ସାମାଜିକ କର୍ମୀଙ୍କୁ ହେଲ୍‌ମେଟରେ ପିଟି ଖସିଗଲେ ଲୁଟେରା: ଚୋରି ବାଇକ, ଲୁଟ୍‌ ଭ୍ୟାନିଟି ପୋଲିସ ଜିମା

ଭୁବନେଶ୍ୱର, ୨୫ ।୪(ବ୍ୟୁରୋ)- ରାଜଧାନୀରେ ନିର୍ବାଚନକୁ ନେଇ ପୋଲିସ ମଙ୍ଗଳବାର ବ୍ୟସ୍ତଥିବାବେଳେ ଏପଟେ ରାସ୍ତା ଓ ବଜାରରେ ମାତିଥିଲେ ଲୁଟେରା। ତେବେ ଲୁଟେରା ଜଣକ ଏକ ଦମ୍ପତିଙ୍କଠାରୁ ଲୁଟ୍‌ କରି ପଳାଉଥିବାବେଳେ ୪ଜଣ ସାମାଜିକ କର୍ମୀ ଗୋଡ଼ାଇ କାବୁ କରିବା ଓ ଲୁଟେରା ଜଣକ ହେଲ୍‌ମେଟ୍‌ରେ ଆକ୍ରମଣ କରି ଖସିିଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଖାରବେଳନଗର ଥାନା ଅଞ୍ଚଳରେ ଘଟିଥିଲା ଏହି ଘଟଣା।   ରାଜସ୍ଥାନର ସୁଧାକର ରତ୍‌ଓ୍ବା ଖଣ୍ଡଗିରି ଅଞ୍ଚଳରେ ପରିବାର ସହ ରହିବା ରୁହନ୍ତି। ସେ ଏକ ଘରୋଇ କଲେଜର କର୍ମଚାରୀ। ମଙ୍ଗଳବାର ସନ୍ଧ୍ୟାରେ ସୁଧାକର ତାଙ୍କ ସ୍ତ୍ରୀ ଭାରତୀଙ୍କ ସହ ମାଷ୍ଟର କ୍ୟାଣ୍ଟିନସ୍ଥିତ ଏକ ଜୁଏଲାରୀ ଦୋକନକୁ ଆସିଥିଲେ। ସେଠାରୁ ବାହାରିବାପରେ ଲୁଟେରା ଜଣକ ଭାରତୀଙ୍କ ହାତରୁ ଭ୍ୟାନିଟି ବ୍ୟାଗ ଝାମ୍ପିନେଇ ଫେରାର ହୋଇଯାଉଥିଲେ। ଚିତ୍କାର ଶୁଣି ସେଠାରେ ଉପସ୍ଥିତ ଥିବା  ଫନିକ୍ସ ସେବାର ସଦସ୍ୟମାନେ ଦୁଇଟି ବାଇକରେ ଉକ୍ତ ଲୁଟେରାଙ୍କ ପିଛା କରିଥିଲେ। କିଛି ସମୟ ପରେ ସେମାନେ ଅତି ସାହସିକତାର ସହ ଉକ୍ତ ଲୁଟେରାଙ୍କୁ ଗୋଡାଇ ରବି ଟକିଜ ଛକ ନିକଟରେ କାବୁ କରିଥିଲେ। କିଛି ସମୟ ଧରି ଲୁଟେରାଙ୍କ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା। ଶେଷରେ ଲୁଟେରା ଜଣକ ପିନ୍ଧିଥିବା ହେଲ୍‌ମେଟ୍‌ରେ ଆକ୍ରମଣ କରିବା ସହ ନିଜ ବାଇକ୍‌ ଓ ଲୁଟ୍‌ ଭ୍ୟାନିଟ ବ୍ୟାଗ୍‌ ଛାଡ଼ି ଦୌଡ଼ିଥିଲେ।  ପରେ ସାମାଜିକ କର୍ମୀମାନେ ସେସବୁକୁ  ଆଣି ପୋଲିସ ଜିମା ଦେଇଛନ୍ତି। ଉକ୍ତ ବ୍ୟାଗରେ ନଗଦ ୪ ହଜାର ଟଙ୍କା, ନୂଆ ଅଳଙ୍କାର ଓ ଜରୁରୀ କାଗଜ ପତ୍ର ରହିଥିଲା।  ଏନେଇ ପୋଲିସ ୧୧୩/୧୯ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ତେବେ ଲୁଟେରା ଛାଡ଼ିଯାଇଥିବା ବାଇକଟି ମଧ୍ୟ ଚୋରି ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଟ୍ରାଫିକ୍‌ କଟକଣା

ଭୁବନେଶ୍ୱର,୧୬ା୯(ସତ୍ୟଜିତ୍‌ ରାଉତ): ସୁଭଦ୍ରା ଯୋଜନାର ଶୁଭାରମ୍ଭ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭୁବନେଶ୍ୱର ଆସୁଛନ୍ତି। ଏଥିପାଇଁ ରାଜଧାନୀରେ ବିପୁଳ...

ଭୁବନେଶ୍ୱର ରାଜରାସ୍ତାରେ ବେପରୁଆ ଡ୍ରାଇଭିଂ ଘଟଣା: ୫ ଜଣଙ୍କୁ ବାନ୍ଧିଲା ପୋଲିସ, ୨ଟି ଗାଡ଼ି ଜବତ

ଭୁବନେଶ୍ବର,୧୬।୯: ରାଜଧାନୀ ଭୁବନେଶ୍ୱରରେ ବେପରୁଆ ଡ୍ରାଇଭିଂ କରିବାରୁ ୫ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଏଥିସହିତ ୨ଟି ଗାଡ଼ି ମଧ୍ୟ ଜବତ କରାଯାଇଛି...

ଅତିପ୍ରବଳ ବର୍ଷା: ହୋଇପାରେ ଭୂସ୍ଖଳନ, କାଲି ସକାଳଯାଏ….

ଭୁବନେଶ୍ବର,୧୬।୯:  ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆକଳନ ଅନୁସାରେ ଏହି ବର୍ଷା ଆହୁରି ଦୁଇ...

ଆଳୁ ପିଆଜ ପରେ ବଢ଼ିଲା…

ଭୁବନେଶ୍ବର,୧୬।୯: ବଢୁଛି ଜରୁରୀ ସାମଗ୍ରୀର ଦାମ ବଢ଼ି ଚାଲିଛି । ଆଳୁ ପିଆଜ ପରେ ଏବେ ତେଲ ମହଙ୍ଗା ହୋଇଛି । କେନ୍ଦ୍ର ସରକାର ପାମୋଲିନ,...

ଆକାଉଣ୍ଟକୁ ୧ ଟଙ୍କା ଆସି ନ ଥିଲେ ସୁଭଦ୍ରା ଟଙ୍କା ପାଇବେ ନା ନାହିଁ: ଦ୍ୱନ୍ଦ୍ୱ ଦୂର କଲେ ଉପମୁଖ୍ୟମନ୍ତ୍ରୀ

ଭୂବନେଶ୍ୱର,୧୬।୯: ରାଜ୍ୟରେ ଏବେ ‘ସୁଭଦ୍ରା’ କ୍ରେଜ୍‌ ଚାଲିଛି। ଗାଁଠୁ ସହର ପର୍ଯ୍ୟନ୍ତ ସବୁଆଡେ ସୁଭଦ୍ରା ଯୋଜନାକୁ ନେଇ ଆଲୋଚନା ଚାଲିଛି। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନିଜ ଜନ୍ମଦିନରେ...

କାଲି ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ସୁଭଦ୍ରା ଟଙ୍କା, ଉପମୁଖ୍ୟମନ୍ତ୍ରୀ କହିଲେ ମୋବାଇଲକୁ ଆସୁଥିବା ଲିଙ୍କ୍‌ରେ…

ଭୁବନେଶ୍ୱର,୧୬ା୯: ଆସନ୍ତାକାଲି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ସୁଭଦ୍ରା ହିତାଧିକାରୀଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି। ଆଉ କିଛି ମଧ୍ୟ...

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌, ଆସନ୍ତାକାଲି…

ଭୁବନେଶ୍ୱର,୧୬ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅର୍ଥାତ୍‌ ୧୭ ତାରିଖରେ ଓଡ଼ିଶା ଆସିବେ। ଏହି ଗସ୍ତ ନେଇ ବଡ଼ ଅପଡେଟ୍‌ ଆସିଛି। ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚିବାଠାରୁ...

୧୭ରେ ଭୁବନେଶ୍ୱରର ସମସ୍ତ ସ୍କୁଲ, କଲେଜ ଛୁଟି

ଭୁବନେଶ୍ୱର,୧୫ା୯(ଶର୍ମିଷ୍ଠା ପାଣିଗ୍ରାହୀ): ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶରରେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିବେ। ରାଜଧାନୀରେ ବିପୁଳ ଜନସମାଗମକୁ ଦୃଷ୍ଟିରେ ରଖି ଭୁବନେଶର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri