ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ସମସ୍ତଙ୍କ ଚକିତ କରିଛି। ପ୍ରତିଭାସମ୍ପନ୍ନ କଳାକାର ସୁଶାନ୍ତଙ୍କ ମୃତ୍ୟୁରେ ବଲିଉଡ୍ ସ୍ତବ୍ଧ ହୋଇଯାଇଛି। ଟେଲି ସିରିଏଲ୍ରୁ ବଲିଉଡ୍କୁ ଆସି ବେଶ ସଫଳ ହୋଇଥିବା ସୁଶାନ୍ତଙ୍କୁ ମାତ୍ର ୩୪ ବର୍ଷ ହୋଇଥିଲା। ଅଭନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କ ସହ ଦୀର୍ଘଦିନ ଧରି ରିଲେସନସିପରେ ରହିଥିଲେ। ସୁଶାନ୍ତଙ୍କ ଆତ୍ମହତ୍ୟା ଖବରକୁ ସେ ସହଜରେ ଗ୍ରହଣ କରିପାରି ନ ଥିଲେ। ସେ ହତବାକ ହୋଇପଡି କୌଣସି ପ୍ରତିକ୍ରିୟା ଦେଇପାରି ନ ଥିଲେ। ସିରିୟଲ୍ ‘ପବିତ୍ର ରିସ୍ତା’ରେ ଏକାଠି କାମ କରୁଥିବାବେଳେ ଉଭୟଙ୍କ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ସୁଶାନ୍ତ ଫିଲ୍ମ ଜଗତରେ ପ୍ରତିଷ୍ଠିତ ହେବା ପରେ ଉଭୟଙ୍କ ବ୍ରେକ୍ଅପ୍ ହୋଇଯାଇଥିଲା।