ବଲିଉଡ୍ ଅଭିନେତା କାର୍ତ୍ତିକ ଆର୍ଯ୍ୟାନ୍ ଏବଂ ସୈଫ୍ ତନୟା ସାରା ଅଲ୍ଲୀ ଖାନ୍ଙ୍କ ପ୍ରେମ ସମ୍ପର୍କ କାହାକୁ ଅଛପା ନାହିଁ। ଉଭୟଙ୍କୁ ବିଭିନ୍ନ ସ୍ଥାନରେ ଏକାଠି ଦେଖିବାକୁ ମିଳେ। କିନ୍ତୁ ଏବେ ଉଭୟଙ୍କ ବ୍ରେକ୍ଅପ୍ ହୋଇଯାଇଛି ବୋଲି ଆଲୋଚନା ଚାଲିଛି। କାର୍ତ୍ତିକ ନିଜ ଆଗାମୀ ଫିଲ୍ମ ‘ପତି, ପତ୍ନୀ ଔର୍ ଓ’ ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ଅଭିନୟ କରୁଥିବା ଅନନ୍ୟା ଏବେ କାର୍ତ୍ତିକଙ୍କ ନିକଟତର ହେଉଥିବା ଚର୍ଚ୍ଚା ହେଉଛି। ନିକଟରେ ଅନନ୍ୟାଙ୍କ ଜନ୍ମଦିନ ଥିବାବେଳେ ଉଭୟ ଡିନର୍ ଡେଟ୍ରେ ଯାଇଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଫଟୋ ଦେଖି କାର୍ତ୍ତିଙ୍କୁ ଯୁଜର୍ସମାନେ ଧୋକାବାଜ୍ ଆଖ୍ୟା ଦେଇଛନ୍ତି।