ଚଣ୍ଡିଗଡ,୨୯।୭: ସାହସିକତା ପୁରସ୍କାର ପାଇଥିବା ଯବାନମାନେ ଏବେ ଚାହିଁଲେ ପଞ୍ଜାବ ପୋଲିସରେ ଯୋଗ ଦେଇ ପାରିବେ ବୋଲି ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ସୋମବାର ପ୍ରକାଶ କରିଛନ୍ତି। ସେ କହିଛନ୍ତି ଏମାନେ ସେନାରେ ଯେଉଁ ପଦବୀରେ ଥିବେ ତା’ଠାରୁ ଆଉ ଗୋଟିଏ ଉଚ୍ଚ ପଦବୀ ଦିଆଯିବ। ସରକାର ସେମାନଙ୍କୁ ସବୁ ସୁବିଧା ଯୋଗାଇ ଦେବେ ବୋଲି ଅମରିନ୍ଦର କହିଛନ୍ତି। ଏମିତି ଏକ ପ୍ରସ୍ତାବ ନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିବେ ବୋଲି କହିଛନ୍ତି। ଅନ୍ୟ ରାଜ୍ୟମାନେ ମଧ୍ୟ ସାହସିକତା ପୁରସ୍କାର ପ୍ରାପ୍ତ ଯବାନଙ୍କୁ ପୋଲିସରେ ସାମିଲ କରିବାକୁ ଚେଷ୍ଟା କରିବେ ବୋଲି ଉକ୍ତ ଚିଠିରେ ଉଲ୍ଲେଖ କରାଯିବ।