ନୂଆଦିଲ୍ଲୀ,୧୫ା୬(ପି.ଟି.): ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁକ୍ରବାର ସେନାବାହିନୀର ଶୀର୍ଷ ପଦାଧିକାରୀମାନଙ୍କ ବୈଠକରେ ପାକିସ୍ତାନ ଓ ଚାଇନା ସୀମାନ୍ତର ସ୍ଥିତି ସମୀକ୍ଷା କରିଛନ୍ତି। ବୈଠକରେ ସ୍ଥଳସେନା ମୁଖ୍ୟ ଜେନେରାଲ ବିପିନ ରାଓ୍ବତ, ଉପମୁଖ୍ୟ ଲ୍ୟୁଟ୍ନାଣ୍ଟ ଜେନେରାଲ ଦେବରାଜ ଅନ୍ବୁ ଏବଂ ସମସ୍ତ ଜେନେରାଲ ଅଫିସର କମାଣ୍ଡିଂ ଇନ୍ ଚିଫ୍ମାନେ ଯୋଗଦେଇଥିଲେ। ସମସ୍ତ ଚ୍ୟାଲେଞ୍ଜ୍ର ସମ୍ମୀଖୀନ ହେବା ଲାଗି ଭାରତୀୟ ସେନା ପୂର୍ଣ୍ଣମାତ୍ରାରେ ପ୍ରସ୍ତୁତ ଏବଂ ସେମାନଙ୍କ ସାମର୍ଥ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇଥିବା ଗର୍ବର ବିଷୟ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।