ସୁନ୍ଦର ଧାରା ଖଣ୍ଡାଧାର

କେନ୍ଦୁଝର, ୧୬ା୧ (ସ୍ବ.ପ୍ର.)-କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲା ସୀମାନ୍ତରେ ରହିଛି ମାଲାଙ୍ଗଟୋଲି ପର୍ବତମାଳା । ଏହି ପର୍ବତମାଳାରେ ଉଚ୍ଚ ମାନର ଖଣିଜସମ୍ପଦ ଗଚ୍ଛିତ ଥିବାବେଳେ ଏହା ହେଉଛି ପ୍ରକୃତିର ଗନ୍ତାଘର । ଏହି ପାହାଡ଼ରେ ରହିଛି ଏକାଧିକ ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ଜଳପ୍ରପାତ । ତନ୍ମଧ୍ୟରୁ କାଦକଳା ଗ୍ରାମ ନିକଟରେ ଥିବା ଖଣ୍ଡାଧାର ଜଳପ୍ରପାତ ଅନ୍ୟତମ ପର୍ଯ୍ୟଟନ କେନ୍ଦ୍ର । ଏହାର ପ୍ରାକୃତିକ ସବୁଜିମା ଓ ସୁଉଚ୍ଚ ଜଳପ୍ରପାତ ପାଇଁ ରାଜ୍ୟ ଓ ରାଜ୍ୟ ବାହାରେ ପ୍ରସିଦ୍ଧି ଲାଭ କରିସାରିଛି ।
କେନ୍ଦୁଝର ଜିଲାର ବାଂଶପାଳ ବ୍ଲକ ଅନ୍ତର୍ଗତ କାଦକଳାଠାରେ ଥିବା ଖଣ୍ଡାଧାର ଜଳପ୍ରପାତ ବୁଲିବା ପାଇଁ ପର୍ଯ୍ୟଟକମାନଙ୍କ ଭିଡ଼ ଜମିଥାଏ । ପ୍ରାୟ ସାତ ଶହ ଫୁଟ ଉପରୁ ଲମ୍ଫ ପ୍ରଦାନ କରୁଥିବା ଜଳରାଶି ତଳେ ପାହାଡ଼ କାନ୍ଥ ଓ ପଥରରେ ପିଟିହୋଇ ବିଛୁରିତ ହୋଇ କୁହୁଡିଆ ପରିବେଶ ସୃଷ୍ଟି କରିଥାଏ । ଏହି ଜଳରାଶି ଉପରେ ସୂର୍ଯ୍ୟଙ୍କ ତୀର୍ଯ୍ୟକ କିରଣ ପଡିଲେ ଭାସମାନ ଇନ୍ଦ୍ରଧନୁର ମନୋରମ ଦୃଶ୍ୟ ରୋମାଞ୍ଚକର। ବିଶେଷ କରି ଶୀତ ଋତୁରେ ଜିଲା ଓ ଜିଲା ତଥା ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ। ବୁଲିବା ସହ ଏହି ଜଳପ୍ରପାତରେ ଗାଧୋଇବା, ତଳକୁ ପ୍ରବାହିତ ନଦୀ କୂଳରେ ପିକନିକ କରିବାର ଅନୁଭୂତି ନିଆରା ଅଟେ। ପର୍ଯ୍ୟଟନ ବିଭାଗ, ବନ ବିଭାଗ ତଥା ସ୍ଥାନୀୟ ଲୋକଙ୍କ ସହାୟତାରେ ପର୍ଯ୍ୟଟକମାନଙ୍କ ସୁବିଧା ପାଇଁ ବହୁ ବିକାଶମୂଳକ କାର୍ଯ୍ୟ କରାଯାଇଛି । ସୁନ୍ଦରଗଡ ଜିଲାର ଖଣ୍ଡାଧାର ଜଳପ୍ରପାତ ଭଳି ଏହି ଜଳପ୍ରପାତର ଲୋକଦୃତ ଅଧିକ ରହିଛି। କେନ୍ଦୁଝର ସହର ଠାରୁ ପ୍ରାୟ ୬୦ କି.ମି. ଦୂରରେ ରହିଛି ଏହି ଜଳପ୍ରପାତ। ଭୁବନେଶ୍ୱରରୁ ବସ ଓ ଟ୍ରେନ ଯୋଗେ କେନ୍ଦୁଝରଗଡ଼ରେ ପହଞ୍ଚି ସେଠାରୁ ଗାଡି ଭଡା ନେଇ ଖଣ୍ଡାଧାର ଜଳପ୍ରପାତ ଯାଇପାରିବେ। ସେଠାରେ ରହିଛି ଏକ ଶିବ ମନ୍ଦିର। ଯେଉଁଠି ମକର ସଂକ୍ରାନ୍ତି, ଶିବରାତ୍ରି ଆଦି ସମୟରେ ପୂଜାର୍ଚ୍ଚନା ହୋଇଥାଏ ଏବଂ ମେଳା ବସେ। ଅନେକ ପର୍ଯ୍ୟଟକ କେନ୍ଦୁଝର ସହରରେ ହୋଟେଲ, ପାନ୍ଥଶାଳାରେ ରାତ୍ରିଯାପନ କରି ସକାଳୁ ଉକ୍ତ କେନ୍ଦ୍ରକୁ ଯାଇଥାନ୍ତି। ଜଙ୍ଗଲ ଓ ପାହାଡ଼ ପରିବେଷ୍ଟିତ ଅଙ୍କାବଙ୍କା ରାସ୍ତାରେ ଯିବା ସମୟରେ ସବୁଜ ପରିବେଶ, ପାହାଡିଆ ଝରଣା, ହଳଦି ରଙ୍ଗର ସୋରିଷ ବା ରାଶି ଫୁଲ ତଥା ପାହାଡି ଫୁଲର ନିଆରା ଦୃଶ୍ୟ ଦେଖିବାକୁ ମିଳିଥାଏ। ଏହି ମନୋରମ ଦୃଶ୍ୟକୁ ଉପଭୋଗ କରିବାସହ ଅନେକ ପ୍ରକୃତି ପ୍ରେମୀ ସେଲଫି ଫଟୋ ଉଠାଇବା ସହ କ୍ୟାମେରା ଲେନ୍ସରେ ନିଆରା ଅନୁଭୂତି ଓ ସ୍ମୃତିକୁ ସାଉଁଟି ନେଇ ଫେରନ୍ତି ା
ଖଣ୍ଡାର ଧାର ସଦୃଶ୍ୟ ଜଳରାଶି ସୁଉଚ୍ଚରୁ ତଳକୁ ଖସି ପଡୁଥିବା ଏବଂ ସୂର୍ଯ୍ୟ କିରଣ ପଡି ଜଳଧାର ଚକ୍‌ ଚକ୍‌ କରୁଥିବାରୁ ଏହାର ନାମକରଣ ଖଣ୍ଡାଧାର ହୋଇଛି ବୋଲି ଅନେକ ମତବ୍ୟକ୍ତ କରୁଛନ୍ତି ା ଏହି ଜଳପ୍ରପାତ ନାମାନୁସାରେ ଏହି ପାହାଡକୁ ଖଣ୍ଡାଧାର ପାହାଡ ବୋଲି କୁହାଯାଏ। ପର୍ଯ୍ୟଟକ ମାନଙ୍କ ସୁବିଧା ପାଇଁ ରାସ୍ତାଘାଟର ବିକାଶ କରାଯାଇଥିଲେ ହେଁ ସେଠାରେ ରହିବା ଓ ଖାଇବା ପାଇଁ ବ୍ୟବସ୍ଥା କରାଗଲେ ଏହା ଅଧିକ ଲୋକଦ୍ରୁତ ହୋଇ ପାରିବ ା ସେହିପରି ବନ୍ୟପ୍ରାଣୀ ଭୟ ରହୁଥିବାରୁ ସୁରକ୍ଷା ବ୍ୟବସ୍ଥା କରିବା ସହ ଆଲୋକ ବ୍ୟବସ୍ଥା କରିବା ଜରୁରୀ ବୋଲି ପ୍ରକୃତିପ୍ରେମୀ ତଥା ପୂର୍ବତନ ଏମ୍‌ପି ଅନନ୍ତ ନାୟକ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ପଶି ଆସିଲା ହାତୀଛୁଆ

କେନ୍ଦୁଝର,୨ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ରେଞ୍ଜ ଅନ୍ତର୍ଗତ ପଳାଶପଙ୍ଗା ଜଗଦଳା ଡ୍ୟାମ୍‌ ନିକଟ ରେଙ୍ଗାଳବେଡ଼ା ଗ୍ରାମ ଭିତରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ହାତୀଛୁଆ ପଶି...

ଝାଡ଼ଖଣ୍ଡ ସୀମାରେ ଶିବ ଲିଙ୍ଗ ଭାଙ୍ଗିବା ଘଟଣା: ପ୍ରତିବାଦରେ ଚମ୍ପୁଆରେ ଆନ୍ଦୋଳନ

କେନ୍ଦୁଝର,୨ା୧୧: ଓଡ଼ିଶା ରାଜ୍ୟ କେନ୍ଦୁଝର ଜିଲା ଚମ୍ପୁଆ ସୀମା ଝାଡ଼ଖଣ୍ଡସ୍ଥିତ ବୈତରଣୀ ନଦୀ କୂଳରେ ଅବସ୍ଥିତ ପ୍ରାଚୀନ ଶୈବପୀଠ ନୀଳକଣ୍ଠେଶ୍ୱର ମନ୍ଦିରର ଶିବଲିଙ୍ଗ ଭଙ୍ଗା ଘଟଣାରେ...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: କେନ୍ଦୁଝରରେ ହେବ ମେଗା ଷ୍ଟିଲ ପ୍ରକଳ୍ପ

କେନ୍ଦୁଝର,୧।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ନିଶ୍ଚିତ ଭାବରେ ମେଗା ଇସ୍ପାତ କାରଖାନା ହେବ। ଶୁକ୍ରବାର ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କେନ୍ଦୁଝର ଜିଲା...

ଗାଁରେ ଦୀପାବଳି ପାଳିଲେ ମୁଖ୍ୟମନ୍ତ୍ରୀ, ବଜାଇଲେ ମାର୍ଦ୍ଦଳ

ଭୁବନେଶ୍ୱର/କେନ୍ଦୁଝର,୧ା୧୧: ଦୀପାବଳି ଉତ୍ସବରେ ସାମିଲ ହେବାକୁ ମୋହନ ଚରଣ ମାଝୀ ଗୁରୁବାର ନିଜ ଗାଁ କେନ୍ଦୁଝରର ରାଇକଳାରେ ପହଞ୍ଚିଥିଲେ। ମୁଖ୍ୟମନ୍ତ୍ରୀ ଘରେ ପହଞ୍ଚି ପଇଡ଼ ପାଣି...

ଦୀପାବଳିରେ ମର୍ମନ୍ତୁଦ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ଚାଲିଗଲା ଦୁଇ ବାଇକ୍‌ ଆରୋହୀଙ୍କ ଜୀବନ

କେନ୍ଦୁଝର,୩୧।୧୦: ଆଜି ଆଲୋକର ପର୍ବ ଦିପାବଳି। ସବୁଟି ଉତ୍ସବର ମାହୋଲ। ଏଭଳିସ୍ଥିତିରେ କେନ୍ଦୁଝର ଜିଲା ୨୦ ନମ୍ବର ଜାତୀୟ ରାଜପଥ ଝୁମ୍ପୁରା ଥାନା ରାଜାବସା ନିକଟରେ...

କେନ୍ଦୁଝରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, ଗାଁରେ ପରିବାର ଲୋକଙ୍କ ସହ ପାଳିବେ ଦୀପାବଳି

କେନ୍ଦୁଝର,୩୧ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ ଦିନିଆ କେନ୍ଦୁଝର ଜିଲା ଗସ୍ତରେ ଆସି ପହଞ୍ଚିଛନ୍ତି। ଏକ ସ୍ବତନ୍ତ୍ର ବିମାନରେ ଆସି ରାଇସୁଆଁ...

ହରମୋହନ ଏମ୍‌ପି ପ୍ରତିନିଧି ଭାବେ ନିଯୁକ୍ତ

ହାଟଡିହୀ,୩୧l୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ଅଧୀନ ହାଟଡିହୀ ବ୍ଲକ ବେତିରା ଗ୍ରାମର ହରମୋହନ ଶାସିନୀଙ୍କୁ ଏମ୍‌ପି ପ୍ରତିନିଧି ଭାବେ ନିଯୁକ୍ତି ମିଳିଛି...

ନିରଞ୍ଜନଙ୍କୁ ବହିଷ୍କାର ଲାଗି ଚିଠି ଜାରି କଲେ ସିଡିଓ

ହାଟଡିହୀ,୩୧l୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ରୁରାଲ ହାଉସିଂ ବିପିସି (ବ୍ଲକ ପ୍ରୋଜେକ୍ଟ କୋଅର୍ଡିନେଟର) ନିରଞ୍ଜନ ବାରିକଙ୍କୁ କାର୍ଯ୍ୟରୁ ବହିଷ୍କାର ପାଇଁ କେନ୍ଦୁଝର ସିଡିଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri