Posted inଜାତୀୟ

ସାରା ଦେଶରେ ଲାଗୁହେବ ଏନ୍‌ଆର୍‌ସି

ନୂଆଦିଲ୍ଲୀ,୧୯ା୯ : ଭାରତରେ ରହୁଥିବା ବେଆଇନ ପ୍ରବାସୀଙ୍କୁ ଚିହ୍ନଟ କରି ବିଦା କରାଯିବ। ଏଥିପାଇଁ କେନ୍ଦ୍ର ସରକାର ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ସାରା ଦେଶରେ ଲାଗୁ କରିବେ ବୋଲି ବୁଧବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହ ସୂଚନା ଦେଇଛନ୍ତି।
ରାଞ୍ଚତ୍ରେ ଏକ ହିନ୍ଦୀ ଖବରକାଗଜର କାର୍ଯ୍ୟକ୍ରମରେ ଯୋଗଦେଇ ଶାହ କହିଛନ୍ତି, ଜଣେ ଭାରତୀୟ ବେଆଇନ ଭାବେ ଆମେରିକା, ବ୍ରିଟେନ କି ରୁଷିଆରେ ରହିପାରିବେ ନାହିଁ। ତେବେ ଅନ୍ୟ ଦେଶର ନାଗରିକମାନେ ବିନା ବୈଧ ଦସ୍ତାବିଜରେ ଭାରତରେ କିପରି ରହିପାରିବେ। ଏଥିଲାଗି ସମଗ୍ର ଦେଶରେ ଏନ୍‌ଆର୍‌ସି କାର୍ଯ୍ୟକାରୀ କରିବା ଉଚିତ। ଆଗକୁ ବେଆଇନ ଭାବେ ରହୁଥିବା ଶରଣାର୍ଥୀଙ୍କୁ ଦେଶରୁ କିପରି ବାହାର କରାଯିବ ସେନେଇ ସେ ନିଜେ ଉଦ୍ୟମ କରିବେ ବୋଲି ଶାହ କହିଛନ୍ତି। ଆସାମ ପରେ ଏବେ ଦେଶର ଅବଶିଷ୍ଟ ରାଜ୍ୟଗୁଡ଼ିକରେ ଏହାକୁ ଲାଗୁ କରାଯାଇ ଏକ ଜାତୀୟ ନାଗରିକ ପଞ୍ଜିକା ପ୍ରସ୍ତୁତ କରାଯିବ। କାରଣ ଦେଶର ନାଗରିକମାନଙ୍କ ଏକ ତାଲିକା ରହିବା ଉଚିତ। ଆସାମ ହେଉଛି ଦେଶର ଏକମାତ୍ର ରାଜ୍ୟ ଯେଉଁଠି ଅଗଷ୍ଟ ୩୧ରୁ ଏନ୍‌ଆର୍‌ସି କାର୍ଯ୍ୟକାରୀ ହେଉଛି। ଏହା ଆସାମ ନାଗରିକ ପଞ୍ଜିକା ନୁହେଁ ବୋଲି ଶାହ ସ୍ପଷ୍ଟ କରିଛନ୍ତି। ସେହିପରି ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚତ୍ରୁ ୨୫୦ କି.ମି. ଦୂର ଜୋହରରେ ଭାଜପାର ଜନ ଆଶୀର୍ବାଦ ଯାତ୍ରାକୁ ସମ୍ବୋଧିତ କରି ଦଳର ଅଧ୍ୟକ୍ଷ ଶାହ ଜମ୍ମୁ-କଶ୍ମୀର ପ୍ରସଙ୍ଗରେ କହିଛନ୍ତି, ଏହା ହେଉଛି ଭାରତର ଅବିଚ୍ଛେଦ୍ୟ ଅଙ୍ଗ। ଅନୁଚ୍ଛେଦ ୩୭୦କୁ ଉଚ୍ଛେଦ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନକୁ ତା’ର ଅସଲ ସ୍ଥାନ ଦେଖାଇଦେଇଛନ୍ତି। ଭାଜପା ମୂଳରୁ ୩୭୦କୁ ବିରୋଧ କରିଆସିଛି। ଏହାକୁ ହଟାଯିବା ପରେ କଂଗ୍ରେସର ପେଟବ୍ୟଥା କାହିଁକି ହେଉଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ୩୭୦ ଉଚ୍ଛେଦକୁ ସମର୍ଥନ କରୁଛନ୍ତି କି ନାହିଁ ସେ ବିଧାନସଭା ନିର୍ବାଚନ ହେବାକୁ ଥିବା ଝାଡ଼ଖଣ୍ଡ, ମହାରାଷ୍ଟ୍ର ଓ ହରିୟାଣାକୁ ଗଲେ ତାହା ସ୍ପଷ୍ଟ କରନ୍ତୁ।

ଏନ୍‌ଆର୍‌ସି ପାଇଁ ଆବଶ୍ୟକ ଦସ୍ତାବିଜ

ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି)ରେ ନାମ ପଞ୍ଜୀକରଣ ପାଇଁ ନିମ୍ନଲିଖିତ ୧୦ ଦସ୍ତାବିଜ ବୈଧ।
୧. ଜମିଜମା ସଂକ୍ରାନ୍ତ ମାଲିକାନା ସ୍ବତ୍ୱର କାଗଜପତ୍ର ବା ପଟ୍ଟା
୨. ରାଜ୍ୟ ବାହାରୁ ଜାରି କରାଯାଇଥିବା ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର
୩. ଭାରତ ସରକାରଙ୍କ ପକ୍ଷରୁ ଜାରି ପାସ୍‌ପୋର୍ଟ
୪. ଭୋଟର ପରିଚୟପତ୍ର ବା କୌଣସି ସରକାରୀ କର୍ତ୍ତୃପକ୍ଷ ଜାରି କରିଥିବା ଲାଇସେନ୍ସ/ପ୍ରମାଣପତ୍ର
୫. ସରକାରୀ ନିଯୁକ୍ତି ପ୍ରମାଣପତ୍ର
୬. ବ୍ୟାଙ୍କ/ ଡାକଘରରେ ଖାତା
୭. କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷ ଜାରି କରିଥିବା ଜନ୍ମ ପ୍ରମାଣପତ୍ର
୮. ବୋର୍ଡ/ବିଶ୍ୱବିଦ୍ୟାଳୟରୁ ଜାରି ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର
୯. କୋର୍ଟ ରେକର୍ଡ ବା ବିଚାର ବିଭାଗୀୟ କିମ୍ବା ରାଜସ୍ବ ଅଦାଲତର ଶୁଣାଣି ବେଳର ଦସ୍ତାବିଜ
୧୦. ଏଲ୍‌ଆଇସି ବୀମା ପଲିସି
ଜଣକ ପାଖରେ ଉପରୋକ୍ତ ଦସ୍ତାବିଜ ମଧ୍ୟରୁ କୌଣସି ଗୋଟିଏ ଥିଲେ ସେ ଆବେଦନପତ୍ର ସହ ତାକୁ ଦାଖଲ କରି ଏନ୍‌ଆର୍‌ସିରେ ସାମିଲ ହୋଇପାରିବେ। କିନ୍ତୁ ସମ୍ପୃକ୍ତ ଦସ୍ତାବିଜ ୧୯୭୧ ମାର୍ଚ୍ଚ ୨୪ ମଧ୍ୟରାତ୍ରି ସୁଦ୍ଧା ପ୍ରସ୍ତୁତ ହୋଇଥିବା ଜରୁରୀ। ଆସାମରେ ଏନ୍‌ଆର୍‌ସି ପ୍ରସ୍ତୁତି ଚାଲିଥିବାବେଳେ ରାଜ୍ୟ କୋଅର୍ଡିନେଟର ପ୍ରତୀକ ହାଜେଲା ମୋଟ ୧୫ଟି ଦସ୍ତାବିଜର ତାଲିକା ସୁପ୍ରିମକୋର୍ଟଙ୍କୁ ପ୍ରଦାନ କରିଥିଲେ। ସେଥିରୁ ଏହି ୧୦ ଦସ୍ତାବିଜକୁ ପରିଚୟପତ୍ରର ପ୍ରମାଣ ଭାବେ ଗ୍ରହଣ କରିବାକୁ ୨୦୧୮ ସେପ୍ଟେମ୍ବର ୫ରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ। ଏନ୍‌ଆର୍‌ସି ଅନୁସାରେ ୧୯୭୧ ମାର୍ଚ୍ଚ ୨୫ ପୂର୍ବରୁ ଭାରତକୁ ଆସିଥିବା ବାଂଲାଦେଶୀଙ୍କୁ ସ୍ଥାନୀୟ ନାଗରିକର ମାନ୍ୟତା ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ ମୋଦି: ଏହି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ରହିବ ସମସ୍ତଙ୍କ ନଜର

ନୂଆଦିଲ୍ଲୀ,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତିନି ଦିନିଆ ଗସ୍ତ ଆମେରିକା ଗସ୍ତରେ ଯାଇଛନ୍ତି। ଏହି ଗସ୍ତ ସମୟରେ ସେ ବାର୍ଷିକ ‘କ୍ୱାଡ’ ଶିଖର ସମ୍ମିଳନୀରେ...

କେନ୍ଦ୍ରକୁ ହାଇକୋର୍ଟ ଝଟକା: ସରକାର ଫେକ୍‌ ନ୍ୟୁଜ୍‌ର ସଂଜ୍ଞା ନିରୂପଣ କରିପାରିବେ ନାହିଁ

ମୁମ୍ବାଇ,୨୧ା୯:ସୂଚନା ଓ ପ୍ରଯୁକ୍ତି (ଆଇଟି) ଆଇନ ଅଧୀନରେ ଫ୍ୟାକ୍ଟ ଚେକିଂ ୟୁନିଟ୍‌ (ଏଫ୍‌ସିୟୁ) ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ସରକାର ଚଳାଇଥିବା ଉଦ୍ୟମକୁ ଝଟ୍‌କା ଲାଗିଛି।...

ଅସୁରକ୍ଷିତ ଖାଦ୍ୟ: ବର୍ଷକୁ ୪.୨ ଲକ୍ଷ ମୃତ୍ୟୁ

ନୂଆଦିଲ୍ଲୀ,୨୧ା୯: ବିଶ୍ୱରେ ଅସୁକ୍ଷିତ ଖାଦ୍ୟ ଖାଇ ପ୍ରତିବର୍ଷ ୬୦୦ ନିୟୁତ ଲୋକ ରୋଗଗ୍ରସ୍ତ ହେଉଥିବାବେଳେ ୪ ଲକ୍ଷ ୨୦ ହଜାର ପ୍ରାଣ ହରାଉଛନ୍ତି। ଅସୁରକ୍ଷିତ ଖାଦ୍ୟ...

ପାକ୍‌ ମନ୍ତବ୍ୟ: ହାଇକୋର୍ଟ ବିଚାରପତିଙ୍କୁ ସୁପ୍ରିମକୋର୍ଟ ଭର୍ତ୍ସନା

ନୂଆଦିଲ୍ଲୀ,୨୧ା୯: କର୍ନାଟକ ହାଇକୋର୍ଟର ବିଚାରପତି ବେଦବ୍ୟାସଚାର ଶ୍ରୀଶାନନ୍ଦ ନିକଟରେ ଏକ ମାମଲାର ଶୁଣାଣି ବେଳେ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ ସୁପ୍ରିମକୋର୍ଟ ରାଜ୍ୟର ମୁଖ୍ୟ ବିଚାରପତିଙ୍କଠାରୁ...

ଲୋକଙ୍କ ଆସ୍ଥା ସହ ଖେଳ

ନୂଆଦିଲ୍ଲୀ,୨୧ା୯: ତିରୁପତି ଲଡ଼ୁରେ ବ୍ୟବହୃତ ଘିଅରେ ଗୋରୁ ଚର୍ବି ଏବଂ ମାଛ ତେଲ ରହିଥିବା ଅଭିଯୋଗ ଉପରେ କେନ୍ଦ୍ର ସରକାର ଶୁକ୍ରବାର ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌....

ଶନିବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆତିଶୀ

ନୂଆଦିଲ୍ଲୀ,୨୦ା୯ : ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ନେତ୍ରୀ ଆତିଶୀ ଶନିବାର ଅପରାହ୍ନ ୪ଟା ୩୦ ମିନିଟ୍‌ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ତାଙ୍କ...

ତିରୁପତି ଲଡ଼ୁ ବିବାଦ: ସୁପ୍ରିମକୋର୍ଟରେ ମାମଲା

ନୂଆଦିଲ୍ଲୀ,୨୦ା୯: ତିରୁପତି ଲଡ଼ୁ ବିବାଦ ଶୁକ୍ରବାର ସୁପ୍ରିମକୋର୍ଟରେ ପହଞ୍ଚତ୍ଛି। ଅଭିଯୋଗର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବା ପାଇଁ ଜଣେ ଆଇନଜୀବୀ ସର୍ବୋଚ୍ଚ ଅଦାଲତରେ ପିଟିଶନ ଦାଏର କରିଛନ୍ତି।...

ମାଓବାଦୀଙ୍କୁ ଅସ୍ତ୍ରତ୍ୟାଗ ପାଇଁ ଶାହାଙ୍କ ଆହ୍ବାନ

ନୂଆଦିଲ୍ଲୀ,୨୦ା୯: ମାଓବାଦୀମାନେ ସେମାନଙ୍କ ଅସ୍ତ୍ରଶସ୍ତ୍ର ତ୍ୟାଗକରି ଆତ୍ମସମର୍ପଣ କରିବା ନିମନ୍ତେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶୁକ୍ରବାର ଅପିଲ୍‌ କରିଛନ୍ତି। ସେମାନେ ଯଦି ହିଂସାତ୍ମକ ପନ୍ଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri