ସାଟେଲାଇଟ୍କୁ ଭାରତରେ କୃତ୍ରିମ ଉପଗ୍ରହ କୁହାଯାଏ। ପ୍ରଥମ କୃତ୍ରିମ ଉପଗ୍ରହ ହେଉଛି ସ୍ପୁଟନିକ୍-୧। ଏହା ସୋଭିଏତ୍ ସଂଘ ଦ୍ୱାରା ୪ ଅକ୍ଟୋବର ୧୯୫୭ରେ ପୃଥିବୀ ପୃଷ୍ଠକୁ ପଠାଯାଇଥିଲା। ସେବେଠାରୁ ଆଜିପର୍ଯ୍ୟନ୍ତ ହଜାର ହଜାର କୃତ୍ରିମ ଉପଗ୍ରହ ମହାକାଶକୁ ପଠାଯାଇସାରିଲାଣି। କିନ୍ତୁ ଜାଣନ୍ତି କି, ସାଟେଲାଇଟ୍ ଉପରେ ସୁନାର ପ୍ରଲେପ କାହିଁକି ଦିଆଯାଇଥାଏ ବୋଲି। ଏହା ପଛରେ ଏକ ସ୍ବତନ୍ତ୍ର କାରଣ ରହିଛି। ତେବେ ଜାଣନ୍ତୁ ଏ ସମ୍ପର୍କରେ…
ମହାକାଶକୁ ପଠାଯାଉଥିବା ଉପଗ୍ରହରେ ସୁନାର ଆବରଣ ରହିଥାଏ। ଯାହାକୁ ବୈଜ୍ଞାନିକଙ୍କ ଭାଷାରେ ମଲ୍ଟି ଲେୟାର ଇନ୍ସୁଲେସନ୍ କୁହାଯାଏ। ଏହା ବହୁତ ହାଲୁକା ଏବଂ ଶକ୍ତିଶାଳୀ। ପ୍ରକୃତରେ ପତଳା ପତଳା ପୃଷ୍ଠକୁ ମିଶ୍ରଣ କରି ମୋଟାର ଏକ ସ୍ତର ପ୍ରସ୍ତୁତ କରାଯାଏ। ଯାହାକୁ ସାଧାରଣ ଭାଷାରେ ‘ଗୋଲ୍ଡ ପ୍ଲେଟିଂ’ କୁହାଯାଏ।
ଉପଗ୍ରହ ଉପରେ ସୁନାର ଆବରଣ କରିବା ନିହାତି ଜରୁରୀ। କାରଣ ମହାକାଶକୁ ବହୁ ଦୂର ପର୍ଯ୍ୟନ୍ତ ଉପଗ୍ରହ ପଠାଇବାକୁ ପଡ଼ିଥାଏ। ବୈଜ୍ଞାନିକଙ୍କ ମତରେ, ସାଟେଲାଇଟ୍ ବା ଉପଗ୍ରହ ପରିବର୍ତ୍ତନଶୀଳତା, ଚଳନତା ଏବଂ କ୍ଷୟ ପ୍ରତିରୋଧକୁ ସୁନା ରୋକିଥାଏ। ଏଥିସହ ଏଥିରେ ଥିବା ଅନ୍ୟ ଧାତୁର ଆବରଣ କ୍ଷତିକାରକ ଇନ୍ଫ୍ରାରେଡ୍ ରେଡିଏଶନ ଏବଂ ତାପଜ ବିକିରଣ ରୋକିବାରେ ସାହାଯ୍ୟ କରିଥାଏ। ବୈଜ୍ଞାନିକଙ୍କ ଅନୁଯାୟୀ, ଯଦି ଉପଗ୍ରହଟି ସୁନା ଏବଂ ଅନ୍ୟାନ୍ୟ ଧାତୁରେ ନିର୍ମିତ ସ୍ତର ଦ୍ୱାରା ଆଚ୍ଛାଦିତ ନ ହେବ ତେବେ ମହାକାଶର ବିପଜ୍ଜନକ ବିକିରଣ କ୍ଷଣିକ ମଧ୍ୟରେ ଉପଗ୍ରହକୁ ନଷ୍ଟି କରିଦେବ। ବର୍ତ୍ତମାନ ଉପଗ୍ରହରେ ଅନେକ ପ୍ରକାର ଉପକରଣ ଲଗାଯାଇଛି। ତେଣୁ ସୁନାର ସ୍ତର ଉପଗ୍ରହକୁ ଯେକୌଣସି ବସ୍ତୁରୁ ରକ୍ଷା କରିଥାଏ।
ଖାଲି ଏତିକି ନୁହେଁ, ମହାକାଶଯାତ୍ରୀଙ୍କ ସ୍ପେଶ୍ ଶୁଟ୍ରେ ମଧ୍ୟ ସୁନା ଏବଂ ଅନ୍ୟ ଧାତୁର ଆବରଣ ରହିଥାଏ।