ସାରାବଙ୍ଗ ପଞ୍ଚାୟତ ସମ୍ମୁଖରେ ଧାରଣା

ନୂଆପଡା ଅଫିସ,୩ା୮
ନୂଆପଡା ଜିଲା ସଦର ବ୍ଲକ ସାରାବଙ୍ଗ ପଞ୍ଚାୟତରେ ଉନ୍ନୟନ କାମରେ ଅନିୟମିତତା ହୋଇଥିବା ନେଇ ସାରାବଙ୍ଗ ଗ୍ରାମବାସୀ ଆଜକୁ ଦେଢ ମାସ ହେବ ଧାରଣା ଦେଇଥିବାବେଳେ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପୁଞ୍ଜିଭୂତ ହେଉଛି । ବିଭିନ୍ନ ସମୟରେ ଅଧିକାରୀମାନେ ଆସି ବୁଲିଯାଉଛନ୍ତି । ହେଲେ ପରବର୍ତ୍ତି ସମୟରେ ତାହା ଫାଇଲ ତଳେ ଚାପି ହୋଇଯାଉଛି । କାର୍ଯ୍ୟାନୁଷ୍ଠାନ ହେବ ବୋଲି କେବଳ ଭୁଆଁ ବୁଲାଉଛି ପ୍ରଶାସନ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହା ଉପରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଚେତାଇ ଦେଇଛନ୍ତି ।
ଏମ୍‌ଜିଏନ୍‌ଆରଇଜିଏସ୍‌ରେ ଅନିୟମିତତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉକି ବିଭିନ୍ନ ଉନ୍ନତି ମୂଳକ ଯୋଜନାରେ ଅନିୟମିତତା ହୋଇଥିବା ନେଇ ତାରି ତଦନ୍ତ ଦାବିରେ ସାରାବଙ୍ଗ ଗ୍ରାମବାସୀ ପଞ୍ଚାୟତ ସମ୍ମୁଖରେ ଗତ ଜୁନ ୧୯ ତାରିଖ ଦିନ ଧାରଣା ଦେଇଛନ୍ତି । ସେହି ଦିନଠାରୁ ଭିନ୍ନ ଭିନ୍ନ ଦିନରେ ବ୍ଲକ ତଥା ଜିଲା ପ୍ରଶାସନର ପ୍ରତିନିଧି ଦଳ ଧାରଣାସ୍ଥଳକୁ ଆସି ବୁଲି ଯାଇଛନ୍ତି । ଏହା ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରତିଶ୍ରୁତି ଦେଇଯାଇଛନ୍ତି। ପ୍ରଥମେ ବିଡିଓ ସୁନୀଲ କୁମାର କେର୍କେଟା, ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ ଜୁନ ୨୨ ତାରିଖରେ ବୁଲି ଯାଇଛନ୍ତି। ପରେ ଡିଆରଡିଏରୁ ଏକ ୱାର୍କସ କମିଟି ଦାବିଗୁଡିକ ଉପରେ ତଦନ୍ତ କରି ଯାଇଛନ୍ତି । ହେଲେ ଆଜିପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ତେଣୁ କରି ଏହା ଉପରେ କାର୍ଯ୍ୟାନୁଷ୍ଠାନ ନ ହେବାଯାଏଁ ସେମାନେ ଏଥିରୁ ଓହରି ବେନାହିଁ ବୋଲି ଅଡି ବସିଛନ୍ତି । ଏଣେ ଦିନ ପରେ ଦିନ ଗଡିଚାଲିଛି । ଫଳରେ ସାଧାରଣ ବଣ୍ଟନ ବ୍ୟବସ୍ଥା ହେଉକି ଭତ୍ତା ବଣ୍ଟନ ଭଳି କାମରେ ବାଧା ସୃଷ୍ଟି ହେଉଛି । ଯେକୌଣସି ଅଭିଯୋଗ ଥାଉନା କାହିଁକି ଖୋଲା ଖୋଲି ଆସି ଆଲୋଚନା କରି ପାରିବେ ବୋଲି ସରପଞ୍ଚ କହିଥିବାବେଳେ ଆମେ ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନ କରୁଛୁ । କୌଣସି ପ୍ରକାର ବିଶୃଙ୍ଖଳା ସୃ୍‌ଷ୍ଟି କରିବା ଆମର ଉଦ୍ଦେଶ୍ୟ ନାହିଁ । ଆମରି ଅଧିକାରକୁ କର୍ତ୍ତୃପକ୍ଷକ୍ଷୂର୍ଣ୍ଣ କରୁଛନ୍ତି । ପଞ୍ଚାୟତର କାର୍ଯ୍ୟକଳା ପରେ କୌଣସି ହସ୍ତକ୍ଷେପ କରୁନାହୁଁ ବୋଲି ଆନ୍ଦୋଳନକାରୀମାନେ ଗଣମାଧ୍ୟମକୁ କହିଛନ୍ତି । ଆଜକୁ ଆନ୍ଦୋଳନ ଦେଢ ମାସ ବିତିଗଲାଣି । ଆଗକୁ ମଧ୍ୟ ଏହା ଜାରି ରହିବ। ହେଲେ ଆଗାମୀ ସୋମବାର ଜିଲାପାଳଙ୍କୁ ଭେଟି ଜଣାଇବା ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନ ହେଲେ ଏହାକୁ ତୀବ୍ର କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଏହାକୁ ନେଇ ପ୍ରଶାସନ କ’ଣ କରୁଛି ତାହା ଆଗାମୀ ଦିନରେ ଜଣାପଡିବ ବୋଲି ଲାଲ ସିଂ ମାଝି, ରାଜୁ ସୋନି ପ୍ରମୁଖ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୩.୧୩ କେଜି ବଜ୍ରକାପ୍ତା କାତି ଜବତ, ଧରାପଡ଼ିଲେ ୪ ଅଭିଯୁକ୍ତ

ନୂଆପଡ଼ା/ଖଡିଆଳ,୨୨ା୧୨(ମକାରୁ ବେମାଲ/ସୁଜିତ ପ୍ରଧାନ): ନୂଆପଡ଼ା ଜିଲା କୋମନା ରେଞ୍ଜ ନାଗପଡ଼ା ପଞ୍ଚାୟତ ଝରଣାମାଲ ଗାଁରେ ଖଡ଼ିଆଳ ବନ ବିଭାଗ ଚଢାଉ କରି ୩ କିଲୋଗ୍ରାମ ୧୩୦...

ଅନ୍‌ଲାଇନ ଠକେଇ: ଝାଡ଼ଖଣ୍ଡରୁ ଅଭିଯୁକ୍ତ ଗିରଫ

ନୂଆପଡ଼ା,୧୯ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲା ବୋଡ଼େନ ଥାନା ଅଞ୍ଚଳରେ ଏକ ସାଇବର ଠକେଇ ଘଟଣାରେ ନୂଆପଡ଼ା ପୋଲିସ ଝାଡଖଣ୍ଡରୁ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି...

ଗାଁ ଗାଁରେ ମାତିଛନ୍ତି ଦାଦନ ଦଲାଲ: ରାଜି ନ ହେଲେ ଗୁଣ୍ଡା ଲଗାଇ ଟେକି ନେଉଛନ୍ତି

ନୂଆପଡ଼ା,୧୨।୧୨(ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକର ଗାଁଗୁଡିକରେ ବଲାଙ୍ଗୀର ଜିଲାର ଦାଦନ ଦଲାଲମାନେ ଆଡ୍ଡା ପକାଇଛନ୍ତି । ରାତି ହେଲେ ଗାଁ ଗାଁରେ ରଖିଥିବା...

ମିଲରଙ୍କୁ ଧକ୍କାମାରି ତଡ଼ିଲେ, ଅଧିକାରୀଙ୍କୁ ୩ କି.ମି. ଚଲାଇଲେ

ନୂଆପଡ଼ା,୯ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ଧାନକିଣାରେ ଅବ୍ୟବସ୍ଥାକୁ ନେଇ ସୋମବାର ପୃଥକ୍‌ ୩ ସ୍ଥାନରେ ଚାଷୀ ରାସ୍ତାକୁ ଓହ୍ଲାଇଥିଲେ। ନୂଆପଡ଼ା ସଦର ବ୍ଲକ୍‌ର ସୁନସୁନିଆ, ଦର୍ଲିମୁଣ୍ଡା...

ପଞ୍ଚାୟତ ଆକାଉଣ୍ଟରୁ ଭତ୍ତା ଟଙ୍କା ନେଇଗଲେ

ନୂଆପଡ଼ା,୭ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ୍‌ କୋନାବିରା ପଞ୍ଚାୟତ ସରପଞ୍ଚ ଓ ନିର୍ବାହୀ ଅଧିକାରୀଙ୍କ ଅଜାଣତରେ ବାର୍ଦ୍ଧକ୍ୟଭତ୍ତା ବାବଦ ଟଙ୍କା ବ୍ୟାଙ୍କ ଆକାଉଣ୍ଟରୁ ଉଭାନ...

ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଖଡ଼ିଆଳ ବିଧାୟକ

ଖଡ଼ିଆଳ,୭ା୧୨(ସୁଜିତ କୁମାର ପ୍ରଧାନ) ନୂଆପଡ଼ା ଜିଲାର ଖଡ଼ିଆଳ ମିଶନ ହସ୍ପିଟାଲ (ଇଭାଞ୍ଜିକାଳ)କୁ ଗୋପବନ୍ଧୁ ଜନ ଆରୋଗ୍ୟ ସ୍ବାସ୍ଥ୍ୟ ଯୋଜନାରେ ସାମିଲ କରିବା ପାଇଁ ଖଡ଼ିଆଳ ବିଧାୟକ...

ହଠାତ୍‌ ଜୁଆଆଡ୍ଡା ଭିତରକୁ ପଶିଲା ପୋଲିସ, ଜଣଙ୍କ ପରେ ଜଣେ ୬୦ ଜଣଙ୍କୁ ମାଡ଼ିବସିଲା

ନୂଆପଡା,୨୪।୧୧(ମକାରୁ ବେମାଲ): ନୂଆପଡ଼ା ଜିଲା ଖରିଆର୍‌ ରୋଡ ଜୋଙ୍କ ଥାନା ଅଞ୍ଚଳରେ ଏକ ଜୁଆଆଡ୍ଡା ଉପରେ ଶନିବାର ବିଳମ୍ବିତ ରାତିରେ ଚଢ଼ାଉ ହୋଇଛି। ଏଥିରେ ୬୦ରୁ...

ଜନସାଧାରଣଙ୍କୁ ବନ୍ୟପ୍ରାଣୀ ପିସିସିଏଫଙ୍କ ଆହ୍ଵାନ, ‘ସଭ୍ୟ ସମାଜରେ ଏହାର କୌଣସି ସ୍ଥାନ ନାହିଁ’

ଭୁବନେଶ୍ୱର,୨୦।୧୧: ନୂଆପଡ଼ା ଜିଲାରେ କଲରାପତରିଆ ବାଘକୁ ଫାଶରେ ଧରି ରାନ୍ଧିଣ ଖାଇବା ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଶିକାରୀମାନେ ବାରହା ଧରିବାକୁ ଜାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri