ନୂଆଦିଲ୍ଲୀ, ୧୯।୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଦେଶରେ ବିରୋଧ ଜାରି ରହିଛି। ଏନେଇ କେତେକ ଭାଜପା ନେତା ଭିନ୍ନ ଭିନ୍ନ ମନ୍ତବ୍ୟ ଦେଉଛନ୍ତି। ଦିଲ୍ଲୀର ଶାହିନବାଗ୍ରେ ସିଏଏ ବିରୋଧରେ ମୁସଲମାନ୍ ମହିଳା ମଧ୍ୟ ସାମିଲ୍ ହୋଇଛନ୍ତି। ଏହା ଏକ ସକାରାତ୍ମକ ମନୋଭାବ ବୋଲି ଲୋକ ସଭାର ପୂର୍ବତନ ବାଚସ୍ପତି ସୁମିତ୍ରା ମହାଜନ କହିଛନ୍ତି। ସିଏଏ ବିରୋଧରେ ମୁସଲମାନ୍ ମହିଳା ଘରୁ ବାହାରକୁ ଗୋଡ଼ କାଢ଼ିଛନ୍ତି। ଏହା ଦ୍ୱାରା ଆଗାମୀ ଦିନରେ ସେମାନେ ନିଜ ଅଧିକାର ପ୍ରତି ବେଶ୍ ସଚେତନ ରହିପାରିବାର ଆଶା ରହିଛି। ଆବଶ୍ୟକସ୍ଥଳେ ସେମାନେ ଅନ୍ୟାୟର ବିରୋଧ ମଧ୍ୟ କରିବେ ବୋଲି ସୁମିତ୍ରା କହିଛନ୍ତି।