ସୁଧୁରୁନି ଟ୍ରାଫିକ୍‌ ଜାମ୍‌

ଯୋଡ଼ା,୨୭।୭(ଡି.ଏନ.ଏ.)- କେନ୍ଦୁଝର ଜିଲା ଦେଇ ଯାଇଥିବା ୫୨୦ ନଂ. ଜାତୀୟ ରାଜପଥର ଯୋଡା-ବଡବିଲ-ବିଲେଇପଦା-ଭଦ୍ରାସାହି ରାସ୍ତାରେ ଟ୍ରାଫିକ ଜାମ୍‌ ସମସ୍ୟା ସୁଧୁରିବା ନାଁ ନେଉନାହିଁ । ଜାତୀୟ ରାଜପଥରେ ଭଦ୍ରାସାହିଠାରୁ ଯୋଡା ଏବଂ ବିଲେଇପଦା ମଧ୍ୟରେ ବୁଧବାର ରାତିରେ ଟ୍ରାଫିକ୍‌ ଜାମ୍‌ ଯୋଗୁ ବହୁ ଯାନବାହନ ରାସ୍ତାରେ ଅଟକି ରହିଥିଲା। ବଡବିଲଠାରୁ ଯାଉଥିବା ଦ୍ରୁତଗାମୀ ଯାତ୍ରୀବାହୀ ବସଗୁଡିକ ଯୋଡା ରଣାଶାଳ ଘାଟିଠାରେ ଦୀର୍ଘ ସମୟ ଅଟକି ରହିଥିଲେ ା ସେହିପରି କଳାପାହାଡ ଲହଣ୍ଡା ମଧ୍ୟରେ ଟ୍ରାଫିକ ଜାମ୍‌ ହେବାରୁ ସେଠାରେ ମଧ୍ୟ ଯାତ୍ରୀବାହୀ ବସ ସମେତ ଛୋଟବଡ ଯାନବାହନ ଅଟକି ରହିଥିଲା। ଏଭଳି ଟ୍ରାଫିକ୍‌ ସମସ୍ୟାର ପ୍ରତିକାର ଲାଗି କେନ୍ଦୁଝର ଜିଲାପାଳ, ଚମ୍ପୁଆ ଉପଜିଲାପାଳଙ୍କ ସମେତ ଯୋଡା, ବଡବିଲ, ବାମେବାରୀ, ରୁଗୁଡି, ବଡବିଲ ପ୍ରଭୃତି ଥାନାର ଭାରପ୍ରାପ୍ତ ଅଧିକାରୀ ଏବଂ ଯୋଡା ଖଣି ଉପ ନିର୍ଦ୍ଦେଶକ ପ୍ରମୁଖ ବାରମ୍ବାର ବୈଠକ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ା ଟ୍ରାଫିକ୍‌ ଜାମ୍‌ ସୁଧୁରିବା ପରିବର୍ତ୍ତେ ଦିନକୁ ଦିନ ଅଣାୟତ୍ତ ହେଉଛି।
ଟ୍ରାଫିକ୍‌ ସମସ୍ୟା ସୁଧାରିବାକୁ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ୫୨୦ ନଂ. ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଘରୋଇ ସୁରକ୍ଷାକର୍ମୀ ନିୟୋଜିତ କରାଯିବା ସାଙ୍ଗକୁ
ଟୋଲ୍‌ ଫ୍ରି ନମ୍ବର ଜାରି କରାଯାଇଛି। ସ୍ଥାନୀୟ ଲୋକେ କହିଛନ୍ତି ଯେ, ଟୋଲ ଫ୍ରି ନମ୍ବରର ପ୍ରଚଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ ଏ ସମ୍ପର୍କରେ ଏ ପର୍ଯନ୍ତ ସର୍ବସାଧାରଣଙ୍କୁ ଅବଗତ କରାଯାଇନାହିଁ ା ଯୋଡାର ପୂର୍ବତନ ଭାଇସଚେୟାରମ୍ୟାନ୍‌ ପୁରୁଷୋତ୍ତମ ଦାସ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ରାଜ୍ୟ ସରକାର ରାଜସ୍ବ ଲୋଭରେ ଅହୋରାତ୍ର ଖଣିଜ ପରିବହନ ପାଇଁ ଅନୁମୋଦନ ଦେଇଚାଲିଛନ୍ତି। ହେଲେ ପରିବହନ ଭିତ୍ତିଭୂମିର ବିକାଶ କରାଯାଉ ନାହିଁ। ଏବେ ରାଜପଥ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ଅନେକ ରାସ୍ତାର ଡାଇଭର୍ସନ ବ୍ୟବସ୍ଥା କରାଯାଇଛି। ଏଥିଲାଗି ରାସ୍ତା ଅଧିକ ଜାମ୍‌ ହେଉଛି ା ଏହା ବ୍ୟତୀତ ପରିବହନ କମ୍ପାନୀ ୧୮ ଚକ ଓ ୨୨ ଚକ ବିଶିଷ୍ଟ ଭାରିଯାନ ବାହାର ରାଜ୍ୟରୁ ଆଣି ଖଣିଜ ପରିବହନ କରିବାରୁ ଏହା ଟ୍ରାଫିକ ଜାମ ସମସ୍ୟା ଦ୍ୱିଗୁଣିତ କରୁଛି ା ଯୋଡା ବିକାଶ ପରିଷଦର ସଭାପତି ନିରଞ୍ଜନ ବହିଦାର ଅନୁରୂପ ପ୍ରତିକ୍ରିୟା ବ୍ୟକ୍ତ କରି କହିଛନ୍ତି, ଦିନବେଳା ଭାରିଯାନ ଚଳାଚଳ ଉପରେ କେବଳ କଟକଣା ଜାରି କଲେ ସମସ୍ୟାର ସମାଧାନ ହେବ ନାହିଁ ା ୨୦୨୦ ରେ ଖଣି ବନ୍ଦ ହେବା ଆଶଙ୍କା ଥିବାରୁ ଲିଜ୍‌ଧାରୀମାନେ ଅହେତୁକ ପରିମାଣର ଖଣିଜ ଉତ୍ତୋଳନ କରି ଏହାକୁ ପରିବହନ କରିବା ସକାଶେ ବଡ ବଡ ଭାରିଯାନ ବ୍ୟବହାର କରୁଛନ୍ତି। ଏଥିଲାଗି ରାଜପଥ ଅବସ୍ଥା ଶୋଚନୀୟ ହୋଇପଡିଛି। ଖଣିଜ ଦ୍ରବ୍ୟ ଉତ୍ତୋଳନ ଓ ପରିବହନ ଉପରେ କଟକଣା କରାଗଲେ ଟ୍ରାଫିକ୍‌ ଜାମ୍‌ ଦୂର ହୋଇପାରନ୍ତା।
ଉଲ୍ଲେଖନୀୟ ଯେ କେନ୍ଦୁଝର, ଚଣ୍ଡିଖୋଲ, ତାଳଚେର, ଯୋଡା, ବଡବିଲ, ରାଉଲକେଲା, କଟକ, ପାରାଦୀପ ପ୍ରଭୃତି ଅଞ୍ଚଳର ବହୁ ଟ୍ରକ ମାଲିକ ପୂର୍ବରୁ ଏ ଅଞ୍ଚଳରୁ ଖଣିଜପଥର ପରିବହନ କରୁଥିଲେ। ଏବେ ପରିବହନ କମ୍ପାନୀମାନେ ପଞ୍ଜାବ, ଉତ୍ତରପ୍ରଦେଶ, ଗୁଜରାଟ, ଝାଡଖଣ୍ଡ, ଛତିଶଗଡ, ପଶ୍ଚିମବଙ୍ଗ ପ୍ରଭୃତି ରାଜ୍ୟରୁ ବଡ ବଡ ଟ୍ରକ ଆଣି ଖଣିଜ ଦ୍ରବ୍ୟ ପରିବହନ କରୁଛନ୍ତି। ଏହି ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ରାସ୍ତା କଡରେ ଯାନବାହନ ଚେକିଂ କରାଯାଉଥିବାରୁ ସଂକୀର୍ଣ୍ଣ ରାସ୍ତାରେ ଶହ ଶହ ଗାଡି ଅଟକି ରହୁଛିି ା ବଡବିଲ ଆରଟିଓ ଅଫିସ ପକ୍ଷରୁ ରାତି ୮ଟା ପରେ ଏଭଳି ତନଖି କରାଯାଉଥିବାରୁ ଲୋକେ ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ଜନ୍ମଦିନକୁ ବିରୋଧ କରି ଚା’ ବିକିଲେ ଯୁବ କଂଗ୍ରେସ

କେନ୍ଦୁଝର,୧୭।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶରେ ହୁ ହୁ ହୋଇ ଶିକ୍ଷିତ ବେକାରୀ ସମସ୍ୟା ବଢ଼ିବାରେ ଲାଗିଛି। ଯାହାକି ଯୁବତୀ, ଯୁବକମାନଙ୍କ ମଧ୍ୟରେ ଚିନ୍ତାର କାରଣ ହୋଇଛି।...

ଲଘୁଚାପ ଲଗାଣ ବର୍ଷା: ଭାଙ୍ଗିଲା ଘର, ବାସହରା ହେଲେ ପରିବାର

ମୋରଡ଼ା,୧୬।୯(ସ୍ମାରକ ମାଜୀ): ଲଘୁଚାପ ପ୍ରଭାବରେ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକରେ ୩ ଦିନ ହେବ ବର୍ଷା ଲାଗି ରହିଛି l ହେଲେ ପ୍ରବଳ ବର୍ଷାକୁ ଦୃଷ୍ଟିରେ...

ହାତୀ ଉପଦ୍ରବ: ଭାଙ୍ଗିଲେ ଘର, ଧାନ ବସ୍ତାରେ ଥିବା ଟଙ୍କା ଖାଇଗଲେ

କେନ୍ଦୁଝର,୧୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳରେ ହାତୀଙ୍କ ଉପଦ୍ରଵ ବଢ଼ିବାରେ ଲାଗିଛି। ଫଳରେ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି। ଖାଦ୍ୟ ଅନ୍ବେଷଣରେ ଜଙ୍ଗଲରୁ...

ସବୁଠି ଦେବଶିଳ୍ପୀଙ୍କୁ ଆହ୍ବାନ

କେନ୍ଦୁଝର,୧୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଖଣି ଖାଦାନ ଜିଲା ହୋଇଥିବା ବେଳେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଜିଲାର ବିଭିନ୍ନ ସ୍ଥାନରେ ଦେବଶିଳ୍ପୀ...

ବ୍ରିଜ୍‌ ଉପରେ ୪ ଫୁଟର ପାଣି, କେନ୍ଦୁଝର-ମୟୂରଭଞ୍ଜକୁ ଯୋଗାଯୋଗ ବିଚ୍ଛିନ୍ନ

ପାଟଣା,୧୬ା୯(ବୀରକିଶୋର ଦାଶ): ଲଘୁଚାପ ଜନିତ ଲଗାଣ ବର୍ଷାରେ କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଦାମାହୁଦା ପଞ୍ଚାୟତ କୁମୂଳା ବାହାଳୀ ଓ ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ...

‘ସୁଭଦ୍ରା ଯୋଜନାରେ ମହିଳାମାନେ ଠକାମିର ଶିକାର ନ ହୁଅନ୍ତୁ’

କେନ୍ଦୁଝର,୧୫।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶାର ପ୍ରତ୍ୟେକ ମହିଳା ହେବେ ସ୍ବାବଲମ୍ବୀ ଏବଂ ସଶକ୍ତ, ଏହି ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସୁଭଦ୍ରା ଯୋଜନା...

କାଠ ଫାଳିଆରେ ପିଟି ମା’ଙ୍କୁ ହତ୍ୟା

ଯୋଡ଼ା,୧୪ା୯(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଥାନା ଅନ୍ତର୍ଗତ ଲହଣ୍ଡା ମୁଣ୍ଡା ସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶନିବାର ସନ୍ଧ୍ୟା ୭ଟାରେ ସାହିର ଜନୈକ...

ଶୁଣିଲାନି ପ୍ରଶାସନ: ରାସ୍ତା ନିର୍ମାଣ କଲେ ମହିଳା ଗୋଷ୍ଠୀ

କେନ୍ଦୁଝର,୧୩।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଜୁଙ୍ଗା ପଞ୍ଚାୟତ ଅଧୀନ ଡୁମୁରିନାଳି ଗ୍ରାମର ମା’ ଜଙ୍ଗଲ ଜନନୀ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri