ଦାରିଙ୍ଗବାଡ଼ି,୫।୬(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ବାଡ଼ାବାଙ୍ଗା ପଞ୍ଚାୟତ ଗଦଡ଼ି ଗ୍ରାମରେ ସାପକାମୁଡ଼ାରେ ସୋମବାର ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସୁଇଟି ପ୍ରଧାନ ା ସୁଇଟିଙ୍କୁ ସାପ କାମୁଡ଼ିଥିବା ଜାଣିବା ପରେ ଶ୍ୱଶୁର ଘର ଲୋକେ ତାଙ୍କୁ କ.ନୁଆଗାଁ ବ୍ଲକ ସିର୍ତ୍ତିଗୁଡ଼ା ଅଞ୍ଚଳର ଜଣେ ଗୁଣିଆଙ୍କ ନିକଟକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ସୁଇଟିଙ୍କୁ ଡାକ୍ତରଖାନା ନେବା ବଦଳରେ ଅନ୍ଧବିଶ୍ୱାସର ବଶବର୍ତ୍ତି ହୋଇ ଗୁଣିଆ ନିକଟକୁ ଝଡ଼ାଫୁଙ୍କା ପାଇଁ ନେବାରୁ ଅକାଳରେ ସୁଇଟିଙ୍କ ଜୀବନ ଚାଲିଗଲା ବୋଲି ଚର୍ଚ୍ଚା ହେଉଛି।