ନୂଆଦିଲ୍ଲୀ,୨।୫: ଭାରତୀୟ ନୌସେନାର ୩୮ ଜଣ ଯବାନ କରୋନା ଭାଇରସରେ ସଂକ୍ରମିତ ହେବା ପରେ ଏବେ ସେମାନଙ୍କ ମଧ୍ୟରୁ ୧୨ ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବା ସୂଚନା ମିଳିଛି। ଶନିବାର ନୌସେନାର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଏବେ ଆଉ ୨୬ ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ ସେମାନେ ଖୁବ୍ଶୀଘ୍ର ସୁସ୍ଥ ହୋଇଯିବେ ବୋଲି ନୌସେନାର ଭାଇସ ଚିଫ୍ ଆଡମିରାଲ ଜି ଅଶୋକ କୁମାର କହିଛନ୍ତି। ସୂଚନାଯୋଗ୍ୟ, ଗତ ମାସରେ ମୁମ୍ବାଇର ଆଙ୍ଗ୍ରେ ନାଭାଲ ବେସ୍ରେ ଏହି ୩୮ ନୌସେନାଙ୍କ ନମୁନା ପଜିଟିଭ ଆସିବା ପରେ ସେମାନଙ୍କୁ ଚିକିତ୍ସା କରାଯାଉଥିଲା।