ସାଗର-ଟିକିଲି ଲଭ୍‌ଷ୍ଟୋରି

କେହିଜଣେ କହିଥିଲେ ଏକଥା, ପ୍ରେମ ଗୋଟେ ଇଚ୍ଛାମତୀ ନଈର ନଁା। ତେଣୁ କେତେବେଳେ ପ୍ରେମ ହେବ ସେକଥା କେହି ବି ଜାଣି ନ ଥାଏ। ଠିକ୍‌ ଯେମିତି ଟିକିଲି ଟିକିଏ ବି ଜାଣି ନ ଥିଲେ, ସାଗରଙ୍କୁ ଦେଖୁ ଦେଖୁ ତାଙ୍କ ଭିତରେ ଖେଳିଯିବ ପ୍ରେମର ଫଗୁଣ। ଯାତ୍ରାନୁଷ୍ଠାନ ଇଷ୍ଟର୍ନ ବ୍ଲୁ’ର ମୁଖ୍ୟ ଡ୍ୟାନ୍ସର ଥିଲେ ସାଗର। ପାର୍ବତୀ ଗଣନାଟ୍ୟରେ ଡ୍ୟାନ୍ସ କରୁଥିଲେ ଟିକିଲି। ବାଘମାରୀରେ ଦୁଇପାର୍ଟିର ଯାତ୍ରା ହେଉଥାଏ। ଆଗରୁ ତ ଟିକିଲି ସାଗରଙ୍କ ବିଷୟରେ ଜାଣିଥିଲେ। ସେଇଠି ହିଁ ପ୍ରଥମେ ସେ ଭେଟିଲେ ସାଗରଙ୍କୁ। ବାସ୍‌, ଆରମ୍ଭ ହେଲା ସାଗର-ଟିକିଲି ଲଭ୍‌ଷ୍ଟୋରି।

ଟିକିଲିଙ୍କ ଜୀବନ ଯାତ୍ରା ଥିଲା ଭାରି ଦୁଃଖମୟ। ବାପାମା’ ଦୁହେଁ ଯାତ୍ରା କଳାକାର ଥିଲେ। ସେ ଥିଲେ ସେମାନଙ୍କର ଏକମାତ୍ର ସନ୍ତାନ। ଅକାଳରେ ବାପାମା’ ଚାଲିଗଲେ ଆରପାରିକୁ। ଏକୁଟିଆ ହୋଇଗଲେ ଟିକିଲି। ନା ରହିଲା ବାପାଙ୍କର ଭଲପାଇବା ନା ରହିଲା ମା’ର ମମତା। ପିଲାଟିବେଳୁ ବାପାମା’ଙ୍କ ପ୍ରଭାବ ପଡ଼ିଥିଲା ଟିକିଲି ଉପରେ। ସେ ଭଲ ଡ୍ୟାନ୍ସ କରୁଥିଲେ। ତେଣୁ ବାପାମା’ ଚାଲିଗଲା ପରେ ସେ ଆସି ଯୋଗଦେଲେ ଯାତ୍ରାରେ। ଆଉ ମନେ ମନେ ଖୋଜୁଥିଲେ ଏମିତି ଜଣେ ଜୀବନ ସାଥୀ ଯିଏ ବାପାଙ୍କ ପରି ତାଙ୍କର ଯତ୍ନ ନେଇପାରିବ ଆଉ ମା’ ପରି ସ୍ନେହ, ଭଲ ପାଇବା ଦେଇପାରିବ। କହିବା ଅନାବଶ୍ୟକ ଟିକିଲିଙ୍କ ସେଇ ସ୍ବପ୍ନର ପୁରୁଷ ଥିଲେ ସାଗର। ଉଭୟ ସାଗର ଏବଂ ଟିକିଲିଙ୍କ କହିବା ଅନୁଯାୟୀ, ଡ୍ୟାନ୍ସ ସେମାନଙ୍କର ଥିଲା ପ୍ରଥମ ପ୍ରେମ। ଆଉ ସେଇ ଡ୍ୟାନ୍ସ ହିଁ ସେମାନଙ୍କୁ ସଜେଇଦେଲା ପ୍ରେମିକ ପ୍ରେମିକା।

ସାଗରଙ୍କର ଆଉ ଏକ ବଡ଼ ପରିଚୟ ଥିଲା। ତାହା ହେଉଛି ତାଙ୍କର ମଉସା ହେଉଛନ୍ତି ଓଡ଼ିଶାର ଖ୍ୟାତନାମା ନାଟ୍ୟକାର ତଥା ପରିଚାଳକ ବଙ୍କିମ ସ୍ବାଇଁ। ବଙ୍କିମ ବାବୁଙ୍କର ମଧ୍ୟ କୌଣସି ଆପତ୍ତି ନ ଥିଲା ଟିକିଲିଙ୍କୁ ବୋହୂ କରିବା ପାଇଁ। ବାସ୍‌, ସାଗର ଟିକିଲି ପ୍ରେମିକ ପ୍ରେମିକାରୁ ପାଲଟିଗଲେ ସ୍ବାମୀ ସ୍ତ୍ରୀ। ଟିକିଲିଙ୍କ ପାଇଁ ସାଗର ହେଉଛନ୍ତି ସବୁକିଛି। ଷ୍ଟେଜରେ ଥିଲେ ବି ସେ ସାଗରଙ୍କ କଥା ଭାବୁଥାନ୍ତି। ସାଗର କୋଉଠି ଅଛନ୍ତି, ଖାଇଛନ୍ତି କି ନାହିଁ ଏସବୁ କଥା ତାଙ୍କ ମନ ଭିତରେ ଖେଳୁଥାଏ। ଏ ସମ୍ପର୍କରେ ଟିକିଲି ବେଶ୍‌ ଭାବପ୍ରବଣ ହୋଇ କହନ୍ତି: ବାପାମା’ଙ୍କୁ ହରେଇବା ପରେ ମୋର ଆଉ କିଏ ଅଛି? ଏକୁଟିଆ ସେଇ ସାଗର! ମୋର ସାହାଭରସା ସବୁକିଛି ସାଗର। ସେ ମୋ ଆଗରେ। ପୁଣି ସେ ବି ମୋ ପଛରେ। ଏ ଦୁନିଆରେ ଯଦି କେହିଜଣେ ମୋର ପ୍ରିୟ ଥାଏ ତା’ହେଲେ ସେ ହେଉଛନ୍ତି ସାଗର।

ଦିନେ ଡ୍ୟାନ୍ସର ଭାବରେ କ୍ୟାରିୟର ଆରମ୍ଭ କରିଥିବା ଟିକିଲି ଏବେ ଜଣେ ଆଗଧାଡ଼ିର ଅଭିନେତ୍ରୀ। ଉଭୟ ପଜିଟିଭ୍‌ ଓ ନେଗେଟିଭ୍‌ କରିବାରେ ସେ ଧୁରନ୍ଧର। ସେଇଭଳି ସାଗର ମଧ୍ୟ ଏବେ ଓଡ଼ିଶା ଯାତ୍ରା ଜଗତର ଜଣେ ନମ୍ବର ଓ୍ବାନ୍‌ କୋରିଓଗ୍ରାଫର। କେବଳ ଡ୍ୟାନ୍ସ କିମ୍ବା କୋରିଓଗ୍ରାଫିରେ ସାଗର ସୀମିତ ନାହାନ୍ତି; ସେ ମଧ୍ୟ ଅଭିନୟରେ ପାଦ ଥାପିଛନ୍ତି। ଚଳିତ ବର୍ଷ ‘ସ୍ବପ୍ନମହଲ’ ପ୍ରଯୋଜିତ ନାଟକ ‘ସିଆଇଡି ଦୟା’ରେ ଟିକିଲି ଖଳନାୟିକା ଭୂମିକାରେ ଅଭିନୟ କରୁଥିବା ବେଳେ ସାଗରଙ୍କୁ ମଧ୍ୟ ଏକ ଦମଦାର ଭୂମିକା ମିିଳିଛି। କ୍ୟୁଟ୍‌ ଝିଅ ଐଶ୍ୱର୍ଯ୍ୟାଙ୍କୁ ନେଇ ସୁଖର ସଂସାର ବିତାଉଥିବା ଏହି ଜଲିଉଡ୍‌ କପୁଲଙ୍କ ପାଇଁ ମଉସା ବଙ୍କିମ୍‌ ସ୍ବାଇଁ ହେଉଛନ୍ତି ପ୍ରେରଣା ତଥା ପଥ ପ୍ରଦର୍ଶକ।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ସୁରକ୍ଷାରେ ତ୍ରୁଟି, ଭାଇଜାନଙ୍କୁ ରାତି ଅଧରେ…

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାନଙ୍କ ସୁରକ୍ଷାରେ ପୁଣି ଥରେ ତ୍ରୁଟି ହୋଇଛି। ଜଣେ ଯୁବକ ତାଙ୍କ ବାଇକରେ କିଛି ସମୟ ପାଇଁ ସଲମାନ ଖାନଙ୍କ...

ଜଣେ ଏମିତି ସାଥୀ ଚାହୁଁଛି ଯିଏ ମୋତେ ପାଗଳ ଭଳି ଭଲପାଇବ…ଛାଡପତ୍ର ବିବାଦ ଭିତରେ ଏମିତି କହିଦେଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ଐଶ୍ୱର୍ଯ୍ୟା ରୟ ଓ ଅଭିଷେକ ବଚ୍ଚନଙ୍କ ବିବାହକୁ ୧୭ବର୍ଷ ପୁରିଛି। ସେ ୨୦୦୭ରେ ଅଭିଷେକଙ୍କୁ ବିବାହ କରିଥିଲେ। ବିବାହ ପରେ ଐଶ୍ୱ ଖୁବ କମ...

ଐଶ୍ୱର୍ଯ୍ୟାଙ୍କ କଷ୍ଟ ଦେଖି ୨ ଦିନ ପର୍ଯ୍ୟନ୍ତ ଶୋଇ ପାରି ନ ଥିଲେ ଅମିତାଭ

ମୁମ୍ବାଇ: ବଚ୍ଚନ ପରିବାରର ‘ବୋହୂ’ ଐଶ୍ୱର୍ଯ୍ୟା ରାୟଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ। ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରି ନିଜ ପାଇଁ ଏକ ବିଶେଷ ପରିଚୟ ସୃଷ୍ଟି...

ଐଶ୍ୱର୍ଯ୍ୟା ଶ୍ରେଷ୍ଠ ଅଭିନେତ୍ରୀ

ଦୁବାଇ: ଦୁବାଇରେ ସୋମବାର ସାଉଥ୍‌ ଇଣ୍ଡିଆନ୍‌ ଇଣ୍ଟରନ୍ୟାଶନାଲ ମୁଭି ଆଓ୍ବାଡର୍‌ସ (ଏସ୍‌ଆଇଆଇଏମ୍‌ଏ) ୨୦୨୪ ଅନୁଷ୍ଠିତ ହୋଇଯାଇଛି। ମଣି ରତ୍ନମଙ୍କ ନିର୍ଦ୍ଦେଶିତ ତାମିଲ ଚଳଚ୍ଚିତ୍ର ‘ପୋନ୍ନିୟିନ୍‌ ସେଲଭନ: ପାର୍ଟ...

ଲୁଚିଛପି ବିବାହ କଲେ ଅଦିତି-ସିଦ୍ଧାର୍ଥ

ମୁମ୍ବାଇ: ଆଦିତ୍ୟ ରାଓ ହାଇଦରୀ ଏବଂ ସିଦ୍ଧାର୍ଥ ଲୁଚିଛପି ବିବାହ କରଛନ୍ତି। ଏହି ଦମ୍ପତି ବିବାହ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ...

ଐଶ୍ୱର୍ଯ୍ୟା-ଅଭିଷେକଙ୍କ ମଧ୍ୟରେ ଛାଡପତ୍ର! ମିଳିଗଲା ବଡ଼ ପ୍ରମାଣ

ନୀଳନୟନା ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଉଭୟଙ୍କ ମଧ୍ୟରେ ସବୁକିଛି ଠିକ ନ ଥିବା ଆଲୋଚନା ହେଉଛି। ଐଶ୍ୱର୍ଯ୍ୟା ରାୟ...

ଆମି ପୁରସ୍କାର ଘୋଷଣା: ଏହି ଫିଲ୍ମକୁ ମିଳିଲା ୧୪ ପୁରସ୍କାର

ଲସ ଆଞ୍ଜେଲ୍ସର ପିକକ୍‌ ଥିଏଟରରେ ୭୬ତମ ପ୍ରାଇମଟାଇମ ଆମି ପୁରସ୍କାର ଆୟୋଜିତ ହୋଇଛି। ମନୋରଞ୍ଜନ ଜଗତର ସବୁଠାରୁ ସମ୍ମାନଜନକ ପୁରସ୍କାର ସମାରୋହରେ ଏଥର ଫିଲ୍ମ ‘ଶୋଗୁନ’...

ଟିଭି ଇଣ୍ଡଷ୍ଟ୍ରିରେ ନିୟାଙ୍କ ୧୪ ବର୍ଷ

ମୁମ୍ବାଇ: ଟେଲିଭିଜନ ଇଣ୍ଡଷ୍ଟ୍ରିରେ ନିଖୁଣ ଅଭିନୟ କରି ଲଗାତର ଭାବେ ଦର୍ଶକଙ୍କ ପ୍ରଶଂସା ସାଉଁଟି ପାରୁଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ନିୟା ଶର୍ମା ଅନ୍ୟତମ। ବହୁ ସଂଘର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri