Posted inଜାତୀୟ

ସିସୋଡିଆଙ୍କ ଘରେ ସିବିଆଇ ଚଢ଼ାଉ ପରେ ୧୨ ଆଇଏଏସ୍‌ ଅଧିକାରୀଙ୍କୁ ବଦଳି

ନୂଆଦିଲ୍ଲୀ,୨୦।୮: ଦିଲ୍ଲୀରେ ଅନେକ ଆଇଏଏସ୍‌ ଅଧିକାରୀଙ୍କୁ ବଦଳି କରାଯାଇଛି। ଏକ୍ସାଇଜ ସ୍କାମ୍‌ ମାମଲାରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ବାସଭବନରେ ସିବିଆଇ ଶୁକ୍ରବାର ଚଢ଼ାଉ କରିଥିଲା। ତେବେ ଚଢ଼ାଉର କିଛି ଘଣ୍ଟା ପରେ ଶୁକ୍ରବାର ୧୨ ଆଇଏଏସ୍‌ ଅଧିକାରୀଙ୍କୁ ବଦଳି କରାଯାଇଛି। ଦିଲ୍ଲୀ ସରକାରଙ୍କ ସେବା ବିଭାଗ ଦ୍ୱାରା ଜାରି କରାଯାଇଥିବା ବଦଳି ଆଦେଶ ପରେ ଏହି ସୂଚନା ଦିଆଯାଇଛି। ଯେଉଁମାନଙ୍କର ବଦଳି କରାଯାଇଛି, ସେମାନଙ୍କ ମଧ୍ୟରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ବତନ୍ତ୍ର ସଚିବ ଉଦିତ ପ୍ରକାଶ ରାୟ ବି ସାମିଲ ଅଛନ୍ତି। ସୂଚନାଯୋଗ୍ୟ, ଦୁର୍ନୀତି ମାମଲାରେ ଆଇଏଏସ ଉଦିତ ପ୍ରକାଶ ରାୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଲେଫ୍ଟନାଣ୍ଟ ଗଭର୍ଣ୍ଣର (ଏଲ୍‌ଜି) ବିନୟ କୁମାର ସକ୍‌ସେନା ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ସୁପାରିଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଝାଡଖଣ୍ଡ ନିର୍ବାଚନରେ ଅଜବ ଟ୍ରେଣ୍ଡ, ଥରେ ଜିତିଥିଲେ…

ରାଞ୍ଚି,୧୩।୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୪୩ଟି ଆସନରେ ମତଦାନ ଚାଲିଛି। କେବଳ କ୍ଷମତା ପରିବର୍ତ୍ତନ ନୁହେଁ ବରଂ ପ୍ରତ୍ୟେକ ନିର୍ବାଚନରେ ଅଧାରୁ ଅଧିକ...

୨ ନୂଆ କାର୍‌ କିଣିଲେ କୋହଲି: ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୧୩।୧୧: ଅଷ୍ଟ୍ରେଲିଆରେ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ବିରାଟ କୋହଲି ଅଭ୍ୟାସ ଆରମ୍ଭ କରିଛନ୍ତି। ନଭେମ୍ବର ୨୨ରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏକ ପାଞ୍ଚ ମ୍ୟାଚ...

ପ୍ରତି ମାସରେ ମହିଳାଙ୍କ ଖାତାକୁ ଆସିବ ୧୫୦୦ ଟଙ୍କା, ଏମିତି କରନ୍ତୁ ଆବେଦନ

ନୂଆଦିଲ୍ଲୀ,୧୩।୧୧: ଆନ୍ଧ୍ରପ୍ରଦେଶର ମିଳିତ ସରକାର ରାଜ୍ୟବାସୀଙ୍କ ପାଇଁ ଆଉ ଏକ ଖୁସି ଘୋଷଣା କରିଛନ୍ତି। କୁହାଯାଉଛି , ରାଜ୍ୟରେ ଆଉ ଗୋଟିଏ ଯୋଜନା କାର୍ଯ୍ୟକାରୀ ହେବାକୁ...

ଝାଡଖଣ୍ଡରେ ଏନଡିଏର ଖେଳ ବିଗାଡିବେ ନୀତିଶ! ପଲଟିବ ବାଜି

ରାଞ୍ଚି,୧୩।୧୧: ଝାଡ଼ଖଣ୍ଡରେ ୪୩ ଆସନ ପାଇଁ ବୁଧବାର ପ୍ରଥମ ପର୍ଯ୍ୟାୟ ଭୋଟ। ମଇଦାନରେ ୭୩ ମହିଳାଙ୍କ ସମେତ ମୋଟ ୬୮୩ ପ୍ରାର୍ଥୀ ଅଛନ୍ତି। ତେବେ ଆଜି...

ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ସୁପ୍ରିମକୋର୍ଟ ଦେଲେ ବଡ଼ ଟିପ୍ପଣୀ, କହିଲେ…

ନୂଆଦିଲ୍ଲୀ,୧୩।୧୨: ସୁପ୍ରିମକୋର୍ଟ ବୁଧବାର ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ଶୁଣାଣି ସମୟରେ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ସରକାରୀ କ୍ଷମତାର ଅପବ୍ୟବହାର କରାଯିବା ଉଚିତ୍‌ ନୁହେଁ ବୋଲି...

ଅଭିନେତ୍ରୀଙ୍କୁ ହତ୍ୟା ଧମକ: ୨ ଦିନରେ ୫୦ ଲକ୍ଷ ଟଙ୍କା ନ ଦେଲେ ଉଡାଇଦେବୁ

ନୂଆଦିଲ୍ଲୀ,୧୩।୧୧: ସଲମାନ ଖାନ ଏବଂ ଶାହାରୁଖ ଖାନଙ୍କ ପରେ ଭୋଜପୁରୀ ଅଭିନେତ୍ରୀ ଅକ୍ଷରା ସିଂଙ୍କୁ ହତ୍ୟା ଧମକ ଦିଆଯାଇଛି। ଅଜଣା ନମ୍ବରରୁ ତାଙ୍କୁ ଧମକପୂର୍ଣ୍ଣ କଲ୍‌...

ଓ୍ବାୟନାଡ୍‌ ଲୋକ ସଭା, ୩୧ ବିଧାନସଭା ଆସନରେ ଚାଲିଛି ଭୋଟଗ୍ରହଣ

ନୂଆଦିଲ୍ଲୀ,୧୩ା୧୧:କେରଳର ଓ୍ବାୟନାଡ୍‌ ଲୋକ ସଭା ଆସନ ସମେତ ୧୦ ରାଜ୍ୟର ୩୧ ବିଧାନସଭା ଆସନରେ ବୁଧବାର ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ଓ୍ବାୟନାଡ୍‌ ଆସନରେ...

ଭାରତ, ପାକ୍‌ ଆକାଶରେ ବିଷାକ୍ତ କୁହୁଡ଼ି

ନୂଆଦିଲ୍ଲୀ,୧୩ା୧୧: ବାୟୁ ପ୍ରଦୂଷଣ ବିପଜ୍ଜନକ ସ୍ତରକୁ ଖସିଚାଲିଥିବାବେଳେ ବିଷାକ୍ତ ଧୂମକୁହୁଡ଼ିର ଘନ ଆସ୍ତରଣ ଭାରତ ଏବଂ ପାକିସ୍ତାନର ବିସ୍ତୀର୍ଣ୍ଣ ଅଞ୍ଚଳକୁ ଘୋଡ଼ାଇ ରଖିଛି। ଆମେରିକାର ମହାକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri