ସୁଦର୍ଶନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କଲେ ମନ୍ତ୍ରୀ

ଭୁବନେଶ୍ୱର,୧।୮(ବ୍ୟୁରୋ): ଆମେରିକାର ବୋଷ୍ଟନ୍‌ ସହରରେ ଗତ ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଆନ୍ତର୍ଜାତିକ ବାଲୁକା କଳା ମହୋତ୍ସବରେ ଭାଗନେଇ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ‘ପିପୁଲ୍ସ ଚଏସ୍‌ ଆୱାର୍ଡ’ ଲାଭ କରିଛନ୍ତି। ଭାରତ ସହ ସମଗ୍ର ଏସିଆ ମହାଦେଶରୁ ଏକମାତ୍ର ଶିଳ୍ପୀଭାବେ ପଟ୍ଟନାୟକ ଏଭଳି ସଫଳତା ହାସଲ କରିଥିବାବେଳେ ଏହି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ବିଭାଗ ତରଫରୁ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ବୁଧବାର ମନ୍ତ୍ରୀ ପାଣିଗ୍ରାହୀ ନିଜ ବିଧାନସଭା ପ୍ରକୋଷ୍ଠରେ ଉତ୍ତରୀୟ, ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ମନ୍ତ୍ରୀ କହିଥିଲେ, ସୁଦର୍ଶନ ପଟ୍ଟନାୟକ ଓଡ଼ିଶାର ଗର୍ବ ଓ ଗୌରବ। ଓଡ଼ିଶା ବାଲୁକାକଳାକୁ ସେ ବିଶ୍ୱ ଦରବାରରେ ପ୍ରଦର୍ଶିତ କରିଛନ୍ତି ବୋଲି ମନ୍ତ୍ରୀ କହିଥିଲେ। ଏହି ସମ୍ବର୍ଦ୍ଧନା ପର୍ବରେ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ବିଜୟ କୁମାର ନାୟକ, ସ୍ବତନ୍ତ୍ର ଶାସନ ସଚିବ ଡ. ରାମକୃଷ୍ଣ ସାହୁ, ଯୁଗ୍ମ ସଚିବ ମନସ୍ବିନୀ ସାହୁ ଓ ଲଳିତକଳା ଏକାଡେମୀର ପ୍ରୋଗ୍ରାମ ଅଫିସର ପ୍ରସନ୍ନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୦ ଆପରାଧିକ ମାମଲା, ୧୬୦ ସରକାରୀ ବାବୁ ଗିରଫ

ଭୁବନେଶ୍ୱର,୧ା୧(ସତ୍ୟଜିତ୍‌ ରାଉତ):ସରକାରୀ ଅର୍ଥ ଆତ୍ମସାତ୍‌ ହେଉ କିମ୍ବା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସହ ଲାଞ୍ଚ ମାମଲା। ଦୁର୍ନୀତିଗ୍ରସ୍ତ ସରକାରୀ ବାବୁମାନେ ଭିଜିଲାନ୍ସ ଜାଲରେ ଫସିବା...

ଆଜିଠୁ ଅଚଳ ହେବ ୩ ବର୍ଗର ବ୍ୟାଙ୍କ ଆକାଉଣ୍ଟ: ଆର୍‌ବିଆଇ

ଭୁବନେଶ୍ୱର,୧ା୧(ଅନୁରାଧା ମହାରଣା): ୨୦୨୫ର ପ୍ରଥମ ଦିନରୁ ବ୍ୟାଙ୍କ କାରବାର ସମ୍ପର୍କିତ ଅନେକ ନିୟମ ପରିବର୍ତ୍ତନ ହେବାକୁ ଯାଉଛି। ତେବେ ଜାନୁଆରୀ ପହିଲାରୁ ୩ ପ୍ରକାରର ବ୍ୟାଙ୍କ...

ପ୍ରବାସୀ ଭାରତୀୟ ଦିବସ ପାଇଁ ସଜେଇ ହେଉଛି ରାଜଧାନୀ

ଭୁବନେଶ୍ୱର,୧।୧(ସୁଚିସ୍ମିତା ସାହୁ):ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ସଜେଇ ହେଉଛି ରାଜଧାନୀ ଭୁବନେଶ୍ୱର। ବିଭିନ୍ନ ସ୍ଥାନରେ କାନ୍ଥଗୁଡ଼ିକ ପାରମ୍ପରିକ ଚିତ୍ରକଳାରେ ଝଲସୁଛି। ଏଥିରେ ଓଡ଼ିଶାର ଲୋକକଳା, ପରମ୍ପରା,...

ଏଥର ନୂଆବର୍ଷ ପାଳିବେନି ନବୀନ ପଟ୍ଟନାୟକ, ଜାଣନ୍ତୁ କାହିଁକି

ଭୁବନେଶ୍ୱର,୩୧।୧୨: ଏଥର ନୂଆ ବର୍ଷ ପାଳିବେନି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତଃ ମନମୋହନ ସିଂହଙ୍କ ବିୟୋଗରେ...

ପ୍ରଣବଙ୍କ ପରେ କିଏ ହେବେ ଓସିଏ ସଭାପତି? ରେସ୍‌ରେ ଅଛନ୍ତି…

ଭୁବନେଶ୍ୱର,୩୧।୧୨: ଓସିଏ ପଦରୁ ପ୍ରଣବ ପ୍ରକାଶ ଦାସ ଇସ୍ତଫା ପରେ ଏବେ ନୂଆ ସଭାପତିକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ଓସିଏ ସଭାପତି ଦୌଡ଼ରେ ଏବେ...

ଏଣିକି ସାମ୍ବାଦିକଙ୍କୁ ମିଳିଲା ଅନୁମତି: ଯାଇପାରିବେ ଲୋକସେବା ଭବନ

ଭୁବନେଶ୍ୱର,୩୧।୧୨: ଏଣିକି ସାମ୍ବାଦିକଙ୍କୁ ମିଳିଲା ଅନୁମତି, ଯାଇପାରିବେ ଲୋକସେବା ଭବନ । ପୂର୍ବ ସରକାର କୋଭିଡ୍‌ ଆଳ ଦେଖାଇ ଲୋକସେବା ଭବନ ଭିତରକୁ ସାମ୍ବାଦିକଙ୍କୁ ଯିବାକୁ...

ନୂଆବର୍ଷରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ଏହି ଦିନ ଛାତ୍ରୀଛାତ୍ରଙ୍କ ଆକାଉଣ୍ଟକୁ ଯିବ ୫୦୦୦ ଟଙ୍କା

ଭୁବନେଶ୍ୱର,୩୧।୧୨: ନୂଆବର୍ଷରେ ଛାତ୍ରୀଛାତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି। ମାଧୋ ସିଂ ହାତଖର୍ଚ୍ଚ ଯୋଜନା ଶୁଭାରମ୍ଭ ହେବ। ଜନଜାତି ଛାତ୍ରୀଛାତ୍ରଙ୍କୁ ମିଳିବ ୫ ହଜାର ଟଙ୍କା। ଜାନୁଆରୀ ୫ରେ...

ନବବର୍ଷ ପାଳିବେ ନାହିଁ ମୁଖ୍ୟମନ୍ତ୍ରୀ: ଜାଣନ୍ତୁ କାହିଁକି

ଭୁବନେଶ୍ୱର, ୩୧ା୧୨(ସୁନିତ୍‌ ମିଶ୍ର):ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ଇଂରାଜୀ ନୂତନ ବର୍ଷ ପରିପ୍ରେକ୍ଷୀରେ ଆନୁଷ୍ଠାନିକ ଭାବେ କୌଣସି ଉତ୍ସବ ଏବଂ ଅଭିନନ୍ଦନ କାର୍ଯ୍ୟକ୍ରମରେ ଯୋଗଦାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri