ସାମାଜିକ ସଂହତିର ସେତୁବନ୍ଧ ‘ଲୋକକଳା’

(ରତନ ନାୟାର)
ଢେଙ୍କାନାଳ ଅଫିସ, ୧୮।୧୦ ଶିଳ୍ପ ସମୃଦ୍ଧ ଢେଙ୍କାନାଳ ଜିଲାକୁ ସ୍ବତନ୍ତ୍ର ପରିଚୟ ଦେଇଛି ଲୋକକଳା। ତେବେ ରାଜରାଜୁଡ଼ା ଅମଳରୁ ପ୍ରଚଳିତ ଲୋକକଳାରେ ଧସେଇ ପଶିଲା ଉଗ୍ର ଆଧୁନିକତା। ପରିସ୍ଥିତି ଏମିତି ହେଲା ଯେ, କଳାକାରମାନେ ମୁଖ୍ୟସ୍ରୋତରୁ ଦୂରେଇ ଗଲେ। ସେମାନଙ୍କୁ ଘାରିଲା ପେଟପାଟଣା ଚିନ୍ତା। କିଏ ଦାଦନ ଖଟିଲା ତ ଆଉ କିଏ ଅନ୍ୟ ବୃତ୍ତି ଆଡ଼େ ମୁହଁାଇଲା। ମଳିନ ପଡ଼ିଲା କଳାବିଭବ। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଗ୍ରାମାଞ୍ଚଳର କଳା ସଂସ୍କୃତିକୁ ପୁନରୁଦ୍ଧାର କରିବାକୁ ୨୦୧୧ରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗଠିତ ହେଲା ଜିଲା ଓ ବ୍ଲକ କଳା ସଂସ୍କୃତି ସଂଘ। ତଦନୁଯାୟୀ ଢେଙ୍କାନାଳ ଜିଲାରେ ଗଠିତ ୨ଟି ସଂଘ ଲୋକକଳାକୁ ଯୋଗାଇଲେ ପ୍ରୋତ୍ସାହନ।
୨୦୧୫-୧୬ରେ ତତ୍କାଳୀନ ଜିଲାପାଳ ରୂପାରୋଶନ ସାହୁଙ୍କ ଉଦ୍ୟମରେ କଳାକାରଙ୍କୁ ସଙ୍ଗଠିତ କରାଯାଇଥିଲା। ଏହାପରେ ୨୦୧୬ରେ ସଫଳତାର ସହ ଆୟୋଜିତ ହେଲା ଜିଲା ଲୋକକଳା ମହୋତ୍ସବ। ଏହାପରଠାରୁ ଲକ୍ଷ୍ମୀପୂଜା ଅବସରରେ ମହିଷାପାଟ ମେଳାପଡିଆରେ ପ୍ରତିବର୍ଷ ଆୟୋଜିତ ହୋଇଆସୁଛି ୩ଦିନିଆ ଲୋକକଳା ମହୋତ୍ସବ। ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ୨୦୧୧ରୁ ୨୦୧୯ ମଧ୍ୟରେ ଲୋକକଳା ଏବଂ ଏହାକୁ ବଞ୍ଚାଇ ରଖିଥିବା କଳାକାରଙ୍କୁ ପ୍ରୋତ୍ସାହିତ କରାଯାଇଛି। ଏଥିରେ ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ପ୍ରତ୍ୟାର୍ପଣ ପାଣ୍ଠି ବିନିଯୋଗ ମାଧ୍ୟମରେ ଖର୍ଚ୍ଚ ହୋଇଛି ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା। ଏଥିସହ ୧୦ହଜାରରୁ ଊର୍ଦ୍ଧ୍ୱ ସରକାରୀ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ଏଥିରେ ୫୦ହଜାରରୁ ଊର୍ଦ୍ଧ୍ୱ କଳାକାର ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଉପକୃତ ହୋଇଛନ୍ତି। ୧୧୭୮ଜଣ କଳାକାରଙ୍କୁ ଭତ୍ତା ଯୋଜନାରେ ସାମିଲ କରାଯାଇଛି। କାମାକ୍ଷାନଗର ବ୍ଲକ ରାୟନୃସିଂହପୁରକୁ ମିଳିଛି ଲୋକକଳା ଗ୍ରାମର ମାନ୍ୟତା। ଲୋକକଳାର ସଂରକ୍ଷଣ କ୍ଷେତ୍ରରେ ଅବଦାନ ଲାଗି ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୨୦୧୫-୧୬ରେ ଢେଙ୍କାନାଳକୁ ଦିଆଯାଇଥିଲା ପ୍ରଥମ ଆଦର୍ଶ ଜିଲାର ମାନ୍ୟତା। ଲୋକକଳାର ପ୍ରସାର ଲାଗି ଲଗାତର ୩ବର୍ଷ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଛି ଜିଲା। ଜିଲାର ୧୪ ପ୍ରକାରର ଲୋକକଳା ମଧ୍ୟରେ ଗୋପାଳଲଉଡ଼ି, ପାଲା, ଦାସକାଠିଆ, ଧୁଡୁକି, ଦଣ୍ଡ, ପାଇକଆଖଡା, ଘୁମୁରା, ଘଣ୍ଟବାଦ୍ୟ, ମୃଦଙ୍ଗ, ଘୋଡ଼ାନାଚ, କଣ୍ଢେଇନାଚ, ସଂକୀର୍ତ୍ତନ, ଖଞ୍ଜଣି ବାଦନ ଏବଂ ଆଦିବାସୀ ନୃତ୍ୟ ଅନ୍ୟତମ। ପରଜଙ୍ଗର ଘଣ୍ଟବାଦ୍ୟ, କଙ୍କଡ଼ାହାଡ଼, ସଦର, ଗଁଦିଆ ବ୍ଲକର ଆଦିବାସୀ ଓ ଘୁମୁରା ନୃତ୍ୟ, ହିନ୍ଦୋଳ, ଗଁଦିଆ, ଓଡ଼ାପଡ଼ାର ଦଣ୍ଡନୃତ୍ୟ ସୁନାମ ଅର୍ଜିଛି। ଗ୍ରାମାଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ, ପରିମଳ, ଆବାସ ଯୋଜନା, ଭତ୍ତା କାର୍ଯ୍ୟକ୍ରମ, ସମାଜ କଲ୍ୟାଣ ଯୋଜନାକୁ ଲୋକକଳା ମାଧ୍ୟମରେ ପ୍ରଚାର କରାଯାଉଛି। ସହାୟତା ଏବଂ ପ୍ରୋତ୍ସାହନ ବଢିଲେ ଜିଲାର ଲୋକ ସଂସ୍କୃତି ବିଶ୍ୱବ୍ୟାପୀ ପରିଚୟ ସୃଷ୍ଟି କରିବ ବୋଲି ସଂସ୍କୃତି ବିଶାରଦମାନେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri