ସୁପର ୩୦ ଦ୍ୱାରା ଛାତ୍ରୀଛାତ୍ରଙ୍କୁ ଉତ୍ସାହିତ କରିବଜିନ୍ଦେଗୀ ଫାଉଣ୍ଡେଶନ

ଭୁବନେଶ୍ୱର,୧୪-୭: ଗଣିତଜ୍ଞ ଆନନ୍ଦ କୁମାରଙ୍କ ଚରିତ୍ର ଉପରେ ପର୍ଯ୍ୟବସିତ ‘ସୁପର ୩୦’ ଚଳଚ୍ଚିତ୍ର ରିଲିଜ ହୋଇଥିବା ବେଳେ ଏଥିରେ ପ୍ରମୁଖ ଭୂମିକାରେ ହ୍ରିତିକ ରୋଶନ ଏବଂ ମୃଣାଳ ଠାକୁର ଅଭିନୟ କରିଛନ୍ତି। ଅନଗ୍ରସର ଏବଂ ଗରିବ ମେଧାବୀ ପିଲାମାନଙ୍କୁ ପ୍ରଶିକ୍ଷଣ ଦେଇ ଆଇଆଇଟି ଏବଂ ସଫଳତା ପ୍ରଦାନରେ ଆନନ୍ଦ କୁମାର ଗ୍ରହଣ କରିଥିବା ଯୋଜନା ସମ୍ପର୍କିତ କାହାଣୀକୁ ଚଚଚ୍ଚିତ୍ରରେ ଦେଖିବାକୁ ମିଳିବ। ମୁମ୍ବାଇର ଏକ ସ୍ବତନ୍ତ୍ର ଉତ୍ସବରେ ଏହି ଚଳଚ୍ଚିତ୍ରକୁ ପ୍ରଦର୍ଶନ କରାଯାଇଥିଲା। ଏଥିରେ ଆନନ୍ଦ କୁମାର ଏବଂ ସିନେମାର ସବୁ କଳାକାର ଉପସ୍ଥିତ ଥିଲେ। ଏହି ଅବସରରେ ଅଜୟ ବାହାଦୁର ସିଂ କହିଛନ୍ତି ଆନନ୍ଦ କୁମାର ତାଙ୍କର ବାଲ୍ୟବନ୍ଧୁ । ଆନନ୍ଦଙ୍କ ପ୍ରେରଣାରେ ଶିକ୍ଷାକୁ ବୃତ୍ତି ଭାବେ ଗ୍ରହଣ କରି ଆନନ୍ଦିତ ବୋଲି ସିଂ କହିଛନ୍ତି।
ସିଂ ବର୍ତ୍ତମାନ ଜିନ୍ଦେଗୀ ଫାଉଣ୍ଡେଶନ ଦ୍ୱାରା ଗରିବ ବର୍ଗର ପିଲାମାନଙ୍କୁ ମାଗଣାରେ ଡାକ୍ତରୀ ପ୍ରବେଶିକା ପରୀକ୍ଷା ଲାଗି ପ୍ରଶିକ୍ଷଣ ଏବଂ ରହିବାର ସୁବିଧା କରିଛନ୍ତି। ଜିନ୍ଦେଗୀ ଫାଉଣ୍ଡେଶନ ଭୁବନେଶ୍ୱରରେ ସୁପର ୩୦ ଉପରେ ପର୍ଯ୍ୟବସିତ ଫିଲ୍ମ ପ୍ରଦର୍ଶନକରି ସ୍କୁଲରେ ପଢୁଥିବା ଆର୍ଥତ୍କ ଅନଗ୍ରସର ବର୍ଗର ଛାତ୍ରୀଛାତ୍ରଙ୍କୁ ଉତ୍ସାହିତ କରିବେ। ଏହି ଫିଲ୍ମ ଦ୍ୱାରା ଛାତ୍ରୀଛାତ୍ରଙ୍କ ମାନସିକତାରେ ପରିବର୍ତ୍ତନ ଆସିବ ବୋଲି ଆନନ୍ଦ କୁମାର ଏବଂ ହ୍ରିତିକ ରୋଶନ ଆଶାବ୍ୟକ୍ତ କରିଛନ୍ତି। ଜିନ୍ଦେଗୀ ଫାଉଣ୍ଡେଶନ ଦ୍ୱାରା ଉପକୃତ କ୍ରୀଷ୍ଣା ମହାନ୍ତି କୁହନ୍ତି, ବାପା ଚାଲିଗଲା ପରେ ମା ଭୁବନେଶ୍ୱର ଇସ୍କନ ମନ୍ଦିରରେ ମା ଫୁଲ ଏବଂ କେକ ବିକି ଗୁଜୁରାଣ ଚଳାଉଥିଲେ। ଜିନ୍ଦେଗୀ ଫାଉଣ୍ଡେଶନ ଦ୍ୱାରା ମେଡିକାଲ ପ୍ରବେଶିକାରେ ସଫଳ ହେବା ସମ୍ଭବ ହୋଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାର୍ବଣ ସମୟରେ ନିୟନ୍ତ୍ରଣରେ ରହିବ ଦରଦାମ୍: ଆଶ୍ୱସ୍ତ କଲେ ସରକାର

ନୂଆଦିଲ୍ଲୀ,୧୮ା୯: ସରକାର ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ନାହିଁ। ବଢୁଥିବା ଦରଦାମ୍ ଏବେ ଲୋକମାନଙ୍କର...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

ଭାରତରେ ବଢିଚାଲିଛନ୍ତି କୋଟିପତି: ୧୦ କୋଟିରୁ ଅଧିକ ଆୟ କରୁଥିବା ଲୋକଙ୍କ ସଂଖ୍ୟା ୬୩ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ,୧୭।୯: ଦେଶରେ କୋଟିପତି ଲୋକଙ୍କ ସଂଖ୍ୟାରେ ବଡ ମାତ୍ରାରେ ବୃଦ୍ଧି ଘଟିଛି। ଗତ ପାଞ୍ଚ ବର୍ଷ ମଧ୍ୟରେ ୧୦ କୋଟିରୁ ଅଧିକ ଆୟ କରୁଥିବା ଭାରତୀୟଙ୍କ...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୧୭।୯: ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

୮ ନିୟୁତ ଟନ୍‌କୁ ବୃଦ୍ଧିପାଇବ ଉତ୍ପାଦନ କ୍ଷମତା

ଯାଜପୁର,୧୭ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା କଳିଙ୍ଗନଗର ଟାଟା ଷ୍ଟିଲ କାରଖାନାର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ଖୁବ୍‌ଶୀଘ୍ର ସମ୍ପନ୍ନ ହେବାକୁ ଯାଉଛି। ଏହିକ୍ରମରେ ଏହାର ଉତ୍ପାଦନ କ୍ଷମତା...

ଭାରତରେ ବିଏମ୍‌ଡବ୍ଲ୍ୟୁ ରିଟେଲ ନେକ୍ସଟର ଶୁଭାରମ୍ଭ

ନୂଆଦିଲ୍ଲୀ,୧୭।୯ (ଅଭୟ ଦାଶ): ଭାରତରେ ବିଏମ୍‌ଡବ୍ଲ୍ୟୁ ଗ୍ରୁପର ରିଟେଲ ନେକ୍ସଟ ଡିଲରଶିପ ଶୁଭାରମ୍ଭ ସମ୍ପର୍କରେ କମ୍ପାନୀର ଇଣ୍ଡିଆ ୟୁନିଟ ପକ୍ଷରୁ ବିସ୍ତୃତ ଭାବେ ଘୋଷଣା କରାଯାଇଛି।...

ଭାରତ ଏକବିଂଶ ଶତାବ୍ଦୀର ଶ୍ରେଷ୍ଠ ଆହ୍ବାନ

ନୂଆଦିଲ୍ଲୀ,୧୭।୯ (ଅଭୟ ଦାଶ): ଗୁଜରାଟର ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରଠାରେ ୪ର୍ଥ ବିଶ୍ୱ ଅକ୍ଷୟ ଶକ୍ତି ନିବେଶକ ସମ୍ମିଳନୀ ଏବଂ ପ୍ରଦର୍ଶନୀ (ରି-ଇନ୍‌ଭେଷ୍ଟ)କୁ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

କୁଲଦୀପ ଏଭରଗ୍ରୀନ୍‌ ଚା’ର ବ୍ରାଣ୍ଡ୍‌ ଆମ୍ବାସାଡର

ଭୁବନେଶ୍ୱର,,୧୬।୯ (ଅଭୟ ଦାଶ): ଦେଶର ପ୍ରମୁଖ ଚା’ ବ୍ରାଣ୍ଡ୍‌ ତଥା ନେହା ଏଣ୍ଟରପ୍ରାଇଜର୍ସ ଦ୍ୱାରା ପ୍ରସ୍ତୁତ ଲୋକପ୍ରିୟ ଉତ୍ପାଦ ଏଭରଗ୍ରୀନ ଚା’ର ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri