ଶ୍ରୀନଗର,୩।୯: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଓ ୩୫(ଏ) ହଟାଇ ଦିଆଯିବା ପରେ ସେଠାରେ ଏବେ ଭିନ୍ନ ବାତାବରଣ ଦେଖିବାକୁ ମିଳିଛି। ଗୋଟିଏ ଦିନ ପୂର୍ବରୁ ଏଠାକାର ଶହ ଶହ ଯୁବକ ସେନାରେ ଭର୍ତ୍ତି ହୋଇଥିବା ବେଳେ ମଙ୍ଗଳବାର ପୁଣି ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ମଙ୍ଗଳବାର ସକାଳେ ସେନାରେ ଯୋଗ ଦେବାପାଇଁ ଏକ ପରୀକ୍ଷାର ଆୟୋଜନ କରାଯାଇଥିଲା। ଆଉ ଏହି ପରୀକ୍ଷାରେ ଜମ୍ମୁ-କଶ୍ମୀରର ଶହ ଶହ ଯୁବକ ଯୋଗ ଦେଇଥିଲେ। ଏହାକୁ ଦେଖିବା ପରେ ଅନୁମାନ କରାଯାଉଛି କି ଏବେ ଏମାନେ ସେନାରେ ଭର୍ତ୍ତି ହେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। କାରଣ ଏମାନେ ପୂର୍ବରୁ ସୁରକ୍ଷା କଥା ଚିନ୍ତା କରି ସେନାରେ ଭର୍ତ୍ତି ହେବାକୁ ଏତେଟା ଆଗ୍ରହ ପ୍ରକାଶ କରୁ ନଥିଲେ।