ସାତକୋଶିଆ ମହୋତ୍ସବ ଉଦ୍‌ଘାଟିତ: ଦର୍ଶକଙ୍କ କରତାଳି ହିଁ ପ୍ରକୃତ ସମ୍ମାନ: ଅରୁଣା

ଅନୁଗୋଳ ଅଫିସ, ୮।୧୨ – ଓଡ଼ିଶୀ ନୃତ୍ୟରେ ପରିଚୟ ପାଇଛି। ଲୋକଙ୍କ ଠାରୁ ସ୍ନେହ, ଶ୍ରଦ୍ଧା ଓ ସମ୍ମାନ ମିଳିଛି। କିନ୍ତୁ ଦର୍ଶକଙ୍କ କରତାଳି ହିଁ ମୋ ପାଇଁ ପ୍ରକୃତ ସମ୍ମାନ ବୋଲି ପଦ୍ମଶ୍ରୀ ଅରୁଣା ମହାନ୍ତି ମତବ୍ୟକ୍ତ କରିଛନ୍ତି। ଅନୁଗୋଳ ଅମଲାପଡ଼ାସ୍ଥିତ ବାସନ୍ତୀ ଦୁର୍ଗାପୂଜା ପଡ଼ିଆରେ ଶନିବାର ସପ୍ତମ ସାତକୋଶିଆ ମହୋତ୍ସବ ଉଦ୍‌ଘାଟନ ଉତ୍ସବରେ ସାତକୋଶିଆ ସମ୍ମାନରେ ସମ୍ମାନିତ କରାଯିବା ଅବସରେ ପଦ୍ମଶ୍ରୀ ମହାନ୍ତି ଏହା ପ୍ରକାଶ କରିଛନ୍ତି।
ଏହି ଅବସରରେ ସେ କହିଥିଲେ ଯେ, ମଞ୍ଚକୁ ଗଲେ ମନରେ ଭୟ ଥାଏ। ପରୀକ୍ଷା ଦେବା ଭଳି ଲାଗେ। ନୃତ୍ୟ ମାଧ୍ୟମରେ ଲୋକଙ୍କ ମନକୁ ଛୁଇଁ ପାରିବି କି ନାହିଁ ସବୁବେଳେ ଚିନ୍ତାରେ ପକାଇଥାଏ। ତେବେ ସାତକୋଶିଆ ମହୋତ୍ସବକୁ ଆସିଥିବା କୁନି କୁନି କଳାକାରଙ୍କୁ ଦେଖି ପିଲାଦିନର ସ୍ମୃତି ମନେ ପଡ଼ୁଥିବା ପଦ୍ମଶ୍ରୀ ମହାନ୍ତି କହିଥିଲେ। ମୁଖ୍ୟ ଅତିଥିଭାବେ ଅନୁଗୋଳର ଅତିରିକ୍ତ ଜିଲାପାଳ ତପନ କୁମାର ଶତପଥୀ ଯୋଗଦେଇ ମହୋତ୍ସବକୁ ଉଦ୍‌ଘାଟନ କରିବା ସହ କଳାକୁ ପ୍ରୋତ୍ସାହନ ଦିଆଯିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ଟେଲି ଅଭିନେତା ଅଶୋକ ଦାସ ଯୋଗଦେଇ କହିଥିଲେ ଯେ, ମୃତ୍ୟୁ ପର୍ଯ୍ୟନ୍ତ କଳାକାରର ସଂଘର୍ଷ ଜାରି ରହିଥାଏ। କିନ୍ତୁ କଳାକାର ମଞ୍ଚରେ ପ୍ରଦର୍ଶନ କରିବା ବେଳେ ନିଜେ କରୁଥିବା ସଂଘର୍ଷ ସମ୍ପର୍କରେ ଲୋକଙ୍କୁ ଜଣାଇବାକୁ ଆଦୌ ଦେଇ ନ ଥାଏ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ନାଲ୍‌କୋ ନିର୍ବାହୀ ଅଧିକାରୀ ମନ୍‌ସା ପ୍ରସାଦ ମିଶ୍ର, ବରିଷ୍ଠ ମହାପ୍ରବନ୍ଧକ ସତ୍ୟାନନ୍ଦ ସାହୁ ଉପସ୍ଥିତ ଥିଲେ। ଆୟୋଜକ ନୃତ୍ୟ ନିଳୟ ଅନୁଷ୍ଠାନର ଉପଦେଷ୍ଟା ହେମନ୍ତ ଦାଶ ମହୋତ୍ସବ ସମ୍ପର୍କରେ ବିଭିନ୍ନ ସୂଚନା ପ୍ରଦାନ କରିଥିଲେ। ସମାରୋହରେ ନବାଗତ ପ୍ରତିଭା ସମ୍ମାନରେ ଯଶୋବନ୍ତ ସାମଲଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି ଭାରତନାଟ୍ୟମ କଳାକାର ଜଲସ୍‌ ଚନ୍ଦ୍ରାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଯଜ୍ଞ ରାୟ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଗୁରୁ ସ୍ବପ୍ନାରାଣୀ ସିହ୍ନା ଧନ୍ୟବାଦ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପ୍ଲାଣ୍ଟରେ ବଡ଼ଧରଣର ବିସ୍ଫୋରଣ

ଅନୁଗୋଳ,୧୪ା୧୦(ଜ୍ୟୋତିରଞ୍ଜନ ସାହୁ)/ ଛେଣ୍ଡିପଦା (ଅଜିତ ଧଳ)- ଅନୁଗୋଳ ନିଶା ଶିଳ୍ପାଞ୍ଚଳଠାରେ ଥିବା ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ବାର (ଜେଏସ୍‌ପି)ର ବଡ଼ଧରଣର ବିସ୍ଫୋରଣ ହୋଇଛି। ବ୍ଲାଷ୍ଟ ଫର୍ଣ୍ଣେସ୍‌ରେ...

ଧାନବିଲରେ ପଡ଼ିଛି ହାତୀର ମୃତଦେହ

ବଇଣ୍ଡା,୧୩ା୧୦(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଆଠମଲ୍ଲିକ ବନଖଣ୍ଡରେ ପୁଣି ଏକ ମାଈହାତୀର ମୃତ ହୋଇଛି। ମାଧପୁର ରେଞ୍ଜ ଶଙ୍ଖାମାଳ ଗ୍ରାମରେ ଏକ ମାଈହାତୀର ମୃତ୍ୟୁ ହୋଇଥିବା...

ରୋଡ ରୋମିଓଙ୍କୁ ଧରି ନିସ୍ତୁକ ପିଟିଲେ ଯୁବତୀ

ତାଳଚେର,୧।୧୦: ଅନୁଗୋଳ ଜିଲା ତାଳଚେର ହାଟତୋଟା ବଜାରରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଦୁଇଜଣ ରୋଡ୍‌ ରୋମିଓ ବଜାରରେ ଜଣେ ଯୁବତୀଙ୍କୁ ଅଶ୍ଲୀଳ ଇଙ୍ଗିତ...

ବହୁ ଚର୍ଚ୍ଚିତ ଟ୍ରିପଲ ମର୍ଡର ମାମଲାର ଆସିଲା ରାୟ 

ଅନୁଗୋଳ ,୨୭।୯:  ଅନୁଗୋଳ ଜିଲା ଆଠମଲ୍ଲିକ ଏଡିଜେ କୋର୍ଟ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ବହୁ ଚର୍ଚ୍ଚିତ ଟ୍ରିପଲ ମର୍ଡର ମାମଲାର ବିଚାର କରି...

ଧରିତ୍ରୀ ପ୍ରତିନିଧିଙ୍କ ଅକାଳ ବିୟୋଗ

ଅନୁଗୋଳ,୨୫।୯: ଧରିତ୍ରୀର ଅନୁଗୋଳ ଜିଲା କଣିହାଁ ବ୍ଲକ ପ୍ରତିନିଧି ସଚିଦାନନ୍ଦ ପ୍ରଧାନଙ୍କ ହୃଦଘାତରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୫୩ ବବର୍ଷ ବୟସ ହୋଇଥିଲା। ହଠାତ...

କାର୍‌ ସହ କେନାଲରେ ବୁଡ଼ିଗଲେ ଯୁବକ

ଫୁଲନଖରା,୨୫।୯(ସତ୍ୟରଞ୍ଜନ ଦାସମହାପାତ୍ର):କଟକ ଜିଲା ସଦର ଥାନା ଅନ୍ତର୍ଗତ ନୂଆ କାଚରାମାଳଠାରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ କାର୍‌ ଭାରସାମ୍ୟ ହରାଇ କେନାଲ ଭିତରକୁ ଖସିପଡ଼ିଥିଲା। ଏଥିରେ...

ପୂର୍ବ ଶତ୍ରୁତା, ସ୍କ୍ରାପ୍‌ ବିକ୍ରି ବିବାଦରୁ ଗଡ଼ିଥିଲା ମୁଣ୍ଡ

ଅନୁଗୋଳ,୨୫୯ (ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସଦର ଥାନା ଛେଳିଆପଡ଼ାସ୍ଥିତ ଭବାନୀ ଶଙ୍କର ଭଞ୍ଜ (ବୁବୁ) ହତ୍ୟାକାଣ୍ଡ ଉପରୁ ପୋଲିସ ମଙ୍ଗଳବାର ପରଦା ଉଠାଇଛି। ପୂର୍ବ ଶତ୍ରୁତା ଓ...

ମାଡ଼ ଖାଇ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ବନ କର୍ମଚାରୀ

ଅନୁଗୋଳ,୨୦।୯: ହାତୀ ଘଉଡାଇବାକୁ ଯାଇଥିବା ବେଳେ ଗ୍ରାମବାସୀଙ୍କ ମାଡ଼ରେ ଜଣେ ବନ କର୍ମଚାରୀ ଗୁରୁତର ଆହତ ହୋଇଥିବା ବେଳେ ଆଉ ୨ଜଣ କର୍ମଚାରୀ ଆହତ ହୋଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri