ସୋନପୁର,୭।୯(ନି.ପ୍ର.): ଲଗାଣ ବର୍ଷା ଓ ହୀରାକୁଦ ଡ୍ୟାମରୁ ବନ୍ୟାଜଳ ନିଷ୍କାସନ ଯୋଗୁ ସୁବର୍ଣ୍ଣପୁର ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଶୁକ୍ରବାର ହୀରାକୁଦ ଡ୍ୟାମ୍ର ୧୨ଟି ଗେଟ୍ ଖୋଲାଯାଇଥିଲା ବେଳେ ଶନିବାର ୬ଟି ବନ୍ଦ କରାଯାଇଛି। ତେବେ ମହାନଦୀ ଫୁଲି ଉଠିଥିବାରୁ ବନ୍ୟାଜଳ ନିଷ୍କାସନ ହୋଇପାରିନି। ଜିଲାର ବୀରମହାରାଜପୁର-ରେଢ଼ାଖୋଲ ରାସ୍ତାର ପିତାମହୁଲର ବଉରି ଯୋର ପୋଲ ଉପରେ ୫ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି। ଫଳରେ ବୀରମହାରାଜପୁର-ଆଠମଲ୍ଲିକ, ବୀରମହାରାଜପୁର-ବୌଦ୍ଧ ଓ ବୀରମହାରାଜପୁର-ରେଢ଼ାଖୋଲକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।
Posted inଆମ ଜିଲା ଖବର, ସୁବର୍ଣ୍ଣପୁର