ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ନେଇ ଭୁବନେଶ୍ୱରରେ ବୈଠକ: ବର୍ଷେ ପରେ ବଦଳିବ ସୁନ୍ଦରୀ ଠିକଣା 

ବନ୍ତଳା,୧୬ା୭(ଡି.ଏନ.ଏ.)- ଅନୁଗୋଳ ଜିଲା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ ନେଇ ସୋମବାର ଭୁବନେଶ୍ୱରର ଅରଣ୍ୟ ଭବନରେ ଅନୁଷ୍ଠିତ ହୋଇଥିଲା ଏକ ଉଚ୍ଚସ୍ତରୀୟ ବୈଠକ। ଏଥିରେ ପ୍ରଥମ ଆନ୍ତଃ ରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକ୍ରିୟା ପ୍ରାଥମିକ ପର୍ଯ୍ୟାୟରେ ଅସଫଳ ହୋଇଥିବା କୁହାଯିବା ସହ ଏହାକୁ ସଫଳ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିଶେଷକରି ରାଇଗୁଡ଼ାସ୍ଥିତ ୨ ହେକ୍ଟର ଏନ୍‌କ୍ଲୋଜର ମଧ୍ୟରେ ଥିବା ବାନ୍ଧବଗଡ଼ର ବାଘୁଣୀ ସୁନ୍ଦରୀର ଭବିଷ୍ୟତ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଦୀର୍ଘଦିନ ଧରି ବନ୍ଦୀ ଜୀବନ କାଟୁଥିବା ସୁନ୍ଦରୀ ପାଇଁ ୨୫ ହେକ୍ଟରର ଏକ ନୂତନ ଏନ୍‌କ୍ଲୋଜର ନିର୍ମାଣ କରାଯିବ। ପ୍ରାୟ ବର୍ଷେ ମଧ୍ୟରେ ଏକ ନୂତନ ସ୍ଥାନରେ ଏହାର ନିର୍ମାଣ ଶେଷହେଲେ ସୁନ୍ଦରୀକୁ ସେଠାକୁ ସ୍ଥାନାନ୍ତର କରାଯିବ ବୋଲି ବୈଠକରୁ ସୂଚନା ମିଳିଛି।
ଅପରାହ୍ନ ୪ଟାରୁ ୬ଟା ଯାଏ ଚାଲିଥିବା ଏହି ବୈଠକରେ ବାଘୁଣୀ ସୁନ୍ଦରୀକୁ ନେଇ ବିଗତ ଦିନରେ ସାତକୋଶିଆରେ ଘଟିଯାଇଥିବା ଘଟଣା ଓ ଦୁର୍ଘଟଣା ଉପରେ ଆଲୋଚନା ହୋଇଥିଲା। ଦୀର୍ଘ ମାସ ଧରି ସୁନ୍ଦରୀ ରାଇଗୁଡା ଏନକ୍ଲୋଜରରେ ରହିଥିବାରୁ ତାହାର ବ୍ୟାଘ୍ର ପ୍ରବୃତ୍ତି ବଦଳି ଯାଇଛି। ଛୋଟ ଏନକ୍ଲୋଜରରେ ରହିବା ଯୋଗୁ ସେ ଶିକାର ଅଭ୍ୟାସ କରିପାରୁ ନାହିଁ। ତେଣୁ ସୁନ୍ଦରୀର ବନ୍ୟଜନ୍ତୁ ପ୍ରବୃତ୍ତି ଫେରାଇ ଆଣିବାକୁ ଉଦ୍ୟମ କରିବା ନିମନ୍ତେ ଦୁଇ ହେକ୍ଟର ଏନକ୍ଲୋଜରକୁ ୨୫ ହେକ୍ଟର ବିଶିଷ୍ଟ ଏନକ୍ଲୋଜର କରାଯିବ। ଯେଉଁଥିରେ ଅଧିକ ସଂଖ୍ୟକ ତୃଣଭୋଜୀ ପ୍ରାଣୀ ରହିବା ସହିତ ବାଘୁଣୀ ସୁନ୍ଦରୀର ଶିକାର ଅଭ୍ୟାସ ହୋଇପାରିବ। ଏଥିପାଇଁ ଏନ୍‌ଟିସିଏ ଓ ଡବ୍ଲ୍ୟୁଆଇଆଇ ଟିମ୍‌ ସାତକୋଶିଆ କିମ୍ବା ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ସର୍ଭେ କଲା ପରେ ସ୍ଥାନ ନିରୂପଣ କରିବେ। ଏହି ପ୍ରକ୍ରିୟାକୁ ଏକ ବର୍ଷ ଲାଗିବ। ଏବେ ସୁନ୍ଦରୀର ଭାଗ୍ୟ ପୂର୍ବପରି ରାଇଗୁଡ଼ା ଏନକ୍ଲୋଜର ମଧ୍ୟରେ ସୀମିତ ରହିବ। ଉକ୍ତ ବୈଠକରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନ୍‌ଟିସିଏ) ମୁଖ୍ୟ ଡ. ଅନୁପ ନାୟକଙ୍କ ସହ ତାଙ୍କ ଟିମ୍‌, ପିସିସିଏଫ୍‌ (ବନ୍ୟପ୍ରାଣୀ) ଅଜୟ ମହାପାତ୍ର, ପିସିସିଏଫ, ଅନୁଗୋଳ ଆଞ୍ଚଳିକ ମୁଖ୍ୟ ବନସଂରକ୍ଷକ ପ୍ରଦୀପ ରାଜ କରାଟେ, ସାତକୋଶିଆ ଡିଏଫଓ ପି. ରାମସ୍ବାମୀ, ମହାନଦୀ ଡିଏଫ୍‌ଓ ଅଂଶୁପ୍ରଜ୍ଞା ଦାସଙ୍କ ସମେତ ବିଭିନ୍ନ ପଦାଧିକାରୀ ଉପସ୍ଥିତ ଥିଲେ। ତେବେ ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ୍‌ ଅଫ ଇଣ୍ଡିଆ (ଡବ୍ଲ୍ୟୁଆଇଆଇ) ଟିମ୍‌ ଉପସ୍ଥିତ ନ ଥିଲେ।
ଏ ବିଷୟରେ ଏନ୍‌ଟିସିଏ କର୍ତ୍ତୃପକ୍ଷ ଅନୁପ ନାୟକ କହିଛନ୍ତି, ସୁନ୍ଦରୀର ବନ୍ୟଜନ୍ତୁ ପ୍ରବୃତ୍ତି ଫେରାଇ ଆଣିବାକୁ ଉଦ୍ୟମ କରାଯିବ। ଦୁଇ ହେକ୍ଟର ଏନକ୍ଲୋଜରକୁ ବଢ଼ାଇ ୨୫ ହେକ୍ଟର କରାଯିବ। ଏଥିରେ ବାଘୁଣୀକୁ ଶିକାର ଅଭ୍ୟାସ କରାଇବା ପାଇଁ ତୃଣଭୋଜୀ ପ୍ରାଣୀ ରଖାଯିବ। ଏନ୍‌ଟିସିଏ ଓ ଡବ୍ଲ୍ୟୁଆଇଆଇ ଟିମ୍‌ ସ୍ଥାନ ଚିହ୍ନଟ କରିବେ। ଏହି ପ୍ରକ୍ରିୟା ଶେଷ ହେବାକୁ ପ୍ରାୟ ଏକ ବର୍ଷ ଲାଗି ପାରେ ବୋଲି ନାୟକ ପ୍ରକାଶ କରିଛନ୍ତି। ପିସିସିଏଫ(ବନ୍ୟପ୍ରାଣୀ) ଅଜୟ ମହାପାତ୍ର କହିଛନ୍ତି, ସୁନ୍ଦରୀ ବନ୍ୟଜନ୍ତୁ ପ୍ରବୃତ୍ତି ଫେରାଇ ଆଣିବାକୁ ବ୍ୟାପକ ଉଦ୍ୟମ କରାଯିବ। ଦେଶର ପ୍ରଥମ ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକ୍ରିୟା ଦୁର୍ଭାଗ୍ୟବଶତଃ ପ୍ରାଥମିକ ପର୍ଯ୍ୟାୟରେ ଅସଫଳ ହୋଇଛି। କିନ୍ତୁ ଏହାକୁ ସଫଳ କରି ଦେଖାଇବୁ ବୋଲି ମହାପାତ୍ର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଧାରଣାକୁ ଆତ୍ମହତ୍ୟା କରିବାକୁ ଯାଇଥିଲେ, ମହିଳାଙ୍କୁ ଉଦ୍ଧାର କଲେ…

ଛେଣ୍ଡିପଦା,୨୫ା୧୨ (ଅଜିତ ଧଳ)- ଅନୁଗୋଳ ଜିଲା ଜରପଡ଼ା ଥାନା ଦେଇ ଯାଇଥିବା ଅନୁଗୋଳ-ସମ୍ବଲପୁର ରେଳ ଧାରଣାକୁ ଯାଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ଜଣେ ମହିଳାଙ୍କୁ କେତେଜଣ...

ସକାଳୁ ସକାଳୁ ଡ୍ୟୁଟି କରିବାକୁ ଯାଉଥିଲେ, ବାଟରେ ଛକି ବସିଥିଲା ଯମ

ଅନୁଗୋଳ,୨୦।୧୨: ଡ୍ୟୁଟି ପାଇଁ ଯାଉଥିବା ବେଳେ ଦୁଇ ଜଣଙ୍କ ଉପରେ ମାଡ଼ିଗଲା ଟ୍ରକ। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ଅନୁଗୋଳ...

୬ ମାସ ଭିତରେ ବିଧାୟକ ଟଙ୍କାଟିଏ ଆଣିପାରିନାହାନ୍ତି: ନରେନ୍ଦ୍ର

ପାଲଲହଡ଼ା,୧୫।୧୨(ଦିବ୍ୟଜ୍ୟୋତି ଦାଶ): ଅନୁଗୋଳ ଜିଲା ପାଲଲହଡ଼ାଠାରେ ଥିବା ଦ୍ୱିତୀୟ ଚିଲିକା, ଖୁଲୁଡି ଏବଂ ବୁଲାଝରକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବାକୁ ବିଧାୟକ ଅଶୋକ ମହାନ୍ତି ରାଜ୍ୟ ସରକାରଙ୍କ...

ଘରେ ପଶି ଯୁବକଙ୍କୁ ଗୁଳିମାଡ଼

ଅନୁଗୋଳ,୨୯।୧୧: ଅନୁଗୋଳ ଜିଲା ବାଗଡ଼ିଆ ଥାନା ବାଗଡିଆ ଗାଁରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଜଣେ ବ୍ୟକ୍ତି ଘର ଭିତରେ ପଶି ଯୁବକଙ୍କୁ ଗୁଳିମାଡ଼ କରିଛନ୍ତି।...

ମୃତଦେହ ଆସିବାକୁ ଅପେକ୍ଷା କରିଥିବାବେଳେ ଘରୁ ଡକାୟତି

ବଇଣ୍ଡା, ୨୭ା୧୧ (ପରିକ୍ଷିତ ସାହୁ): ଦୁର୍ଘଟଣାରେ ଜଣେ ସଦସ୍ୟ ପ୍ରାଣ ହରାଇଥିବାରୁ ପରିବାର ଲୋକେ ଭାଙ୍ଗି ପଡ଼ିଥିଲେ। ଖବରପାଇ ଶୋକସନ୍ତପ୍ତ ପରିବାରକୁ ସାନ୍ତ୍ୱନା ଦେବାକୁ ବନ୍ଧୁବାନ୍ଧବ...

କ’ଣ ପଦେ କହିଦେଲେ ବୋଲି…ଜନ୍ମକଲା ବୃଦ୍ଧା ମା’ଙ୍କୁ ପିଟି ପିଟି ମାରିଦେଲେ ପୁଅ

ଅନୁଗୋଳ,୨୪।୧୧( ମାନସ ବିଶ୍ୱାଳ)- ସାମାନ୍ୟ ପାଟି ତୁଣ୍ଡକୁ ନେଇ ମା’କୁ ହତ୍ୟା। ଅନୁଗୋଳ ଟାଉନ ଥାନା ଅନ୍ତର୍ଗତ ସୁସୁଡା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ...

ସ୍କୁଲ ସମୟରେ ବଜାରରୁ ଆଳୁ ବୋହିଲେ ଛାତ୍ର

ଅନୁଗୋଳ,୯ା୧୧(ଜ୍ୟୋତିରଞ୍ଜନ ସାହୁ):ସ୍କୁଲରେ ପାଠପଢ଼ା ଚାଲିଥିବା ବେଳେ ୨ ଜଣ ଛାତ୍ର ସାଇକେଲ ନେଇ ବଜାର ଯିବା ସହ ମଧ୍ୟାହ୍ନଭୋଜନ ପାଇଁ ବସ୍ତାରେ ଆଳୁ କିଣି ଆଣିବା...

ଭାରପ୍ରାପ୍ତ ଅଧିକାରୀଙ୍କୁ ନେଇ ଚାଲିଛି ଉପଖଣ୍ଡ ପ୍ରଶାସନ

ଆଠମଲ୍ଲିକ, ୩।୧୧ (ଉଦୀପ୍ତ ପୁରୋହିତ): ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡରେ ଥିବା ବିଭିନ୍ନ ବିଭାଗରୁ ଅଧିକାରୀଙ୍କ ବଦଳି ହେଉଛି। କେତେଜଣଙ୍କୁ ପଦୋନ୍ନତି ଦିଆଯାଇ ଅନ୍ୟତ୍ର ନିଆଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri