ନୂଆଦିଲ୍ଲୀ,୧୧।୭: ସୁପ୍ରିମ୍କୋର୍ଟ ଆଇନଜୀବୀ ଇନ୍ଦିରା ଜୟସିଂ ଓ ଆନନ୍ଦ ଗ୍ରୋଭରଙ୍କ ଘରେ ଏବଂ କାର୍ଯ୍ୟାଳୟରେ ଗୁରୁବାର ସିବିଆଇ ପକ୍ଷରୁ ଚଢ଼ାଉ ଆରମ୍ଭ ହୋଇଛି। ସେମାନଙ୍କ ପାଖକୁ ବିଦେଶରୁ ଆସୁଥିବା ପାଣ୍ଠିକୁ ନେଇ ଏହି ଚଢ଼ାଉ କରାଯାଉଥିବା କୁହାଯାଉଛି। ଦିଲ୍ଲୀ ଏବଂ ମୁମ୍ବାଇରେ ଥିବା ସେମାନଙ୍କ ଘରେ ମଧ୍ୟ ଚଢ଼ାଉ କରାଯାଇଛି। ସୂଚନାଯୋଗ୍ୟ, ଇନ୍ଦିରା ଜୟସିଂ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ୟୁପିଏ ସରକାରଙ୍କ ସମୟରେ ଅତିରିକ୍ତ ସଲିସିଟର ଜେନେରାଲ ଭାବେ ନିଯୁକ୍ତ ହୋଇଥିଲେ। ସେ ନିଜ ପଦବୀର ଦୂରୁପଯୋଗ କରିଥିବା ଅଭିଯୋଗ ହୋଇଥିଲା।