ମାଙ୍ଗାଲୁରୁ,୨୮।୧୨: କେନ୍ଦ୍ର ସରକାରଙ୍କ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସାରା ଦେଶରେ ହିଂସାର ବାତାବରଣ ଉପୁଜିଥିଲା। ଏଥିରେ ମାଙ୍ଗାଲୁରୁର ୨ ବିକ୍ଷୋଭକାରୀଙ୍କ ମୃତ୍ୟୁ ହୋଇଥିଲା। ଏମାନଙ୍କ ପରିବାରଙ୍କୁ ଏବେ ସହାୟତାର ହାତ ବଢାଇଛି ତ୍ରୁଣମୂଳ କଂଗ୍ରେସ(ଟିଏମ୍ସି)। ଶନିବାର ଦିନେଶ ତ୍ରିଭେଦୀଙ୍କ ନେତୃତ୍ୱରେ ଟିଏମ୍ସିର ଏକ ଟିମ୍ ମାଙ୍ଗାଲୁରୁର ମୃତ ବିକ୍ଷୋଭକାରୀଙ୍କ ପରିବାରଙ୍କୁ ଭେଟି ୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ, ଗତ ୧୯ ତାରିଖରେ ଉକ୍ତ ବିକ୍ଷୋଭକାରୀଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ନେଇ କର୍ନାଟକ ସରକାର ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଥିବା ବେଳେ ପରେ ଏହାକୁ ଫେରାଇ ନେଇଥିଲେ।