ସିଲପଟ୍‌କୁ ଧକ୍କା ଦେଲା ଦୁରନ୍ତୋ ଏକ୍ସପ୍ରେସ୍‌

ରୂପ୍‌ସା, ୨୩।୧୧ (ଡି.ଏନ.ଏ.)/ ଭୁବନେଶ୍ୱର(ବ୍ୟୁରୋ): ହାଓଡ଼ାରୁ ଯଶୋବନ୍ତପୁରକୁ ଯାଉଥିବା ଦୁରନ୍ତୋ ଏକ୍ସପ୍ରେସ (ନଂ. ୧୨୨୪୫) ଶୁକ୍ରବାର ବାଲେଶ୍ୱରର ରୂପସା ଷ୍ଟେଶନରେ ଗୁରୁତର ଭାବେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ କୌଣସି ଯାତ୍ରୀ ମୃତାହତ ହୋଇ ନ ଥିଲେ ମଧ୍ୟ ଟ୍ରେନ୍‌ର ବ୍ୟାପକ କ୍ଷତି ଘଟିଛି। ଅପରାହ୍ନ ୨.୦୨ରେ ଦୂରନ୍ତୋ ଏକ୍ସପ୍ରେସ୍‌ ରୂପସା ଷ୍ଟେଶନ ଅତିକ୍ରମ କଲା ବେଳେ ଟ୍ରାକ୍‌ ନିକଟରେ ପଡ଼ିଥିବା ସ୍ଲିପର କ୍ୟାଟଲ୍‌ ଗାର୍ଡ଼ ସହ ଧକ୍କା ହୋଇଥିଲା। ଫଳରେ ଇଞ୍ଜିନ ସହ କ୍ୟାଟଲ୍‌ ଗାର୍ଡ଼, ୩ଟି ପ୍ରେସର ଚାମ୍ବର ଏବଂ ବଗିଗୁଡ଼ିକୁ ସଂଯୋଗ କରୁଥିବା ହାଉଜ ପାଇପ୍‌ ନଷ୍ଟ ହୋଇଯାଇଛି। ଏଥିସହ ଟ୍ରେନ୍‌ର ୬ଟି କୋଚ୍‌ କ୍ଷତିଗ୍ରସ୍ତ ହୋଇଛି। ସ୍ଲିପର ଇଞ୍ଜିନ୍‌ ଆଗରେ ଥିବା କ୍ୟାଟଲ ଗାର୍ଡ଼ ସହ ଜୋର୍‌ରେ ମାଡ଼ ହୋଇଥିଲେ ବି ପାଇଲଟ୍‌ ସତର୍କତା ଅବଲମ୍ବନ କରି ଯାତ୍ରୀଙ୍କ ଜୀବନ ବଞ୍ଚାଇଛନ୍ତି। ଖଡ଼ଗପୁରରୁ କ୍ୟାରେଜ ଆଣ୍ଡ ୱାଗନ (ସିଏଣ୍ଡଡବ୍ଲ୍ୟୁ) ଡିପାର୍ଟମେଣ୍ଟର ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀ ପହଞ୍ଚତ୍ ଅସ୍ଥାୟୀ ଭାବେ ମରାମତି କରିବା ପରେ ଏହି ଟ୍ରେନ୍‌ ପୁନଶ୍ଚ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଛି। ମରାମତିରେ ୩ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଲାଗିଥିବାବେଳେ ଏହି ଟ୍ରେନ୍‌ ସାଢ଼େ ୪ଘଣ୍ଟା ବିଳମ୍ବରେ ଯାତ୍ରା କରୁଛି ବୋଲି ରେଳ ବିଭାଗ ସୂତ୍ରରୁ ସୂଚନା ମିଳିଛି। ଦୂରନ୍ତୋ ସ୍ବାଭାବିକ ଭାବେ ଘଣ୍ଟା ପ୍ରତି ୧୧୦ କିଲୋମିଟର ବେଗରେ ଗତି କରିଥାଏ। ତେବେ ଏହାର ୬ଟି ଯାକ କୋଚ୍‌ କ୍ଷତିଗ୍ରସ୍ତ ହୋଇଥିବାରୁ ଘଣ୍ଟା ପ୍ରତି ମାତ୍ର ୬୦ କିଲୋମିଟର ବେଗରେ ଏହା ଚାଲୁଛି। ଟ୍ରେନ୍‌ର ସ୍ବାଭାବିକ ଚଳାଚଳ ପାଇଁ ୬ଟି ନୂଆ କୋଚ୍‌ର ଆବଶ୍ୟକତା ରହିଛି। ଅପରାହ୍ନ ୩.୩୨ରେ ଘଟଣାସ୍ଥଳରେ ବିକଳ୍ପ ଭାବେ ନୂଆ ଇଞ୍ଜିନ ଲଗାଯାଇଥିଲା। ଭୁବନେଶ୍ୱରରେ ନୂଆ କୋଚ୍‌ ଯୋଡ଼ାଯାଇ ଗାଡ଼ିକୁ ଯଶୋବନ୍ତପୁର ଅଭିମୁଖେ ନେବାକୁ ରେଲଓ୍ବେ କର୍ତ୍ତୃପକ୍ଷ ଯୋଜନା କରିଛନ୍ତି।
ସୂଚନା ଅନୁଯାୟୀ, ଉତ୍ତର କ୍ୟାବିନ ଓ ଷ୍ଟେଶନ ମଧ୍ୟରେ ଠିକାଦାରଙ୍କ ଉପସ୍ଥିତିରେ ପ୍ଲାଟଫର୍ମ ନଂ ୧ ଓ ୨କୁ କଂକ୍ରିଟ୍‌ ସ୍ଲିପର ବୁହା ଚାଲିଥିଲା। ୮ଟି ସ୍ଲିପର୍‌ ବୁହା ସରିଥିବାବେଳେ ଆଉ ଗୋଟିଏ ଆଣିବା ବେଳକୁ ଅପଲାଇନ୍‌ରେ ଦୂରନ୍ତୋ ଏକ୍ସପ୍ରେସ୍‌ ଆସିଯାଇଥିଲା। ଫଳରେ ଜୀବନ ବିକଳରେ ବେପରୁଆ ଭାବେ ସ୍ଲିପରକୁ ଟ୍ରାକ୍‌ରେ ଛାଡ଼ି ସମସ୍ତେ ଦୌଡ଼ି ପଳାଇଥିଲେ। ପ୍ଲାଟଫର୍ମ ନଂ.୧ ଦେଇ ଅତିକ୍ରମ କରୁଥିବାବେଳେ ଟ୍ରେନ୍‌ଟି ସିଲ୍‌ପଟ୍‌କୁ ଧକ୍କା ଦେଇଥିଲା। ଦୁର୍ଘଟଣା ପୂର୍ବରୁ ଟ୍ରେନ୍‌ର ବେଗ ଘଣ୍ଟା ପ୍ରତି ୧୦୫ କି.ମି. ରହିଥିଲା ବୋଲି ପାଇଲଟ୍‌ଙ୍କ ନିକଟରୁ ସୂଚନା ମିଳିଛି। କ୍ଷଣିକ ପାଇଁ ଟ୍ରେନ୍‌ଟି ଦୋହଲି ଯିବାରୁ ଯାତ୍ରୀମାନେ କୋଚ୍‌ ଭିତରେ ଆତଙ୍କିତ ହୋଇ ଚିଲ୍ଲାଇଥିଲେ ବୋଲି ଜଣେ ଯାତ୍ରୀ କହିଛନ୍ତି। ଘଟଣାସ୍ଥଳରେ ଷ୍ଟେଶନ ମ୍ୟାନେଜର ମେଘରାୟ ହାଁସଦା, ଶ୍ରୀପତି ରାଉତ, ସିନିଅର ସେକ୍ସନାଲ ଇଞ୍ଜିନିୟର, ଆର୍‌ପିଏଫ୍‌ ଆଇଆଇସି ଜେ.ଏନ୍‌. ମହାପାତ୍ର, ଏସ୍‌ଆଇ ଭଗବାନ ସିଂହ ପ୍ରମୁଖ ପହଞ୍ଚତ୍ ଘଟଣାର ଅନୁଧ୍ୟାନ କରିଥିଲେ। ଏହାପରେ ଟ୍ରେନ୍‌ର ଇଞ୍ଜିନ ବଦଳାଯାଇ ନୂତନ ଇଞ୍ଜିନ ସଂଯୋଗ କରାଯାଇଥିଲା। ଜନଶତାବ୍ଦୀ ଏକ୍ସପ୍ରେସ୍‌ ଓ ରିଲିଫ ଭ୍ୟାନ୍‌ରେ ସିଏଣ୍ଡଡବ୍ଲ୍ୟୁ ବିଭାଗୀୟ ଅଧିକାରୀ, ଯନ୍ତ୍ରୀ ପହଞ୍ଚତ୍ ବିଭିନ୍ନ ସ୍ଥାନରେ ୱେଲ୍‌ଡ଼ିଂ କରିବା ସହ ପ୍ରେସର ଚାମ୍ବର, ହାଉଜପାଇପ୍‌, ଏଙ୍ଗେଲ କପ୍‌ ପ୍ରଭୃତି ସଂଯୋଗ କରିଥିଲେ। ଏହାପରେ ସନ୍ଧ୍ୟା ୫ଟା ୪୫ମିନିଟ୍‌ରେ ଟ୍ରେନ୍‌ଟି ରୂପ୍ସା ଷ୍ଟେଶନ ଛାଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ସୃଷ୍ଟିହେଲା ୨ଟି ଘୂର୍ଣ୍ଣିବଳୟ, ୧୨ଜିଲାରେ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୧।୯: ବଙ୍ଗୋପସାଗର ଓ ତତ୍‌ ସଂଲଗ୍ନ ଅଞ୍ଚଳରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ୨୩ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri