ସୀମା ଟପିଲା ପୁଅ-ବୋହୂଙ୍କ ନିର୍ଯାତନା: ସବୁ ସମ୍ପତ୍ତି ଦାନ କରିବେ ଜାନକୀ

ପାରଳାଖେମୁଣ୍ଡି,୨୦ା୯(ସ୍ବ.ପ୍ର.)-ଏକମାତ୍ର ପୁଅ-ବୋହୂଙ୍କ ନିର୍ଯାତନା ଆଇ ସହ୍ୟ ହୋଇନାହିଁ। ବାଧ୍ୟହୋଇ ଜଣେ ୭୫ବର୍ଷୀୟ ବୃଦ୍ଧା ପୁଅକୁ ନିଜ ସମ୍ପତ୍ତିରୁ ବେଦଖଲ କରିବା ପାଇଁ ମନସ୍ଥ କରିଛନ୍ତି। ଏହି ସବୁ ସମ୍ପତ୍ତି ସେ ଦାନ କରିବା ସହ ନିଜ ଘରକୁ ବୃଦ୍ଧାଶ୍ରମ କରିବା ପାଇଁ ଗଜପତି ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ଉଲ୍ଲେଖଯୋଗ୍ୟ, ପାରଳାଖେମୁଣ୍ଡି ଗୋପିନୀ ସାହି ବାସିନ୍ଦା ଡା. ରାମଚନ୍ଦ୍ର ଅଧିକାରୀଙ୍କ ସ୍ତ୍ରୀ ହେଉଛନ୍ତି ଜାନକୀ ଅଧିକାରୀ। ତାଙ୍କର ଗୋଟିଏ ପୁଅ ଏବଂ ୩ଟି ଝିଅ ରହିଥିବାବେଳେ ସମସ୍ତେ ବିବାହିତ ଅଟନ୍ତି। ତେବେ ପୁଅ ସୁନୀଲ୍‌ ଅଧିକାରୀ ଏବଂ ତାଙ୍କ ସ୍ତ୍ରୀ ବିଭିନ୍ନ ସମୟରେ ଗାଳିଗୁଲଜ ଓ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି। ଏହି ସବୁ ନିର୍ଯାତନା ଅସହ୍ୟ ହେବାପରେ ମହିଳା ଜଣକ ନିଜର ସମସ୍ତ ସମ୍ପତ୍ତି ସରକାରଙ୍କୁ ଦାନ କରିବା ସହ ନିଜ ଘରକୁ ‘ଜାନକୀରାମ’ ନାମରେ ଏକ ବୃଦ୍ଧାଶ୍ରମ କରିବା ପାଇଁ ଇଚ୍ଛାପ୍ରକାଶ କରିଛନ୍ତି। ସେ ସେହି ବୃଦ୍ଧାଶ୍ରମରେ ଅନ୍ୟ ଅସହାୟ ବୃଦ୍ଧାବୃଦ୍ଧଙ୍କ ସହ ରହିବେ, ନଚେତ୍‌ ସେ ବଞ୍ଚିବାକୁ ଚାହାନ୍ତି ନାହିଁ ବୋଲି କହିଛନ୍ତି। ସେ ନିଜ ସମ୍ପତ୍ତି ଝିଅ, ପୁଅ କାହାରିକୁ ମଧ୍ୟ ଦେବାପାଇଁ ଅନିଚ୍ଛା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ବୃଦ୍ଧାଙ୍କ ଜୀବନ ପ୍ରତି ବିପଦ ରହିଥିବାରୁ ତାଙ୍କୁ ସୁରକ୍ଷା ଯୋଗାଇଦେବାକୁ ଜାନକୀ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଏସ୍‌ପିଙ୍କୁ ଭେଟି ନିବେଦନ କରିଛନ୍ତି। ପୋଲିସ ତାଙ୍କୁ ସୁରକ୍ଷା ଯୋଗାଇଦେବ ଏବଂ ତାଙ୍କୁ ସହଯୋଗ କରିବ ବୋଲି ଏସ୍‌ପି ଶର୍ମା କହିଛନ୍ତି। ଏହାସହ ପୁଅ-ବୋହୂଙ୍କୁ କାଉନସେଲିଂ ପାଇଁ ଜଣେ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିବାବେଳେ ଶୁକ୍ରବାର ରାତି ସୁଦ୍ଧା ଉଭୟେ ଥାନାକୁ ଆସି ପୋଲିସ ନିକଟରେ ନିଜ ପକ୍ଷ ରଖିବା ପାଇଁ ନୋଟିସ୍‌ କରାଯାଇଛି। ଏଥିରେ ସହଯୋଗ ନ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭରତପୁର ଘଟଣା:ପୋଲିସକୁ ବଞ୍ଚାଇବାକୁ ଜୋର୍‌ଦାର ଉଦ୍ୟମ

ଭୁବନେଶ୍ୱର, ୨୦ା୯(ସୁନିତ୍‌ ମିଶ୍ର):ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ପ୍ରତି କରାଯାଇଥିବା ନିର୍ଯାତନା ଓ ଅତ୍ୟାଚାର ଘଟଣାକୁ ଇତିମଧ୍ୟରେ...

ଫେରିଘାଟକୁ ଯୋଗାଇ ଦିଆଗଲା ପାୱାର ବୋଟ୍‌, ଦୁର୍ବିପାକ ବେଳେ କରିବ ସହାୟତା

ମହାକାଳପଡ଼ା,୨୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବହୁ ଚର୍ଚ୍ଚିତ ବାହାକୁଦ, ମୂଷାଡ଼ିଆ, ମହାନଦୀ ଫେରିଘାଟ ଜିଲାରେ ସର୍ବୋତ୍ତମ ରାଜସ୍ବ ନିଲାମ ହେଉଥିବା ଘାଟ।...

ଲିଜ୍‌ଧାରୀଙ୍କୁ ୭.୩୮ କୋଟି ଜରିମାନା

ଯାଜପୁର,୨୦ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ ପାହାଡ଼ରେ ପଥର ଧସି ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ଲିଜ୍‌ଧାରୀ ନାରାୟଣ ରାଉତଙ୍କୁ...

ବ୍ରାହ୍ମଣୀଗାଁ ଥାନାରେ ଯୋଗ ଦେଲେ ନୂଆ ଆଇଆଇସି, କହିଲେ ଆପରାଧିକ ନିୟନ୍ତ୍ରଣ ତାଙ୍କ ପାଇଁ…

ଦାରିଙ୍ଗବାଡ଼ି,୨୦ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନାରେ ନୂଆ ଆଇଆଇସି ଭାବେ ବିଜୟ କୁମାର ହାଇବୁରୁ ଗୁରୁବାର ବିଳମ୍ବିତ ରାତିରେ ଯୋଗଦାନ କରିଛନ୍ତି।...

ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା: ଉତ୍ତର ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ) ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି (ଭିସୁଟ୍‌) ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ମୃତ୍ୟୁ ମାମଲା ଏବେ...

ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ମାମଲା: ୨ ଲକ୍ଷ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ): ପୋଲିସ ହେପାଜତରେ ଥିବା ବେଳେ ଟ୍ରେନ୍‌ରୁ ଗଳି ଅଭିଯୁକ୍ତଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ...

ସାକ୍ଷୀଙ୍କୁ ଜେଲ୍‌ରୁ ମିଳିଥିଲା ଧମକ: ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲଦଣ୍ଡ

ବ୍ରହ୍ମପୁର,୧୯ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗୋଶାଣିନୁଆଗାଁ ଥାନା ଅଧୀନ ହିଲପାଟଣା ବହୁ ଚର୍ଚ୍ଚିତ ହେରିଟେଜ କ୍ଷୀର କମ୍ପାନୀ ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାରେ ମୁଖ୍ୟ ସାକ୍ଷୀଙ୍କୁ...

ରାତିରେ ମିଳିଲାନି ଚିକିତ୍ସା: ମା’ କୋଳରେ ଚାଲିଗଲା ଶିଶୁର ଜୀବନ 

ଉଦଳା,୧୯ା୯(ସନ୍ତୋଷ କୁମାର ବାଛିନୀ): ରାତି ଅଧରେ ମିଳିଲାନି ଚିକିତ୍ସା ସୁବିଧା। ଗୁରୁତର ଥିବା ୫ ମାସର ଶିଶୁକୁ ମେଡିକାଲରେ ଡାକ୍ତର ଦେଖିବା ପରେ ଓ୍ବାର୍ଡକୁ ପଠାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri