ଭୁବନେଶ୍ୱର,୨୧ା୧(ବ୍ୟୁରୋ)- ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଚଳିତ ଜାନୁୟାରୀ ୨୨ରେ ସୁରଟ ଯାତ୍ରା କରିବେ । ସେଠାରେ ସେ ଓଡ଼ିଶା ମହୋତ୍ସବ କମିଟି, ସୁରଟ ଆନୁକୂଲ୍ୟରେ ଆୟୋଜିତ ‘ଓଡ଼ିଶା ମହୋତ୍ସବ’ରେ ଉଦ୍ଘାଟକ ଭାବେ ଯୋଗଦେବେ । ସୁରଟର ଆମ୍ରୋଲିସ୍ଥିତ ରାଜୱାଡ଼ି ପାର୍ଟି ପ୍ଲଟ୍ଠାରେ ଆୟୋଜିତ ଏହି ମହୋତ୍ସବରେ ବିପୁଳ ଜନସମାଗମ ହେବ । ଗଞ୍ଜାମ ଜିଲାର ଅନେକ ବିଧାୟିକା ବିଧାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେବେ । ସେହିଭଳି ୨୩ରେ ବାଚସ୍ପତି ଡ. ପାତ୍ର ଭୁବନେଶ୍ୱର ଫେରିବେ । ସୁରଟରେ ପ୍ରାୟ ୭ ଲକ୍ଷରୁ ଊର୍ଦ୍ଧ୍ୱ ଓଡ଼ିଆ ବସବାସ କରୁଛନ୍ତି । ଓଡ଼ିଶାର ସଂସ୍କୃତି, ପରମ୍ପରା, ଐତିହ୍ୟ ଓ ନୃତ୍ୟ ଆଦିର ପ୍ରଦର୍ଶନ ପାଇଁ ଏହି ମହୋତ୍ସବ ଏକ ପ୍ରକୃଷ୍ଟ ମଞ୍ଚ ସାବ୍ୟସ୍ତ ହେବ ବୋଲି କୁହାଯାଉଛି।