ସିଆଇଆଇ ଶାଖା ଗଠନ ପ୍ରକ୍ରିୟା ଆରମ୍ଭ: ଯୋଗଦେଲେ ୧୮ ଶିଳ୍ପସଂସ୍ଥାର ଅଧିକାରୀ

ଢେଙ୍କାନାଳ ଅଫିସ, ୧୧।୮ – ଢେଙ୍କାନାଳ-ଅନୁଗୋଳ-ତାଳଚେର ଶିଳ୍ପାଞ୍ଚଳର ବିକାଶ ପାଇଁ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଆଞ୍ଚଳିକ ଶାଖା ଗଠନ ଲାଗି ଟାଟାଷ୍ଟିଲ ବିଏସ୍‌ଏଲ୍‌ ନେତୃତ୍ୱରେ ପ୍ରୟାସ ଆରମ୍ଭ ହୋଇଛି। ଏଥିପାଇଁ ସହମତି ଜଣାଇଛନ୍ତି ରାଷ୍ଟ୍ରାୟାତ୍ତ ଉଦ୍ୟୋଗ ନାଲ୍‌କୋ, ଏନ୍‌ଟିପିସି ସମେତ ଜେଏସ୍‌ପିଏଲ୍‌, ଜିଏମ୍‌ଆର ପାୱାର, ନବଭାରତ ଭେଞ୍ଚର ଭଳି ୧୮ ଶିଳ୍ପସଂସ୍ଥା। ଏ ନେଇ ଓଡ଼ାପଡ଼ା ବ୍ଲକ ନରେନ୍ଦ୍ରପୁରସ୍ଥିତ ଟାଟାଷ୍ଟିଲ ବିଏସ୍‌ଏଲ୍‌ ପ୍ଲାଣ୍ଟ ପରିସରରେ ସିଆଇଆଇ ପକ୍ଷରୁ ସଭ୍ୟ ଗ୍ରହଣ ଲାଗି ରୋଡ୍‌ ଶୋ’ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୨୭ଜଣ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ। ଶିଳ୍ପାୟନ ଅଭିବୃଦ୍ଧି, କ୍ଷତିଗ୍ରସ୍ତଙ୍କ ସମସ୍ୟା ସମାଧାନ ଏବଂ କମ୍ପାନୀ ପାରିପାର୍ଶ୍ୱିକ ଅଞ୍ଚଳର ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ବିତ କରିବା ଦିଗରେ ସିଆଇଆଇ ଶାଖା କାର୍ଯ୍ୟ କରିବ ବୋଲି ସେମାନେ କହିଛନ୍ତି।
ସିଆଇଆଇ ରାଜ୍ୟ ପରିଷଦ ଉପାଧ୍ୟକ୍ଷ ତଥା ଏସ୍‌ଏଏନ୍‌ଏମ୍‌ ଗ୍ରୁପ୍‌ ଅଧ୍ୟକ୍ଷ ଡ. ପ୍ରଦୀପ୍ତ ମହାନ୍ତି ଯୋଗଦେଇ ମହାସଂଘର ରୂପରେଖ, କାର୍ଯ୍ୟକାରିତା, ସଦସ୍ୟଙ୍କ ପାଇଁ ବିଭିନ୍ନ ସୁବିଧା ସମ୍ପର୍କରେ ମତ ରଖିଥିଲେ। ଏଥିସହ ମହାସଂଘର ସଦସ୍ୟତା ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଟାଟାଷ୍ଟିଲ ବିଏସ୍‌ଏଲ୍‌ର ଚିଫ୍‌ ଅପରେଟିଂ ଅଫିସର ସୁବୋଧ ପାଣ୍ଡେ କହିଲେ, ୨ ଜିଲାର ଶିଳ୍ପର ବିକାଶ ପାଇଁ କମ୍ପାନୀର ପ୍ରତିନିଧିମାନେ ଏକଜୁଟ ହୋଇ କାମ କରିବା ଜରୁରୀ। ଏହାଦ୍ୱାରା ସାମାଜିକ କାର୍ଯ୍ୟକ୍ରମ ତ୍ୱରାନ୍ବିତ ହୋଇପାରିବ। ଏଥିରେ ଜିଲାବାସୀ ଉପକୃତ ହେବେ। ନାଲ୍‌କୋ ଇଡି ଏମ୍‌.ପି. ମିଶ୍ର, ଏନ୍‌ଟିପିସିର ଇଡି ଭି. ରମେଶ ବାବୁ, ସିନର୍ଜି ଇଞ୍ଜିନିୟରିଂ କଲେଜ ଚେୟାରମ୍ୟାନ୍‌ ବିନୋଦ ଦାଶ ପ୍ରମୁଖ ଶିଳ୍ପ ମହାସଂଘ ଆଞ୍ଚଳିକ ଶାଖା ଗଠନ ପ୍ରକ୍ରିୟାକୁ ସ୍ବାଗତ କରିଛନ୍ତି। ଏହାଦ୍ୱାରା ଶିଳ୍ପାନୁଷ୍ଠାନ ପ୍ରତିନିଧି ବିଭିନ୍ନ ପ୍ରସଙ୍ଗ ଉପରେ ମତ ବିନିମୟ କରିବା ଲାଗି ବାଟ ଫିଟିବ ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି। ଖୁବ୍‌ ଶୀଘ୍ର ଏହା କାର୍ଯ୍ୟ କରିବା ନେଇ ଆଶା ବ୍ୟକ୍ତ କରିଛନ୍ତି ସିଆଇଆଇ ଶାଖା ନିର୍ଦ୍ଦେଶିକା ସୁପର୍ଣ୍ଣା ନନ୍ଦ ସଭ୍ୟ। ଟାଟାଷ୍ଟିଲ ବିଏସ୍‌ଏଲର କର୍ପୋରେଟ୍‌ ସେବା ବିଭାଗ ମୁଖ୍ୟ ମଣିକାନ୍ତ ନାୟକ ସ୍ବାଗତ ଭାଷଣ ଦେଇଥିଲେ।
କାର୍ଯ୍ୟକ୍ରମରେ ଜେଏସ୍‌ପିଏଲ୍‌ ଉପସଭାପତି ଏସ୍‌.କେ. ଶର୍ମା, କମଳାଙ୍ଗ ଜିଏମ୍‌ଆରର ଶାନ୍ତନୁ ଶ୍ରୀବାସ୍ତବ, ଏମ୍‌ଜେଏମ୍‌ ମିନେରାଲ୍ସ ଇଡି ଜେ.ପି. ଶର୍ମା, ନାଲ୍‌କୋ ଜିଏମ୍‌ (ଏଚ୍‌ ଆଣ୍ଡ୍‌ ଏ) ଏସ୍‌.ଏନ୍‌. ସାହୁ, ଏନ୍‌ଟିପିସି-ପିଏଚ୍‌ଟିପିଏସ୍‌ ଏଜିଏମ୍‌ (ଏଚ୍‌ଆର) କେ.ସି. ଶର୍ମା, ନବଭାରତ ଉପସଭାପତି ୱାଇ. ପଟ୍ଟନାୟକ, ଟାଟାଷ୍ଟିଲ ବିଏସ୍‌ଏଲ୍‌ ଇଡି ଏ.କେ. ସାକ୍ସେନା, ଉତ୍କଳ ଆଜବେଷ୍ଟସର ବରିଷ୍ଠ ପ୍ରବନ୍ଧକ ଏସ୍‌.କେ. ନାୟକ, ଆଦର୍ଶ କଲେଜ ଅଫ୍‌ ଇଞ୍ଜିନିୟରିଂ ନିର୍ଦ୍ଦେଶକ ଡ. ଜି.ସି. ଧଳ, ଜିଏମ୍‌ଆର ଏନର୍ଜି ପ୍ରବନ୍ଧକ ଜି. ପଟ୍ଟନାୟକ, ହୋଟେଲ ସୂର୍ଯ୍ୟ ଗାର୍ଡେନ ଉପସଭାପତି ସୁଶ୍ରୀତିଥି ପଟ୍ଟନାୟକ, ହୋଟେଲ କମଳେଶର ସୁବ୍ରତ ସ୍ବାଇଁ, ହୋଟେଲ ଦୁର୍ଗାର ଜିଏମ୍‌ ଏସ୍‌.ସାହୁ, ହୋଟେଲ ପ୍ରଶାନ୍ତିର ଏମ୍‌ଡି ନୀଳମଣି ପାଣି, କମଳେଶ କନଷ୍ଟ୍ରକ୍ସନ୍‌ର ମନୋଜ ନାୟକ, ନାରାୟଣୀ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର ବିଭୁଦେନ୍ଦୁ ବଳ ପ୍ରମୁଖ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଠାକୁରଙ୍କ ଜନ୍ମଦିବସରେ ବିଶ୍ୱ ଭାତୃତ୍ୱର ବାର୍ତ୍ତା

ଢେଙ୍କାନାଳ,୧୮।୯(ରତନ ନାୟାର): ଢେଙ୍କାନାଳ ଜିଲା ସଦର ବ୍ଲକ ତାଳବରକୋଟସ୍ଥିତ ଡିଭାଇନ ୟୁନିଭରସିଟି ସତ୍‌ସଙ୍ଗ ପକ୍ଷରୁ ୧୪ ତାରିଖ ଦିନ ଶ୍ରୀଶ୍ରୀ ଠାକୁରଙ୍କର ଜନ୍ମ ଦିବସ କାର୍ଯ୍ୟକ୍ରମ...

ମାମଲା ରୁଜୁ ପରେ ବି ପୋଲିସ କାର୍ଯ୍ୟାନୁଷ୍ଠାନ ଶୂନ

ଢେଙ୍କାନାଳ,୧୮।୯(ରତନ ନାୟାର): ଢେଙ୍କାନାଳ ସହର ଉପକଣ୍ଠ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ଅଞ୍ଚଳରେ ଜାଗୃତୀ-୧ନାମକ ଏକ ସର୍ଟଷ୍ଟେ ହୋମରୁ ୩ଜଣ ନାବାଳିକା ନିଖୋଜ ହେବା ଘଟଣା...

ଲାଞ୍ଚ ନେଉଥିଲେ ରାଜସ୍ବ ନିରୀକ୍ଷକ: ମାଡି ବସିଲା ଭିଜିଲାନ୍ସ

ଢେଙ୍କାନାଳ,୧୭।୯: ଓଡ଼ିଶା ଭିଜିଲାନ୍ସ ଗତ କିଛି ଦିନ ଧରି ଦୁର୍ନୀତିଗ୍ରସ୍ଥ ଅଧିକାରୀ ମାନଙ୍କ ଉପରେ ଚଢ଼ାଉ ଜାରି ରଖିଛି। ଏହି କ୍ରମରେ ମଙ୍ଗଳବାର ଢେଙ୍କାନାଳ ସଦର...

କଲେଜ ନିକଟରେ ଚାଲିଗଲା ଯୁବକଙ୍କ ଜୀବନ, ଏନଏଚ ଉପରେ ମନ୍ତ୍ରୀଙ୍କୁ ଘେରିଲେ ଲୋକ, ଆଉ ତା’ ପରେ…

ଢେଙ୍କାନାଳ,୧୪।୯: ଢେଙ୍କାନାଳରେ କଲେଜ ବାଇପାସ ନିକଟରେ ଟ୍ରକ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ। ମହିଷାପାଟ ବାଇପାସ ନିକଟରେ ଏପରି ମର୍ମନ୍ତୁଦ ସଡକ ଦୁର୍ଘଟଣା ଦେଖିବାକୁ ମିଳିଛି।...

ଭାଲୁକୁ ଟ୍ରାଙ୍କୁଲାଇଜର କରିବାକୁ ଯାଇ ନିଜେ ଟ୍ରାଙ୍କୁଲାଇଜ ହୋଇଗଲେ ବନ କର୍ମଚାରୀ

ଢେଙ୍କାନାଳ,୧୦ା୯(ରତନ ନାୟାର): ଢେଙ୍କାନାଳ ଜିଲା କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ୍‌ କଙ୍କଡ଼ାହାଡ଼ ସେକ୍ସନ କେରଜୋଳିଠାରେ ଉପଦ୍ରବ କରୁଥିବା ଏକ ଭାଲୁକୁ ମଙ୍ଗଳବାର ଅପରାହ୍ନରେ ଟ୍ରାଙ୍କୁଲାଇଜର କରାଯାଉଥିବା ବେଳେ...

୭ ମାସ ଧରି ୭ ଯୁବକ କରୁଥିଲେ ଗଣବଳାତ୍କାର: ରାତିଅଧରେ ଆସି ଯୁବତୀଙ୍କୁ ଛାତକୁ ଟେକି ନେଉଥିଲେ, ପରେ…

ଢେଙ୍କାନାଳ, ୯।୯: ଜଣେ ଯୁବତୀଙ୍କୁ ବଳାତ୍କାର ମାମଲାରେ ଜିଲା ଆରକ୍ଷୀ ଅଧୀକ୍ଷକଙ୍କୁ ଉପମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି।...

କେନାଲ ଭିତରକୁ ମା’ ସହ ଖସିପଡ଼ିଲା ହାତୀଛୁଆ, ଜଗିରହିଲେ ହାତୀପଲ

ଢେଙ୍କାନାଳ,୩୧ା୮(ରତନ ନାୟାର):  ଢେଙ୍କାନାଳ ଜିଲା ହିନ୍ଦୋଳ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ରାସୋଳ ସେକ୍ସନ ଲହଡ଼ାଠାରେ ସାପୁଆ ମୁଖ୍ୟ କେନାଲରେ ଶୁକ୍ରବାର ରାତିରୁ ଫସିଥିଲେ ମା’ ଓ...

ବ୍ୟବସାୟିକ ପରିବାରରୁ ଆସି ଜନପ୍ରତିନିଧି…ଆପଣଙ୍କ ବିଧାୟକଙ୍କୁ ଜାଣନ୍ତୁ

ଢେଙ୍କାନାଳ ଜିଲା କାମାକ୍ଷାନଗର ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ଶତ୍ରୁଘ୍ନ ଜେନା। ୨୦୨୪ ନିର୍ବାଚନରେ ସେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri