ସୁପ୍ରିମକୋର୍ଟ ନିର୍ଦ୍ଦେଶର ଓଲଟା ରାସ୍ତାରେ ସରକାର

ଭୁବନେଶ୍ୱର,୧୧।୮(ବ୍ୟୁରୋ): ନାଗରିକଙ୍କ ସବୁ ଅନ୍ତରଙ୍ଗ ତଥ୍ୟ ଆଧାର କାର୍ଡରେ ଲିପିବଦ୍ଧ। ଏହାକୁ ସରକାରୀ କିମ୍ବା ବେସରକାରୀ ସଂସ୍ଥା ଅପବ୍ୟବହାର କରୁଥିବାର ବହୁ ଦୃଷ୍ଟାନ୍ତ ରହିଛି। ତେଣୁ ବ୍ୟକ୍ତି ବିଶେଷଙ୍କ ଗୋପନୀୟ ତଥ୍ୟଗୁଡ଼ିକୁ କୌଣସି ପରିସ୍ଥିତିରେ ଜନକଲ୍ୟାଣକାରୀ ଯୋଜନାରେ ଦେବାକୁ ବାଧ୍ୟତାମୂଳକ କରାଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି। ଏହାସତ୍ତ୍ୱେ ଆଧାର କାର୍ଡକୁ ପରୋକ୍ଷରେ ବାଧ୍ୟତାମୂଳକ କରିବାରେ ସରକାର ଲାଗିପଡିଛନ୍ତି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଶନିବାର ଦେଇଥିବା ମନ୍ତବ୍ୟରୁ ଏହା ସ୍ପଷ୍ଟ ହୋଇଛି। ମୋଟ ଉପରେ କହିବାକୁ ଗଲେ ସୁପ୍ରିମକୋର୍ଟଙ୍କ ରାୟର ଓଲଟା ବାଟରେ ସରକାର ଯିବାକୁ ପସନ୍ଦ କରିଛନ୍ତି।
ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ କହିଛନ୍ତି ଯେ, ଆଧାର କାର୍ଡ ଥିବା କୌଣସି ହିତାଧିକାରୀ ଯୋଜନାରୁ ବାଦ୍‌ ପଡିବେ ନାହିଁ। ଏଥିପାଇଁ ସରକାର ଗ୍ୟାରେଣ୍ଟି ଦେଉଛନ୍ତି। ଆଧାର ନ ଥିବା ହିତାଧିକାରୀଙ୍କୁ ମଧ୍ୟ ତାଲିକାରୁ ବାଦ୍‌ ପଡିବାକୁ ଦିଆଯିବ ନାହିଁ। ସେହିପରି ଆଧାର କାରଣରୁ ବଞ୍ଚିତ ହୋଇଥିବା ହିିତାଧିକାରୀ ଲିଙ୍କ୍‌ କରିବା ମାତ୍ରେ ସହାୟତା ପାଇବେ। ସେହିପରି ଏକାଧିକ ଥର ସୁବିଧା ହାତଉଥିବା ହିତାଧିକାରୀଙ୍କୁ ତାଲିକାରୁ ବାଦ୍‌ ଦିଆଯିବ । ଅଧିକାଂଶ ହିତାଧିକାରୀଙ୍କ ଆଧାର ଲିଙ୍କ୍‌ ତନଖି କରିବା ପରେ ପ୍ରାୟ ଲକ୍ଷାଧିକ ହିତାଧିକାରୀ ଦୁଇଟି ସ୍ଥାନରୁ ସୁବିଧା ପାଉଥିବା ରଣେନ୍ଦ୍ର କହିଛନ୍ତି। ଏହିପରି ସୁବିଧା ହାତଉଥିବା ବ୍ୟକ୍ତିବିଶେଷଙ୍କୁ ତୁରନ୍ତ ସେପ୍ଟେମ୍ବରରୁ ବାଦ୍‌ ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଅପରପକ୍ଷରେ ଆଧାର ସଂଯୋଗକୁ ବାଧ୍ୟତାମୂଳକ କରାଯାଇଥିବାରୁ ଅନେକ ଯୋଗ୍ୟ ହିତାଧିକାରୀ ସହାୟତାରୁ ବଞ୍ଚିତ ହେବାର ଆଶଙ୍କା ରହିଛି। ଏପରିକି ପୂର୍ବରୁ ରାଶନ କାର୍ଡ ଦ୍ୱାରା ସହାୟତା ପାଉଥିବା ହିତାଧିକାରୀ କେବଳ ଆଧାର ପାଇଁ ସରକାରୀ ସୁବିଧାରୁ ବଞ୍ଚିତ ହୋଇପାରନ୍ତି। ଗ୍ରାମବହୁଳ ଓଡ଼ିଶାରେ ଆଧାର ସମ୍ପର୍କିତ ସଚେତନତା ଲୋକମାନଙ୍କୁ କରାଯାଇନାହିଁ। ଓଲଟି ଆଧାର ହିଁ ସବୁ ସହାୟତା ପାଇବାର ଚାବିକାଠି ବୋଲି ପରୋକ୍ଷରେ ପ୍ରଚାର କରି ଲିଙ୍କ୍‌ କରାଯାଉଛି। ହିତାଧିକାରୀଙ୍କ ନାମ, ଠିକଣା ସହ ଅନ୍ୟାନ୍ୟ ଗୋପନୀୟ ତଥ୍ୟ ଆଦାୟ କରାଯାଇ ସାରିଲାଣି।
ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ କେନ୍ଦ୍ର ସରକାର ବଜେଟ୍‌ରେ ପାନ କାର୍ଡ ବଦଳରେ ଆଧାର ମାଧ୍ୟମରେ ଆୟକର ରିଟର୍ନ ଦେବା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ସେହିପରି କେନ୍ଦ୍ରୀୟ ଯୋଜନା ଏବଂ କେନ୍ଦ୍ର ପ୍ରବର୍ତ୍ତିତ ସମସ୍ତ ଯୋଜନାରେ ମଧ୍ୟ ଆଧାରକୁ ବାଧ୍ୟତାମୂଳକ କରିବାକୁ ମସୁଧା ଚାଲିଛି। ଦେଶରେ କାର୍ଯ୍ୟକାରୀ ହେଉଥିବା ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା(ଏନ୍‌ଏଫ୍‌ଏସ୍‌ଏ)ରେ ଆଧାର କାର୍ଡକୁ କଡାକଡି ଲାଗୁ କରିବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ବହୁ ପୂର୍ବରୁ ନିର୍ଦ୍ଦେଶ ଦେଇ ସାରିଥିଲେ। ରାଜ୍ୟ ସରକାର ମଧ୍ୟ ଏଥିରେ କୌଣସି ଆପତ୍ତି ନ ଉଠାଇ ଆଧାର ବାଧ୍ୟତାମୂଳକକୁ ସେପ୍ଚେମ୍ବର ପହିଲାରୁ କଡାକଡି ଲାଗୁ କରିବାକୁ ଯାଉଥିବା ଜଣାପଡିଛି। ଏଠାରେ ପ୍ରଶ୍ନ ଉଠେ, ଜାଲିଆତି ରୋକିବାକୁ ଆଧାର ସଂଯୋଗ ଉପରେ ଗୁରୁତ୍ୱ ଦିଆଯାଉଥିବା ସରକାର ବାରମ୍ବାର ଯୁକ୍ତି ବାଢୁଛନ୍ତି, ହେଲେ ଲକ୍ଷାଧିକ ମୃତ ହିତାଧିକାରୀଙ୍କ ନାମରେ ସରକାରୀ ଯୋଜନା ହଡପ ହେଉଥିବା ଖବର ନଜରକୁ ଆସିଛି। ଏପରିକି ଚଳିତ ବର୍ଷ ରାଜ୍ୟ ଖାଦ୍ୟ ନିଗମ ପକ୍ଷରୁ ସରକାରଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଥିଲା। ଏଥିସହିତ ଏହି ଭୂତ ହିତାଧିକାରୀଙ୍କୁ ବାଦ୍‌ ଦିଆଯିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା। ନିର୍ଦ୍ଦିଷ୍ଟ ଭାବେ କେତେ ଭୂତ ତଥା ମୃତ ହିତାଧିକାରୀଙ୍କୁ ବାଦ୍‌ ଦିଆଯାଇଛି, ସେ ନେଇ ସରକାରଙ୍କ ପକ୍ଷରୁ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ରଖାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନରେନ୍ଦ୍ର ପୁଷ୍କରିଣୀରେ ବୁଡ଼ି ୨ ଯୁବକଙ୍କ ଜୀବନ ଗଲା

ପୁରୀ,୧ା୧୦: ନରେନ୍ଦ୍ର ପୁଷ୍କରିଣୀରେ ବୁଡ଼ି ମଙ୍ଗଳବାର ୨ ଯୁବକଙ୍କ ପ୍ରାଣହାନି ଘଟିଛି। ଗାଧୋଇବାକୁ ଯାଇଥିବା ଦୁଇ ଯୁବକ ଦୁର୍ଭାଗ୍ୟବଶତଃ ପୁଷ୍କରିଣୀରେ ବୁଡ଼ି ଯାଇଥିଲେ। ଖବର ପାଇ...

ରାଜନୈତିକ ରୁଟି ସେକିବାକୁ ନବୀନଙ୍କ ସାମ୍ପ୍ରଦାୟିକ ବୟାନବାଜି, କାହିଁକି ଏମିତି କହିଲେ ଏହି ଭାଜପା ନେତା

ଭୁବନେଶ୍ୱର,୧ା୧୦: ନବୀନଙ୍କ ମନ୍ତବ୍ୟ ଉପରେ କଡ଼ା ଜବାବ ଦେଇଛି ଭାଜପା। ଦଳ କହିଛି, ନବୀନଙ୍କ ବକ୍ତବ୍ୟରୁ ଜଣାପଡୁଛି ସେ ନିଜେ ଓଡ଼ିଶାରେ ଅଶାନ୍ତି କରିବାକୁ ଚାହୁଁଛନ୍ତି।...

ଗାଦିମଡ଼ା ଅଧିକାରୀଙ୍କୁ ପୋଲିସ କମିଶନରଙ୍କ କଡ଼ା ଚେତାବନୀ, କହିଲେ ସମ୍ପୂର୍ଣ୍ଣ ତଥ୍ୟ ନେବାକୁ…

କଟକ,୧ା୧୦: ଡିସିପି ଅଫିସରେ ପହଞ୍ଚି କଟକ ଡିସିପି ଜଗମୋହନ ମୀନାଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ପ୍ରଥମ ବୈଠକ କରିଛନ୍ତି ନୂଆ ପୋଲିସ କମିଶନର...

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ପ୍ରତି ପରିବାରକୁ ମିଳିବ…

ଭୁବନେଶ୍ୱର,୧।୧୦: BSKYକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟରେ ଖୁବଶୀଘ୍ର ଆୟୁଷ୍ମାନ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା...

ସୋସିଆଲ ମିଡିଆରୁ ଦୂରେଇ ରହିବାକୁ ପୋଲିସ ଡିଜି ଅପିଲ୍‌  

ଭଦ୍ରକ,୧।୧୦:ଭଦ୍ରକ ଧାମନଗର ଯାଇଛନ୍ତି ପୋଲିସ ଡିଜି ଓ୍ବାଇ.ବି ଖୁରାନିଆ। ଭଦ୍ରକ ଧାମନଗରରେ ପହଞ୍ଚି ପୋଲିସ ଡିଜି ୱାଇ.ବି ଖୁରାନିଆ ବରିଷ୍ଠ ଅଧିକାରୀଙ୍କ ସହ ଧାମନଗର ଥାନାରେ...

ଓଡ଼ିଆ ଫିଲ୍ମ ଷ୍ଟାରଙ୍କୁ ମାଓବାଦୀଙ୍କ ଭୟ:  ହୋଇପାରନ୍ତି ଅପହରଣ ଗୁଇନ୍ଦା ବିଭାଗ ଦେଲେ ଆଗୁଆ…

ଭୁବନେଶ୍ୱର,୧।୧୦: ଓଡ଼ିଆ ଫିଲ୍ମ ଷ୍ଟାରଙ୍କୁ  ଅପହରଣ କରିପାରନ୍ତି ମାଓବାଦୀ। ଏ ନେଇ  ଓଡ଼ିଶା ପୋଲିସର  ଗୁଇନ୍ଦା ବିଭାଗ ସତର୍କ  କରାଇଛନ୍ତି। ତେବେ ପଶ୍ଚିମ ଓଡ଼ିଶାର  ବଲାଙ୍ଗୀର...

ଆସନ୍ତାକାଲି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧ା୧୦: ଆସନ୍ତାକାଲି ଅର୍ଥାତ୍‌ ବୁଧବାର ୨ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ ମଧ୍ୟ ରହିବେ।...

ଆଜି ଯାଏ ମିଳିନି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଭଙ୍ଗା ଘରେ ମୁଣ୍ଡ ଗୁଞ୍ଜିଛନ୍ତି ବୃଦ୍ଧ ଦମ୍ପତି

ଦାରିଙ୍ଗବାଡ଼ି,୧ା୧୦(ଅରୁଣ ସାହୁ): ସରକାରଙ୍କ ମାଳମାଳ ଯୋଜନା ସେଥିମଧ୍ୟରୁ କିଛି ପ୍ରକୃତ ହିତାଧିକାରୀ ବାଦ୍‌ ପଡ଼ିଯାଉଛନ୍ତି। ସରକାରୀ ଯୋଜନା ପାଇଁ ବାରମ୍ବାର କାର୍ଯ୍ୟାଳୟକୁ ଦୌଡ଼ି ନୟାନ୍ତ ହେଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri