Posted inଜାତୀୟ

ସିକ୍ରେଟ୍‌ କାଶ୍ମୀର ମିଶନ୍‌: ବରିଷ୍ଠ ମନ୍ତ୍ରୀଙ୍କୁ ବି ଜଣା ନ ଥିଲା ମୋଦିଙ୍କ ଚାଲ୍‌

ଶ୍ରୀନଗର, ୬।୮: ଜମ୍ମୁ-କଶ୍ମୀରରେ ୩୭୦ ଧାରା ଉଠିବା ନିଷ୍ପତ୍ତି ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦିଙ୍କ ‘ମିଶନ୍‌ କଶ୍ମୀର’ ନିଷ୍ପତ୍ତି ଗୁପ୍ତ ଭାବରେ ନିଆଯାଇଥିଲା, ଏପରିକି ବରିଷ୍ଠ ମନ୍ତ୍ରୀ ଏବଂ ଅଧିକାରୀଙ୍କୁ ମଧ୍ୟ ଏନେଇ କୌଣସି ସୂଚନା ନ ଥିଲା। ଦ୍ୱିତୀୟ କାର୍ଯ୍ୟକାଳ ଆରମ୍ଭ ହେବା ପରେ ‘ମିଶନ୍‌ କଶ୍ମୀର’କୁ ନେଇ କାର୍ଯ୍ୟ ଆରମ୍ଭ ହୋଇଯାଇଥିଲା। ମୋଦିଙ୍କ ଜଣେ ବିଶ୍ୱାସଯୋଗ୍ୟ ଅଧିକାରୀ ଏନେଇ ସବୁ କାଗଜପତ୍ର ଏକାଠି କରିଥିଲେ। କଶ୍ମୀର ନିଷ୍ପତ୍ତି ନିଆଯିବା ପୂର୍ବରୁ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ବରିଷ୍ଠ ଅଧିକାରୀ ଏବଂ ମୋଦି ମିଶି କଶ୍ମୀର ସମ୍ପର୍କରେ ଆଲୋଚନା କରିଥିଲେ। ତେବେ ଏହାର ଆଇନଗତ କାର୍ଯ୍ୟକାରିତା ଦିଗ ଉପରେ ସମୀକ୍ଷା ଦାୟିତ୍ୱ ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ଓ ତାଙ୍କ ଏକ କୋର୍‌ ଟିମକୁ ଦିଆଯାଇଥିଲା।ଏହାପରେ ସ୍ବରାଷ୍ଟ୍ର ମନ୍ତ୍ରୀ ଆର୍ମି ମୁଖ୍ୟ ବିପିନ୍‌ ରାଓ୍ବତ୍‌ ସହ ଆଲୋଚନା କରି କଶ୍ମୀରରେ ଅତିରିକ୍ତ ସୈନ୍ୟ ମୃତୟନ ପାଇଁ ନିଷ୍ପତ୍ତି ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ପ୍ରବେଶ କଲା ଚାଇନାର ଏଚ୍‌ଏମ୍‌ପିଭି ଭାଇରସ୍‌: ୮ ମାସର ଝିଅ ସଂକ୍ରମିତ

ବେଙ୍ଗାଲୁରୁ,୬।୧: ଚାଇନାର ହ୍ୟୁମାନ୍‌ ମେଟାନ୍ୟୁମୋଭାଇରସ (ଏଚ୍‌ଏମ୍‌ପିଭି) ଭାଇରସ୍‌ ଭାରତରେ ପହଞ୍ଚିଛି। ଏହାର ପ୍ରଥମ ମାମଲା ବେଙ୍ଗାଲୁରୁରୁ ଆସିଛି। ସୂଚନାନୁସାରେ, ଜଣେ ୮ ମାସର ଝିଅ ଏହା...

ଜଙ୍ଗଲରେ ସିଂହ ସହ ୫ ଦିନ ବିତାଇଲେ ୭ ବର୍ଷୀୟ ବାଳକ

ହରାରେ, ୬।୧: ଉତ୍ତର ଜିମ୍ବାଓ୍ବେର ମେଶୋନାଲେଣ୍ଡ ପଶ୍ଚିମ ପ୍ରଦେଶର ‘କରିବା ଗ୍ରାମୀଣ’ ଜିଲାଲ ୭ ବର୍ଷୀୟ ବାଳକ ଟିନୋଟେଡା ପୁଡୁଙ୍କ କାହାଣୀ ସାରା ବିଶ୍ୱର ଦୃଷ୍ଟି...

ଗିରଫ ହେଲେ ପ୍ରଶାନ୍ତ କିଶୋର

ପାଟନା,୬।୧: ଜନ ସୁରଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋରଙ୍କୁ ପୋଲିସ ଗିରଫ କରିଛି। ପାଟନା ଜିଲା ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ତାଙ୍କୁ ଗିରଫ...

କୃଷ୍ଣସାର ମୃଗକୁ ମାରିଲା କଲରାପତରିଆ

ଗାନ୍ଧୀନଗର,୬।୧: ଗୁଜରାଟର ଷ୍ଟାଚ୍ୟୁ ଅଫ୍‌ ୟୁନିଟି ନିକଟରେ ଥିବା ଜଙ୍ଗଲ ସଫାରିରେ ଏକ କଲରାପତରିଆ ବାଘ ପ୍ରବେଶ କରି ଗୋଟିଏ କୃଷ୍ଣସାର ମୃଗକୁ ମାରିବା ପରେ ଭୟରେ...

ମହାକୁମ୍ଭରେ ଗଣଧର୍ମାନ୍ତରୀକରଣ ଆଶଙ୍କା

ଲକ୍ଷ୍ନୌ,୫।୧: ଆସନ୍ତା ୧୩ରୁ ଆରମ୍ଭ ହେବାକୁ ଯାଉଥିବା ମହାକୁମ୍ଭରେ ବହୁସଂଖ୍ୟାରେ ମୁସଲମାନ ଗଣ ଧର୍ମାନ୍ତରୀକରଣର ଶିକାର ହୋଇପାରନ୍ତି ବୋଲି ଆଶଙ୍କା କରି ଜଣେ ବରିଷ୍ଠ ଧର୍ମୀୟ...

ଭାଜପା କ୍ଷମତାକୁ ଆସିଲେ ଦିଲ୍ଲୀରେ ଜନକଲ୍ୟାଣ ଯୋଜନା ବନ୍ଦ ହେବ ନାହିଁ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୫।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିଲ୍ଲୀରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଆମ୍‌ ଆଦ୍‌ମୀ ପାର୍ଟି...

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ମାତାପିତାଙ୍କ ସେବା ନ କଲେ ମିଳିବ ନାହିଁ ସମ୍ପତ୍ତି

ନୂଆଦିଲ୍ଲୀ,୫।୧: ମାତାପିତାଙ୍କଠାରୁ ତାଙ୍କ ସମ୍ପତ୍ତି ଉପହାର ସ୍ବରୂପ ପାଇବା ପରେ ସେମାନଙ୍କ ଦେଖାରାଖା ନ କରୁଥିବା ପିଲାମାନଙ୍କଠାରୁ ସେହି ସମ୍ପତ୍ତି ଫେରାଇ ନେଇ ହେବ। ବୟସ୍କଙ୍କ...

‘ମୁଁ ନିର୍ବାଚନରେ ଜିତିଲେ ରାସ୍ତାଗୁଡ଼ିକୁ ପ୍ରିୟଙ୍କା ଗାନ୍ଧୀଙ୍କ ଗାଲ ଭଳି କରିଦେବି’

ନୂଆଦିଲ୍ଲୀ,୫।୧: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଆପ୍‌-କଂଗ୍ରେସ ପରେ ଭାଜପା ମଧ୍ୟ ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏହାକୁ ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri