ସାନିଟାରି ପ୍ୟାଡ୍‌ ବ୍ୟବହାର କରୁଛନ୍ତି ରାଜ୍ୟର ୧୩% ମହିଳା

ଭୁବନେଶ୍ୱର,୨୦-୯(ବ୍ୟୁରୋ): ସାନିଟାରି ପ୍ୟାଡ୍‌ ବ୍ୟବହାର କ୍ଷେତ୍ରରେ ପଛୁଆ ରାଜ୍ୟଗୁଡିକ ତୁଳନାରେ ଓଡ଼ିଶା କିଛିଟା ଆଗୁଆ ରହିଛି। ଏଠାରେ ମହିଳାଙ୍କ ମଧ୍ୟରେ ପ୍ୟାଡ୍‌ ବ୍ୟବହାର ପରିମାଣ ପ୍ରାୟ ୧୨ରୁ ୧୩%। ସେହିଭଳି ରାଜ୍ୟରେ ଆଦିବାସୀ ବହୁଳ ଅଞ୍ଚଳରେ ଏଭଳି ପ୍ରଡକ୍ଟ ବ୍ୟବହାର ନେଇ ସଚେତନତା ବିଶେଷ ଭାବେ ପହଞ୍ଚିପାରି ନାହିଁ। ଓଡ଼ିଶାରେ ଅଧିକରୁ ଅଧିକ ଆଉଟଲେଟରେ ଏହି ପ୍ରଡକ୍ଟଗୁଡିକୁ ପହଞ୍ଚାଇବା ନେଇ ପଦକ୍ଷେପ ନିଆଯାଉଛି। ସାନିଟାରି ପ୍ୟାଡ୍‌ ବ୍ୟବହାର ନେଇ ସଚେତନତା ବୃଦ୍ଧି ଲାଗି ବିଭିନ୍ନ କ୍ୟାମ୍ପେନ ହାତକୁ ନିଆଯାଇଛି ବୋଲି ନାଇନ ସାନିଟାରି ପ୍ୟାଡ କମ୍ପାନୀର ସିଇଓ ରିଚା ସିଂ କହିଛନ୍ତି।
ଏଠାରେ ଏକ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, ଓଡ଼ିଶା ସମେତ ପଞ୍ଜାବ ଏଜୁକେଶନ ବୋର୍ଡ, ନ୍ୟାଶନାଲ ହେଲ୍‌ଥ କମିଶନ ସହ ମିଳତ ଉତ୍ତର ପ୍ରଦେଶରେ ହୋଇ ସାନିଟାରି ନାପକିନ ବ୍ୟବହାରକୁ ଉତ୍ସାହିତ କରାଯାଉଛି। ସେହିଭଳି ଆଗାମୀ ଦିନରେ ଏଠାରେ ସରକାର ଏବଂ ଆଶା ଓ୍ବାର୍କରଙ୍କ ସହ ମିଶି କାମ କରିବାକୁ ଯୋଜନା ରଖିଛୁ। ଏବେ ଓଡ଼ିଶାରେ ୬ରୁ ୭ ହଜାର ଷ୍ଟୋରରେ କମ୍ପାନୀର ପ୍ରଡକ୍ଟ ଉପଲବ୍ଧ ହେଉଛି। ବର୍ତ୍ତମାନ ପ୍ରଡକ୍ଟର ଗୁଣବତ୍ତାକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ମଧ୍ୟ ସୃଷ୍ଟି କରାଯାଉଥିବା ସେ କହିଛନ୍ତି।
ସେ କହିଛନ୍ତି ଯେ, ବର୍ତ୍ତମାନ ଦେଶର ୧୮% ମହିଳା ଏବଂ ଯୁବତୀଙ୍କ ନିକଟରେ ସାନିଟାରି ନାପକିନ ପହଞ୍ଚିଛି। ଏବେ ବି ସିଂହଭାଗ ଲୋକଙ୍କ ନିକଟରେ ଏହି ପ୍ରଡକ୍ଟ ପହଞ୍ଚି ନାହିଁ। ଏହି ଅଂଶ ମଧ୍ୟରୁ ସାନିଟାରି ପ୍ୟାଡ୍‌ ବ୍ୟବହାର କରିବା ନେଇ ସମ୍ଭାବନା ରହିଥିବା ମହିଳା ଏବଂ ଯୁବତୀଙ୍କ ଅଂଶ ପ୍ରାୟ ୪୦% ହେବ। ଏମାନଙ୍କ ନିକଟରେ ପ୍ରଡକ୍ଟ ପହଞ୍ଚାଇବା ଯୋଜନା ରହିଛି। ସେହିଭଳି ଏନ୍‌ଜିଓ ଏବଂ ସରକାରଙ୍କ ସହାୟତାରେ ଶସ୍ତାରେ ପ୍ୟାଡ୍‌ ଯୋଗାଇବାକୁ ଯୋଜନା ରଖିଛୁ। ପ୍ୟାଡ୍‌ ବ୍ୟବହାର ନେଇ ସଚେତନତା ବଢାଇବାକୁ ହେବ। କେବଳ ଗାଁ ନୁହେଁ ସହରରେ ମଧ୍ୟ ପ୍ୟାଡ ବ୍ୟବହାର ନେଇ ସଙ୍କୋଚ ଦେଖାଯାଉଛି। ଏହାର ଦୂରୀକରଣ ନେଇ ନାଇନ୍‌ କାର୍ଯ୍ୟ କରୁଛି।
ରାଜ୍ୟରେ କମ୍ପାନୀର ଉପସ୍ଥିତି ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, କମ୍ପାନୀ ବର୍ତ୍ତମାନ ସାରା ଦେଶରେ ୨୦୦ କୋଟି ଟଙ୍କାର କାରବାର କରୁଛି। ଆଗାମୀ ୫ ବର୍ଷରେ ୧୦୦୦ କୋଟି ଟଙ୍କାର ବ୍ୟବସାୟ ଲକ୍ଷ୍ୟ ରହିଛି। ୯ ରାଜ୍ୟରେ ପ୍ରଡକ୍ଟ ଉପଲବ୍ଧ କରାଯାଉଛି। ଚଳିତ ବର୍ଷ ଆଉ ଅଧିକ ରାଜ୍ୟରେ ପ୍ରଡକ୍ଟ ଉପଲବ୍ଧ କରାଇବା ଲାଗି ପଦକ୍ଷେପ ନିଆଯାଉଛି। ୨ଟି ୟୁନିଟ ସହ ଉତ୍ପାଦନ ପ୍ରକ୍ରିୟା ଚାଲୁ ରହିଥିବା ବେଳେ ବାର୍ଷିକ ୯୦ କୋଟି ପ୍ୟାଡ ଉତ୍ପାଦନ ହେଉଛି। ବତ୍ତର୍ମାନ ୧୧୦୦ ଲୋକ କମ୍ପାନୀରେ କାମ କରୁଛନ୍ତି। ଗୁଣବତ୍ତା ପ୍ରଡକ୍ଟକୁ ପ୍ରାଥମିକତା ଦିଆଯାଉଥିବା ବେଳେ ସର୍ବୋତ୍ତମ କଞ୍ଚାମାଲକୁ ଚୟନ କରୁଛୁ। ପ୍ଲାଣ୍ଟରେ ଅଭିଜ୍ଞ ତଥା ତାଲିମ ପ୍ରାପ୍ତ ଶ୍ରମ ଶକ୍ତିଙ୍କୁ ନିଯୁକ୍ତ କରୁଛୁ। ପ୍ରଡକ୍ଟ ପ୍ରସ୍ତୁତି ପରେ ଏହାର ଗୁଣବତ୍ତାର ତ୍ୱରିତ ପରୀକ୍ଷା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନର ଶୁଭାରମ୍ଭ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍ସୁରାନ୍ସର ନୂତନ ଉତ୍ପାଦ ‘ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନ’ ପ୍ଲାନ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହା ଏକ...

ମଉଳୁଛି ପେଟ୍ରୋଲ, ଡିଜେଲ ଶସ୍ତା ହେବା ଆଶା

ଭୁବନେଶ୍ୱର,୨୦।୯ (ଅନୁରାଧା ମହାରଣା):ନିକଟରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇବା ପରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା।...

କୋଟି କୋଟି ଟଙ୍କାର ବ୍ୟବସାୟ ଛାଡି ରିଲାଏନ୍ସରେ ଦେଇଥିଲେ ଯୋଗ, ଏବେ କମ୍ପାନୀର…

ନୂଆଦିଲ୍ଲୀ,୧୯।୯: ଜୟକର୍ପ ଲିମିଟେଡର ଚେୟାରମ୍ୟାନ୍‌ ଆନନ୍ଦ ଜେନ ରିଅଲ ଇଷ୍ଟେଟ, ବିତ୍ତ ଓ ପୁଞ୍ଜି ବଜାର ସହିତ ଅନ୍ୟ ଉଦ୍ୟୋଗରେ ୩୦ବର୍ଷର ଅନୁଭବ ରଖିଛନ୍ତି। ତେବେ...

ପାର୍ବଣ ସମୟରେ ନିୟନ୍ତ୍ରଣରେ ରହିବ ଦରଦାମ୍: ଆଶ୍ୱସ୍ତ କଲେ ସରକାର

ନୂଆଦିଲ୍ଲୀ,୧୮ା୯: ସରକାର ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ନାହିଁ। ବଢୁଥିବା ଦରଦାମ୍ ଏବେ ଲୋକମାନଙ୍କର...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri