ନୂଆଦିଲ୍ଲୀ,୨୧ା୮(ଆଇଏଏନ୍ଏସ୍): ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ୬ ଜଣ ଅବସରପ୍ରାପ୍ତ ପ୍ରଶାସନିକ ଓ ସେନା ଅଧିକାରୀ ସୁପ୍ରିମକୋର୍ଟରେ ପିଟିଶନ ଦାଏର କରିଥିବା ବେଳେ ଏହା ବିରୋଧରେ କଶ୍ମୀରୀ ପଣ୍ଡିତମାନଙ୍କର ଏକ ସଂଗଠନ ମଙ୍ଗଳବାର କ୍ୟାଭିଟ୍ ଦାଖଲ କରିଛି। କଶ୍ମୀରୀ ପଣ୍ଡିତ ସମ୍ପ୍ରଦାୟର ପ୍ରତିନିଧିତ୍ୱ କରୁଥିତ୍ବା ରୁଟ୍ସ ଇନ୍ କଶ୍ମୀର (ଆର୍ଆଇକେ) ଆଇନଜୀବୀ ବିମଲ ରାୟ ଜାଦ୍ଙ୍କ ଜରିଆରେ ସୁପ୍ରିମକୋର୍ଟରେ ଏହି କ୍ୟାଭିଟ୍ ଦାଖଲ କରିଛି। ଶୁଣାଣିରେ ସେମାନଙ୍କୁ ସାମିଲ ନ କରି ପିଟିଶନ ଉପରେ କୌଣସି ରାୟ ପ୍ରଦାନ ନ କରିବାକୁ ଉକ୍ତ ସଂଗଠନ ଅନୁରୋଧ କରିଛି।