ନୂଆଦିଲ୍ଲୀ,୨୫-୩: ସମସ୍ତ ପ୍ରକାରର ସାନିଟାଇଜର ଏବଂ ଭେଣ୍ଟିଲେଟର ରପ୍ତାନିକୁ ତୁରନ୍ତ ଭିତ୍ତିରେ ବନ୍ଦ କରିବାକୁ କେନ୍ଦ୍ର ସରକାର ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି। କରୋନା ବ୍ୟାପୁଥିବାରୁ ଏହାକୁ ଧ୍ୟାନରେ ରଖି ସରକାର ପଦକ୍ଷେପ ଗ୍ରହଣ କରିଥିବା ବିଦେଶୀ ବାଣିଜ୍ୟ ମହାନିର୍ଦ୍ଦେଶାଳୟ (ଡିଜିଏଫ୍ଟି) ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି। ସମସ୍ତ ପ୍ରକାରର ଭେଣ୍ଟିଲେଟର ସହ ଆର୍ଟିଫିସିଆଲ ରେସ୍ପିରେଟୋରୀ ଆପାରଟସ୍ କିମ୍ବା ଯେକୌଣସି ବ୍ରିଦିଂ ଆପ୍ଲାଏନ୍ସ ଏବଂ ଡିଭାଇସକୁ ଏହା ମଧ୍ୟରେ ସାମିଲ କରାଯାଇଛି। ଗତ ସପ୍ତାହରେ କିଛି ଭେଣ୍ଟିଲେଟର ରପ୍ତାନି ଉପରେ ସରକାର କଟକଣା ଲଗାଇଥିଲେ। ଏହାବାଦ ଡିସ୍ପୋଜେବଲ ମାସ୍କ, ସର୍ଜିକାଲ ମାସ୍କ, ମାସ୍କ ପ୍ରସ୍ତୁତି ଟେସ୍କଟାଇଲ ର’ ମାଟେରିଆଲକୁ ମଧ୍ୟ ଏହା ମଧ୍ୟରେ ସାମିଲ ରହିଥିଲା। କରୋନା ଲାଗି ବଜାରରେ ସାନିଟାଇଜର ଏବଂ ଫେସ୍ ମାସ୍କର ଏବେ ଅଭାବ ରହିଥିବାରୁ ବଜାର ସ୍ଥିତିକୁ ଠିକ୍ ରଖିବା ଲାଗି ସରକାର ଏଭଳି ପଦକ୍ଷେପ ନେଇଥିବା ଜଣାପଡିଛି।