ନୂଆଦିଲ୍ଲୀ,୮।୬: ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରବିବାର ବିହାରରେ ଏକ ଭର୍ଚୁଆଲ ରାଲିକୁ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ କହିଥିଲେ ଦେଶର ସୀମା ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରହିଛି। ଏହାକୁ ନେଇ ସୋମବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶାହାଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ ଟୁଇଟ୍ କରି କହିଛନ୍ତି ସୀମା କେତେ ସୁରକ୍ଷିତ ତାହା ସମସ୍ତଙ୍କୁ ଜଣା। ଶାହା କେବଳ ମନକୁ ଖୁସି କରିବାକୁ ଏଭଳି କଥା କହିବା ଠିକ୍ ଅଛି। ଆମେରିକା ଓ ଇସ୍ରାଏଲ ପରେ ଭାରତର ସୀମା ସବୁଠାରୁ ସୁରକ୍ଷିତ ବୋଲି ଶାହା କହିଥିଲେ। ଏହାକୁ ନେଇ ରାହୁଲ କହିଛନ୍ତି ଶାହା ଏକ କାଳ୍ପନିକ ଦୁନିଆରେ ଖୁସି ଅଛନ୍ତି।