ସିମନବାଡ଼ି ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟ: ଶିକ୍ଷକ ଅଭାବରୁ ଶିକ୍ଷାଦାନ ବାଧାପ୍ରାପ୍ତ

ଦାରିଙ୍ଗବାଡ଼ି,୭।୧୨(ଡି.ଏନ.ଏ)-କନ୍ଧମାଳ ଜିଲାରେ ଗତବର୍ଷ ମାଟ୍ରିକ ରେଜଲ୍ଟ ଭଲ ହୋଇ ନ ଥିଲା। ଏନେଇ ବିଭିନ୍ନ ବିଦ୍ୟାଳୟକୁ ରିପୋର୍ଟ ମଗା ଯାଇଥିଲା। ମାତ୍ର ପ୍ରମୁଖ ସମସ୍ୟା ଶିକ୍ଷକ ଅଭାବ ପ୍ରତି କେହି ଦୃଷ୍ଟି ଦେଲେନାହିଁ। ଏଭଳି ଶିକ୍ଷକ ଅଭାବ ସମସ୍ୟା ଦେଖିବାକୁ ମିଳିଛି ଦାରିଙ୍ଗବାଡି ବ୍ଲକ ସିମନବାଡ଼ି ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟରେ।
ବିଦ୍ୟାଳୟରେ ନବମରେ ୧୨୨ ଓ ଦଶମରେ ୧୨୬ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ସେମାନଙ୍କୁ ଶିକ୍ଷାଦାନ କରିବାକୁ ମୋଟ ୬ଜଣ ଶିକ୍ଷୟିତ୍ରୀ ଶିକ୍ଷକ ରହିଥିବାବେଳେ ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡ଼ିଛି। ଫଳରେ ସେମାନଙ୍କ ମଧ୍ୟରୁ ଜଣେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦାୟୀତ୍ୱ ତୁଲାଇବା ସହ ୧୦୦ ଶଯ୍ୟା ବିଶିଷ୍ଟ ୨ଟି ହଷ୍ଟେଲ କଥା ବୁଝୁଛନ୍ତି। ଅନ୍ୟ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ମଧ୍ୟରୁ ଜଣେ ବିଜ୍ଞାନ ଶିକ୍ଷକ ସଞ୍ଜୀବ କୁମାର ବେହେରାଙ୍କୁ ସୁଜାମାଜୁ ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟରେ ୨ଦିନ ଅତିରିକ୍ତ ଶିକ୍ଷାଦାନ ପାଇଁ ନିର୍ଦ୍ଦେଶ ରହିଛି। ବିଜ୍ଞାନ ଶିକ୍ଷୟିତ୍ରୀ ଅଞ୍ଜଳୀ ପ୍ରଧାନଙ୍କୁ ମଧ୍ୟ କିରୁକୁଟି ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟକୁ ୨ଦିନ ଯିବାକୁ ପଡ଼ୁଛି। ଫଳରେ ସିମନବାଡ଼ି ବିଦ୍ୟାଳୟରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ଯଦି ଉକ୍ତ ବିଦ୍ୟାଳୟର କେବଳ ଦୁଇଟି ଶ୍ରେଣୀକୁ ସେକ୍ସନ କରାଯାଏ ତେବେ ୬ ଜଣ ଶିକ୍ଷକଙ୍କ ଠାରୁ ଅଧିକ ଅବଶ୍ୟକ। ମାତ୍ର ଶିକ୍ଷକ ଅଭାବରୁ ନବମ ଏବଂ ଦଶମରେ ଗୋଟିଏ ଶ୍ରେଣୀରେ ୧ଶହରୁ ଉର୍ଦ୍ଧ୍ୱ ଛାତ୍ରୀଛାତ୍ର ବସି ପାଠ ପଢ଼ୁଛନ୍ତି। ଶିକ୍ଷକଙ୍କୁ ଅନ୍ୟତ୍ର ପଠା ନ ଯିବାକୁ ଛାତ୍ରୀଛାତ୍ର ଅଭିଭାବକ ଦାବି କରିଛନ୍ତି। ସେପଟେ ଦୁଇ ଦୁଇଟି ବିଦ୍ୟାଳୟରେ ପଢାଉଥିବା ଶିକ୍ଷୟିତ୍ରୀଶିକ୍ଷକମାନେ ଅଭିଭାବକଙ୍କ ରୋଷର ଶୀକାର ହେଉଛନ୍ତି। ୨୦୧୬ରେ ଶିକ୍ଷକ ଅଭାବ ଯୋଗୁ ଅତିରିକ୍ତ ଶିକ୍ଷାଦାନ ପାଇଁ ସାମୁହିକ ନିର୍ଦ୍ଦେଶ କିଛିଦିନ ପାଇଁ କରାଯାଇଥିଲା। ମାତ୍ର ୪ ବର୍ଷ ହେଲା ଏହା ଚାଲିଛି।
ଏନେଇ କନ୍ଧମାଳ ଶିକ୍ଷା ଅଧିକାରୀ ବିକାଶ ପ୍ରଧାନଙ୍କ ସହ ଯେଗାଯୋଗ କରିବାରୁ ସେ କହିଛନ୍ତି ଯେ, ସେ ୨୦୧୬ରେ ରହିଥିବା ନିର୍ଦ୍ଦେଶ ସମ୍ପର୍କରେ ଜାଣି ନ ଥିଲେ, ଏବେ ଶୁଣିଲେ, ଶୀଘ୍ର ସମସ୍ୟାର ସମାଧାନ କରାଯାଇ ଶିକ୍ଷକ ମାନଙ୍କୁ ଅତିରିକ୍ତ ଦାୟିତ୍ୱରୁ ବିରତି ଦିଆଯିବ ବୋଲି କହିଛନ୍ତି। ଖାଲି ପଡ଼ିଥିବା ସୁଜାମାଜୁ ସମେତ ସମସ୍ତ ବିଦ୍ୟାଳୟରେ ଶିକ୍ଷକ ପଦବୀ ପୂରଣ ପାଇଁ ପ୍ରୟାସ କରିବାକୁ ସେ କହିଛନ୍ତିି।


Enter your email to get our daily news in your inbox.

All Right Reserved By Dharitri.Com

ବାଥ୍‌ରୁମ୍‌ରୁ ମିଳିଲା ଯୁବତୀଙ୍କ ମୃତଦେହ: ବଢୁଛି ସନ୍ଦେହ

ବାଲିଗୁଡା,୧୮।୧୦(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ବାଲିଗୁଡା ପଣସପଡ଼ିଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଏକ ବାଥ୍‌ରୁମ୍‌ରୁ ଯୁବତୀଙ୍କ ମୃତଶରୀର ଉଦ୍ଧାର କରାଯାଇଛି। ସୂଚନା...

ସିମନବାଡ଼ି ଅଞ୍ଚଳରେ ବଢୁଛି ଦେଶୀ-ବିଦେଶୀ ମଦ ବିକ୍ରି, ଅବକାରୀ ବିଭାଗର ନିଦ ଭାଙ୍ଗୁନି

ଦାରିଙ୍ଗବାଡ଼ି,୧୮ା୧୦(ଅରୁଣ ସାହୁ) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଅଞ୍ଚଳରେ ଚୋରା ଦେଶୀ ମଦ ଓ ନକଲି ବିଦେଶୀ ମଦ ବିକ୍ରି ଅଭିଯୋଗ ହୋଇଛି।...

କୋଟଗଡ ବନାଞ୍ଚଳରେ ବାଘ ଆତଙ୍କ: ଲୋକେ ଭୟଭିତ

ବାଲିଗୁଡା,୧୭ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ବନାଞ୍ଚଳର ସାର୍ତ୍ତୁଲ ପଞ୍ଚାୟତରେ ଗତ ୫ ଦିନ ହେଲା ବାଘ ଆତଙ୍କ...

ତୁଡୁକିବାଡ଼ିରେ ଧୂମ୍‌ଧାମରେ ଚାଲିଛି ମା’ ଗଜଲକ୍ଷ୍ମୀଙ୍କ ପୂଜା, ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼

ଦାରିଙ୍ଗବାଡ଼ି,୧୭ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗଜଲକ୍ଷ୍ମୀ ପୂଜା ପାଇଁ ଉତ୍ସବମୁଖର ହୋଇଛି। ଦାରିଙ୍ଗବାଡ଼ି ଚାରିଛକ ଓ ତୁଡୁକିବାଠାରେ ଅସ୍ଥାୟୀ ମଣ୍ଡପକୁ ସୁସଜ୍ଜିତ କରାଯିବା ସହ...

ନବୀନ ପଟ୍ଟନାୟକଙ୍କ ଜନ୍ମଦିନରେ ୫୮ ୟୁନିଟ୍‌ ରକ୍ତ ସଂଗ୍ରହ କଲେ ଦଳୀୟ କର୍ମୀ

ଦାରିଙ୍ଗବାଡ଼ି,୧୬ା୧୦(ଅରୁଣ ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସ ଦାରିଙ୍ଗବାଡ଼ି ବିଜେଡି କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି। ଏହି ଅବସରରେ ପୂର୍ବତନ ଉପବାଚସ୍ପତି ସାଲୁଗା ପ୍ରଧାନଙ୍କ...

ଏମ୍‌ପିଙ୍କ ପୋଷ୍ଟର ଚିରିଦେଲେ ଦୁର୍ବୃତ୍ତ, ସିସିଟିଭି ଦେଖି…

ବାଲିଗୁଡ଼ା,୧୬ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଟାଉନରେ କନ୍ଧମାଳ ଏମ୍‌ପିଙ୍କ ଏକ ଶୁଭେଚ୍ଛା ବାର୍ତ୍ତା ପୋଷ୍ଟରକୁ କୌଣସି ଦୁର୍ବୃତ୍ତମାନେ ମଙ୍ଗଳବାର ବିଳମ୍ବିତ ରାତିରେ ଚିରି...

ପରମ୍ପରା,ସଂସ୍କୃତିକୁ ବଜାୟ ରଖିଛି ପୌରାଣିକ ନାଟକ: ରାମାୟଣ ଦେଖିବାକୁ ପ୍ରବଳ ଭିଡ଼

ରାଇକିଆ,୧୫।୧୦(ପ୍ରଦୀପ ବେହେରା): ଯୁଗ ବଦଳିଛି, ତଥାପି ଆଧୁନିକତାର ସ୍ପର୍ଶ ଛୁଇଁ ପାରିନି ପୌରାଣିକ ନାଟକର ସଂସ୍କୃତି ଓ ପରମ୍ପରାକୁ । ଏବେବି ଚମକ ବଜାୟ ରଖିଛି...

ଅବକାରୀ ବିଭାଗର ଦାଦାଗିରି: ଜଙ୍ଗଲ ଭିତରେ ଲୁଚି ରହି ହଠାତ୍‌ ଓଗାଳୁଛନ୍ତି ଜନସାଧାରଣଙ୍କ ରାସ୍ତା

ଦାରିଙ୍ଗବାଡି,୧୫।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପ୍ରମୁଖ ପର୍ଯ୍ୟଟନକ୍ଷେତ୍ର ଭାବେ ବେଶ ଜଣାଶୁଣା । ଦୈନିକ ଶହଶହ ପର୍ଯ୍ୟଟକ ଦାରିଙ୍ଗବାଡିକୁ ଯାତାୟାତ କରୁଛନ୍ତି । ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri