ସିସିଡିର ନେତୃତ୍ୱ ନେବେ ସିଦ୍ଧାର୍ଥଙ୍କ ସ୍ତ୍ରୀ

ନୂଆଦିଲ୍ଲୀ,୩-୮: କ୍ୟାଫେ କଫି ଡେ(ସିସିଡି)ର ମାଲିକ ଭି.ଜି.ସିଦ୍ଧାର୍ଥଙ୍କ ଆକଷ୍ମିକ ମୃତ୍ୟୁ ପରେ ଏହାର ନେତୃତ୍ୱ କିଏ ନେବ ବୋଲି ସାଧାରଣରେ ପ୍ରଶ୍ନ ଆସିଛି। ତେବେ ମିଡିଆ ରିପୋର୍ଟ ଅନୁଯାୟୀ ସିଦ୍ଧାର୍ଥଙ୍କ ସ୍ତ୍ରୀ ମାଳବିକା କମ୍ପାନୀକୁ ଚଳାଇବେ। ସେ ପୂର୍ବରୁ କମ୍ପାନୀ ବୋର୍ଡରେ ରହିଛନ୍ତି। କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍‌.ଏମ୍‌.କ୍ରିଷ୍ଣାଙ୍କ କନ୍ୟା ମାଳବିକା ବେଙ୍ଗାଲୁରୁ ବିଶ୍ୱବିଦ୍ୟାଳୟରୁ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଛନ୍ତି। ଅନ୍ୟପକ୍ଷରେ ସିସିଡିକୁ କିଣିବା ଲାଗି କୋକା କୋଲା, ଟାଟା ଗ୍ଲୋବାଲ ବେଭରେଜସ୍‌ ଏବଂ ଜୁବିଲିଏଣ୍ଟ ଫୁଡ଼୍‌ଓ୍ବର୍କ୍ସ ଇଚ୍ଛୁକ ଥିବା ଜଣାପଡିଛି। ସ୍ବାମୀଙ୍କ ମୃତ୍ୟୁ ପରେ ମାଳବିକା ଏବେ ଗଭୀର ଶୋକରେ ରହିଛନ୍ତି। ଏଣୁ ଯଥାଶୀଘ୍ର କମ୍ପାନୀ ସମ୍ଭାଳିବା ତାଙ୍କ ପକ୍ଷରେ ସମ୍ଭବ ହୋଇ ନ ପାରେ। ସିିଦ୍ଧାର୍ଥଙ୍କ ପରଲୋକ ପରେ ସିସିଡି ବୋର୍ଡ ଜରୁରୀ ବୈଠକ ଡକାଇ ପୂର୍ବତନ ଆଇଏଏସ୍‌ ଅଧିକାରୀ ଏସ୍‌.ବି.ରଙ୍ଗନାଥଙ୍କୁ କମ୍ପାନୀ ଦାୟିତ୍ୱ ଦେଇଛି। ଏଥିସହିତ ବୋର୍ଡ ନୀତିନ ବାଗମାନେଙ୍କୁ ଅନ୍ତରୀଣ ଚିଫ୍‌ ଅପରେଟିଂ ଅଫିସର ଭାବେ ନିଯୁକ୍ତ କରିଛି।
୪ ଦିନରେ ୪୮% ଖସିଲା ସିସିଡି ଶେୟାର
କଫି କିଙ୍ଗ ଭି.ଜି.ସିଦ୍ଧାର୍ଥଙ୍କ ଅକାଳ ବିୟୋଗ ପରେ ଷ୍ଟକ୍‌ ଏକ୍ସଚେଞ୍ଜରେ କ୍ୟାଫେ କଫି ଡେ ଶେୟାର ମୂଲ୍ୟ ଗତ ୪ ଦିନ ମଧ୍ୟରେ ୪୮ ପ୍ରତିଶତ ହ୍ରାସ ପାଇଛି। କମ୍ପାନୀ ସମ୍ପର୍କରେ ଅନେକ ନକାରାମତ୍କ ସୂଚନା ପ୍ରକାଶ ପାଇବା ପରେ ନିବେଶକ ଏହି ଶେୟାର ବିକ୍ରି କରିଦେବାକୁ ଶ୍ରେୟସ୍କର ମନେ କରୁଛନ୍ତି। ଶୁକ୍ରବାର ମଧ୍ୟ ଏହି ଶେୟାର ସର୍ବନିମ୍ନ ସ୍ତର ଛୁଇଁଛି। ଗତ ୪ ଦିନ ଭିତରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ବିଏସ୍‌ଇରେ କମ୍ପାନୀର ମାର୍କେଟ କ୍ୟାପିଟାଲାଇଜେଶନ ୧,୯୫୬.୬ କୋଟି ଟଙ୍କା ହ୍ରାସ ପାଇ ୨,୧୧୦.୪୦ କୋଟି ଟଙ୍କାରେ ପହଞ୍ଚତ୍ଛି। ଶୁକ୍ରବାର କମ୍ପାନୀର ଶେୟାର ୯.୯୬ ପ୍ରତିଶତ ହ୍ରାସ ପାଇ ୫୨ ସପ୍ତାହର ସର୍ବନିମ୍ନ ସ୍ତର ଛୁଇଁସାରିବା ସହ ୯୯.୯୦ ଟଙ୍କା ପ୍ରତି ଶେୟାର ବନ୍ଦ ହୋଇଛି। ଏନ୍‌ଏସ୍‌ଇରେ ଏହି ଶେୟାର ୧୦ ପ୍ରତିଶତ ହ୍ରାସ ପାଇ ୯୯.୪୫ ଟଙ୍କାରେ ବନ୍ଦ ହୋଇଛି।
ସିଏଫ୍‌ଓଙ୍କୁ ଜେରା କରିବ ପୋଲିସ
ସିସିଡି ମାଲିକ ଭି.ଜି.ସିଦ୍ଧାର୍ଥଙ୍କ ମୃତ୍ୟୁକୁ ନେଇ ପୋଲିସ କଫି ଡେ ଏଣ୍ଟରପ୍ରାଇଜେସ୍‌ ଲିମିଟେଡର ଚିଫ୍‌ ଫାଇନାନ୍ସ ଅଫିସର(ସିଏଫଓ) ଓ ଅନ୍ୟ ଫାଇନାନ୍ସିଆଲ ଆଡଭାଇଜରଙ୍କୁ ଜେରା କରିବ। ବେଙ୍ଗାଲୁରୁରେ ପୋଲିସର ଏକ ଟିମ୍‌ ଗଠନ କରାଯାଇ ପ୍ରାଥମିକ ତଦନ୍ତ ଆରମ୍ଭ କରାଯାଇଛି। ଏ ସଂକ୍ରାନ୍ତରେ ପ୍ରାରମ୍ଭିକ ପର୍ଯ୍ୟାୟରେ କମ୍ପାନୀ ଅଧିକାରୀମାନଙ୍କୁ ଜେରା କରାଯାଇଛି ବୋଲି ମାଙ୍ଗାଲୁରୁ ପୋଲିସ କମିଶନର ସନ୍ଦିପ ପାଟିଲ କହିଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ଟୋକିଓରେ ଥିବା ସିଏଫ୍‌ଓଙ୍କୁ ପ୍ରଶ୍ନ ସବୁକୁ ଇମେଲ ଜରିଆରେ ପଠାଯିବ ଏବଂ ତାଙ୍କଠାରୁ ଉତ୍ତର ଲୋଡାଯିବ। ସିଦ୍ଧାର୍ଥ ନେତ୍ରାବତୀ ନଦି ପୋଲ ନିକଟରେ ସୋମବାର ରାତିରୁ ନିଖୋଜ ହୋଇଯାଇଥିଲେ। ପରେ ତାଙ୍କର ମୃତଦେହକୁ ଜଣେ ମତ୍ସ୍ୟଜୀବୀ ନଦୀରୁ ଉଦ୍ଧାର କରିଥିଲା। ମୃତ୍ୟୁ ପୂର୍ବରୁ ନିଜ କର୍ମଚାରୀ ଓ ବୋର୍ଡ ଉଦ୍ଦେଶ୍ୟରେ ସେ ଏକ ପତ୍ର ଲେଖିଥିଲେ। ତାଙ୍କୁ ଆୟକର ବିଭାଗର ଜଣେ ପୂର୍ବତନ ଡିଜି ଅଯଥା ହଇରାଣ କରିଥିଲେ ବୋଲି ସେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୩.୧୦ କୋଟି ଶ୍ରମିକଙ୍କ ପାଇଁ ଆଧାର ସିଡିଂ

ଭୁବନେଶ୍ୱର,୨୮।୧୦(ଅନୁରାଧା ମହାରଣା): ଚଳିତ ବର୍ଷର ପ୍ରଥମାର୍ଦ୍ଧରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଆଇନ ୨୦୦୫ (ମହାତ୍ମା ଗାନ୍ଧୀ ନରେଗା)ର ଅଧୀନରେ ଗ୍ରାମୀଣ...

୬୯୯ଟଙ୍କାରେ ମିଳୁଛି ଜିଓ ଭାରତ ୪ଜି ଫୋନ୍‌

ମୁମ୍ବାଇ,୨୭।୧୦ (ଅଭୟ ଦାଶ): ରିଲାଏନ୍ସ ଜିଓର ବହୁ ପ୍ରତୀକ୍ଷିତ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକିି ଏହି ସୀମିତ ସମୟ ଅଫର ମଧ୍ୟରେ ଆଶାୟୀ ଉପଭୋକ୍ତାମାନେ...

ମୁଦ୍ରାସ୍ଫୀତିକୁ ନେଇ ଆରବିଆଇ ଗଭର୍ନର ଦେଲେ ବଡ଼ ସୂଚନା, କହିଲେ ଆମେ ଏହାକୁ…

ନୂଆଦିଲ୍ଲୀ,୨୬ା୧୦: ଭାରତୀୟ ଅର୍ଥନୀତିରେ ଉତ୍ଥାନପତ୍ତନ ଜାରି ରହିଛି। ଏଫ୍‌ଆଇଆଇ ଦେଶ ଛାଡୁଛନ୍ତି। ଏହି କାରଣରୁ ଗତ କିଛିଦିନ ହେବ ଷ୍ଟକ୍‌ ମାର୍କେଟରେ ମଧ୍ୟ ଏକ ବିରାଟ...

ମାସକୁ ୯୦୦୦ ଟଙ୍କା ରୋଜଗାର କରିବାକୁ ଚାହାନ୍ତି କି? ପୋଷ୍ଟ ଅଫିସର ଏହି ଯୋଜନା ଜବରଦସ୍ତ; ନିବେଶ କରି… 

ନୂଆଦିଲ୍ଲୀ,୨୬।୧୦: ଭାରତର ସର୍ବପୁରାତନ ଅନୁଷ୍ଠାନ ମଧ୍ୟରୁ ପୋଷ୍ଟ ଅଫିସ(ଡାକଘର) ଅନ୍ୟତମ। ଏହା ଡାକ ସମ୍ବନ୍ଧୀୟ ସୁବିଧା ମିଳିବା ସହିତ ବିନିଯୋଗ ଲାଗି ଆକର୍ଷଣୀୟ ବିକଳ୍ପ ପ୍ରଦାନ...

ଆଇଡିବିଆଇର ଆର୍ଥିକ ଫଳାଫଳ

ନୂଆଦିଲ୍ଲୀ,୨୬।୧୦: ଆଇଡିବିଆଇ ବ୍ୟାଙ୍କର ନିର୍ଦ୍ଦେଶକମଣ୍ଡଳୀ ଆଇଡିବିଆଇ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବ୍ୟାଙ୍କର ଆଗାମୀ କାର୍ଯ୍ୟକଳାପ ଓ ଚଳିତ...

ପ୍ରିମିୟମ ବ୍ରାଣ୍ଡ୍‌ ଉପରେ ଆକର୍ଷଣୀୟ ଅଫର

ନୂଆଦିଲ୍ଲୀ,୨୬।୧୦: ବର୍ତ୍ତମାନ ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆନ୍‌ ଫେଷ୍ଟିଭାଲ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଏପରିକି ଆମାଜନ୍‌.ଇନ୍‌ରେ ଭଲ ଅଫର, ବଡ଼ ସଞ୍ଚୟ, ବ୍ଲକ୍‌ ବଷ୍ଟର ମନୋରଞ୍ଜନ ଏବଂ...

ରିଲାଏନ୍ସ ଡିଜିଟାଲରେ ଫେଷ୍ଟିଭାଲ୍‌ ଅଫ୍‌ ଇଲେକ୍ଟ୍ରୋନିକ୍ସ

ମୁମ୍ବାଇ,୨୬।୧୦: ପ୍ରତି ବର୍ଷ ଭଳି ଚଳିତ ବର୍ଷ ଦୀପାବଳିରେ ମଧ୍ୟ ରିଲାଏନ୍ସ ଡିଜିଟାଲର ଇଲେକ୍ଟ୍ରୋନିକ୍ସ ମହୋତ୍ସବ ପାଳନ କରାଯାଉଛି। ଏପରିକି ରିଲାଏନ୍ସ ଡିଜିଟାଲର ବହୁ ପ୍ରତୀକ୍ଷିତ...

ଖିମ୍‌ଜୀ ଜୁଏଲର୍ସର ନୂତନ ଅଭିଯାନ

ଭୁବନେଶ୍ୱର,୨୬।୧୦ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ସର୍ବପୁରାତନ ଗହଣା ବ୍ରାଣ୍ଡ୍‌ ଖିମ୍‌ଜୀ ଜୁଏଲର୍ସର ନୂତନ ଅଭିଯାନ ‘ରୌନକ ୱାଲି ଦିୱାଲି’ର ଶୁଭାରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri