ନୂଆଦିଲ୍ଲୀ,୧୯।୮: ତହଲକାର ପୂର୍ବତନ ମୁଖ୍ୟ ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମ୍ କୋର୍ଟରେ ଝଟ୍କା ଲାଗିଛି। ଏଣିକି ତାଙ୍କ ବିରୋଧରେ ସହକର୍ମୀଙ୍କୁ ବଳାତ୍କାର ଓ ଯୌନ ଉତ୍ପୀଡ଼ନ ମାମଲାର ଶୁଣାଣି ଆରମ୍ଭ ହେବ। ଏହା ସହିତ ସର୍ବୋଚ୍ଚ ନ୍ୟାୟାଳୟ ଗୋଆ ଅଦାଲତ ଉପରେ ଏହି ମାମଲାରେ ଜାରି ରହିଥିବା ରୋକକୁ ହଟାଇ ଦେଇଛନ୍ତି। ଏହାର ବିଚାର ୬ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ନିମ୍ନ ଅଦାଲତକୁ ନିର୍ଦ୍ଦେଶ ଦିଆଯାଇଛି। ୨୦୧୭ରେ ଗୋଆର ନିମ୍ନ ଅଦାଲତ ତରୁଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା। ଏନେଇ ତରୁଣ ସୁପ୍ରିମ୍କୋର୍ଟରେ ଆବେଦନ କରିଥିଲେ। ସୂଚନାଯୋଗ୍ୟ, ୨୦୧୪ ମେ ଠାରୁ ତରୁଣ ଜାମିନରେ ରହିଛନ୍ତି। ୨୦୧୩ରେ ଗୋଆରେ ସେ ନିଜ ସହକର୍ମୀଙ୍କୁ ଏକ ପଞ୍ଚତାରକା ହୋଟେଲର ଲିଫ୍ଟରେ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ୨୦୧୩ ନଭେମ୍ବର ୩୦ରେ କ୍ରାଇମ୍ ବ୍ରାଞ୍ଚ୍ ତରୁଣଙ୍କୁ ଗିରଫ କରିଥିଲା।