ଭୁବନେଶ୍ୱର,୧୫।୩(ବ୍ୟୁରୋ): ଓଡିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ସୁବ୍ରତ ବାଗ୍ଚୀଙ୍କୁ ରାଜ୍ୟ ସରକାର କରୋନା (କୋଭିଡ-୧୯) ସଚେତନତା ପାଇଁ ଗଠିତ ଆଇଇସି ଟିମ୍ର ଅଧ୍ୟକ୍ଷ ଭାବେ ମନୋନୀତ କରିଛନ୍ତି। ଏଥିସହିତ ତାଙ୍କୁ କରୋନା ବିଷୟରେ ସମସ୍ତ ସୂଚନା ଦେବା ଲାଗି ରାଜ୍ୟ ସରକାରଙ୍କ ମୁଖପାତ୍ର ଭାବେ ନିଯୁକ୍ତି ଦିଆଯାଇଛି। ସେ ଟିମ୍କୁ ଗାଇଡ କରିବା ସହ କରୋନା ସମ୍ବନ୍ଧରେ ସରକାରଙ୍କ ତରଫରୁ ନିଆଯାଉଥିବା ପ୍ରତିକାରମୂଳକ ପଦକ୍ଷେପ ସମ୍ପର୍କରେ ସୂଚନା ଦେବେ।