁ ଗୁରୁବାରଠାରୁ ସରକାରୀ...

ଗଛରେ ପିଟି ହେଲା ବାଇକ୍‌, ଚାଲିଗଲା ଯୁବକଙ୍କ ଜୀବନ

ତୁମୁଡ଼ିବନ୍ଧ,୯ା୧(ଦୀପକ ପାରାସେଟ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ କୁର୍ତମଗଡ଼ ପଞ୍ଚାୟତସ୍ଥିତ ଟୋଲ ଗେଟ୍‌ ସାମ୍ନାରେ ଘଟିଛି ଏକ ସଡ଼କ ଦୁର୍ଘଟଣା। ପ୍ରକାଶ ଯେ, ବୁଧବାର...

ଶୀତ ମହୋତ୍ସବରେ ସ୍ଥାନୀୟ କଳାକାରଙ୍କୁ ଗୁରୁତ୍ୱ: ମନୋନୀତ ପାଇଁ ସ୍କ୍ରିନିଂ

ଦାରିଙ୍ଗବାଡି, ୯।୧(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ଶନିବାର ଠାରୁ ସୋମବାର ୩ ଦିନ ଧରି ଶୀତ ମହୋତ୍ସବ ପାଳନ କରାଯିବ ଏଥିପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତୀ...

ଶୌଚ ପାଇଁ ଯାଇଥିବାବେଳେ ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମ, ପରେ ଛୁରାମାଡ଼ କଲେ ଯୌନ ପିପାସୁ

କୋରାପୁଟ,୯ା୧: କୋରାପୁଟ ଜିଲା ନନ୍ଦପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏହି ଥାନା ଅଞ୍ଚଳର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର...

ପ୍ରବଳ ଶୀତରେ ଥରୁଛି ଜି.ଉଦୟଗିରି, ସର୍ବନିମ୍ନ ତାପମାତ୍ରା ରହିଛି…

ଜି.ଉଦୟଗିରି,୯ା୧(ଶିଶିର ପଟ୍ଟନାୟକ): ରାଜ୍ୟର ଶୀତଳ ସହର ଜି.ଉଦୟଗିରି ସହରରେ ୧୫ ଦିନ ହେବ ଶୀତର ପକୋପ ଜାରି ରହିଛି । ଗୁରୁବାର ସର୍ବନିମ୍ନ ତାପମାତ୍ରା ୫....

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri