ଲାଠୋର,୧୫।୫ (ଡି.ଏନ.ଏ.): ବଏସ୍ ପାଖାପାଖି ଶହେ। ଜୀବନ୍ର ଶେଷ ମୁଡ଼ସାକେ ଛିଁ ସାରିଛନ୍। ହେଲେ ଆଏଜ୍ ବି ସେ ସେବା ମନ୍ବୁରତିକେ ଛାଡ଼ି ନାଇଁପାରି। ଆସେପାସେ ଯାହାର ଯେନ୍ ସୁବିଧା ଅସବିଧା, ଡାକ୍ଦେଉନ କି ନାଇଁ ଦେଉନ ସେଠାନେ ଯାଇ ସେ ଭିଡ଼ି ପଡ଼ୁଛନ୍। ଏନ୍ତା ଝନେ ମମତା ଭରା ଉଦାର ହୁରୁଦ୍ର ମହିଲା ହେଉଛନ୍ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ ମାଲପଡ଼ା ଗଁାର ଗୁଞ୍ଜ ବିଶି। ଅଂଚଲରେ ଲୋକ୍ ତାହାକୁ ଗୁଞ୍ଜ ମା’ ହିସାବେ ଜାନିଛନ୍।
ସୂଚନା ହିସାବେ ଖପ୍ରାଖୋଲ ବ୍ଲକ ମାଲପଡ଼ା ଗଁାର ଗୁଞ୍ଜ ବିଶିକର ପରିବାର କହେଲେ ଦୁଇ ଝି’ ଆର ଗୁଟେ ବଲି ପୁଓକେ ନେଇ ତାକର ସଁସାର। ଆପ୍ନେ ଗଣ୍ଡା ବିଶି ଆଏଜ୍କେ ୫୦ ବଛର ତଲୁ ଆରପାରକେ ଚାଲିଯାଇଛନ୍। ବଡ଼ଖା ଝି’ କୈକେୟା ବିହାଚୁରା ହେଇ ନିଜର ଘର ସଁସାର କରି ରହୁଛନ୍। ପୁଓ ରାନୁ ବିଶି ବି ନିଜର କୁଟୁମବାଟୁମ ଧରି ରହୁଛନ୍। ଏନ୍ତାଥି ଗୁଞ୍ଜ ମା’ ତାକର ସାନ ଝି’ ସୂତୟା ପାସେ ରହୁଛନ୍। ଗୁଞ୍ଜ ମା’ ବହୁତ ବଛର ତଲେ ପାଟଣାଗଡ଼ରେ ୧୫ ଦିନ୍ ଲାଗି କଣ୍ଟ୍ରିଧାଇ ତାଲିମ ନେଇ ଅଂଚଲରେ ସୁଆସ୍ତିଅ ସେବା ଯୁଗେଇ ଆସୁଥିଲେ। ସେ ଅଂଚଲର ଅନେକ ଗରଭବତୀ ମହିଲାକୁଁ ସଫଲତାର ସହିତ ପିଲାତି କରିଛନ୍। ବନେ ବଛରକେତେ କଣ୍ଟ୍ରିଧାଇ କାମ କଲା ଉତାରୁ ମାସିକ ୨୦ ଟଁକା ଦରମାରେ ମହିଳା ଓ ଶିଶୁ ବିକାଶ ବିଭାଗ ଦୁଆରା ପରିଚାଲିତ ମାଲପଡ଼ା ଅଙ୍ଗନଓ୍ବାଡି କେନ୍ଦ୍ରରେ ସାହାଯ୍ କାରନୀ ହିସାବେ ଯୋଗ ଦେଇଥିଲେ। ସେଠାନେ ୩୫ ବଛରୁ ଅଧ୍କା ଗଁାର ଛୁଆପୁତା ଆର ଗରଭବତୀ ମହିଲାକୁଁ ସେବା ଯୁଗେଇ ଆସୁଥିଲେ। ହେଲେ ବଏସ୍ ଅଧ୍କା ହେଲାରୁ ଚାକରି ଛାଡ଼ି ସେ କାମଟା ନିଜର ସାନ ଝି’ ସୂତୟାକେ ସମରପି ଦେଲେ। ଏହେଦେ ବଏସର ଶେଷ ମୁଡ଼ସାକେ ପୁହୁଁଚିଥିଲେ ବି ସେ ବେଶ୍ ଚଲଚଁଚଲ, ସବୁବେଲେ ଉଦାର ମନ୍ଭାବ। ନିଜର ଗଁା ଆର ଆସର ପାସର ଗଁାଗଁଡ଼ାରେ ଡକା ଅଡକା ଲୁକ୍କର ସୁଖ୍ଦୁଖ୍ରେ ସାମିଲ ହେଇ ସେବା ଯୁଗଉଛନ୍। ଏନ୍ତା କି ଅଂଚଲରେ କେହେନ୍ସି ସରକାରୀ ବେସରକାରୀ କାଯ୍କରମ ହେଲେ ସେଠାନେ ବି ହାବ୍ଡ଼ି ପଡ଼ୁଛନ୍ ଆର ତାକର ଦୁଆରା ଯେନ୍ଟା ହେଉଛେ ସେ କରୁଛନ୍। ହେଲେ ଇ ସେବାର ଲାଗି ସେ କେଭେ କାହାରନୁ ଟଁକେ ଶୁକେ ଆଶ୍ ନାଇଁକରନ। ତାକର ଇ ସେବା ମନବୁରତି ଆର ଉଦାରବାଦି ଚିନ୍ତାଧାରାର ଲାଗି ଅଂଚଲରେ ସଭେ ଆଦର ସହକାରେ ଗୁଞ୍ଜ ମା’ ବିଲି ଡାକୁଛନ୍। ହେଲେ ଆଏଜ୍ ଇ ମହିଲା ଅଭାବ ଅନାଟନ ଲାଗି ଘରଖଁଡ଼େ ଅଭାବୁ ଗୁଟେ ଭଂଗା ଦଦ୍ରା ଖପର ଘରେ ପଲିଥିନ୍ ଢ଼ାପି ରହୁଛନ୍। ଘରେ କବାଟଟେ ବି ନଁାଇଁନ। ସରକାରୀ ସୁବିଧା କହେଲେ ସେ ମାସିକ ପାଉଥିବାର ୩୫ କେ.ଜି. ଚାଉଲ ଆର ୫ଶହ ଟଁକା ଭତା। ଅଭାବ ଅନାଟନ, ଦୁଖ୍ସୁଖ ଭିତରେ ସଁଥ୍ଲି ହେଉଥିଲେ ବି ଉଦାରବାଦି ଚିନ୍ତାଧାରାର ଗୁଞ୍ଜ ମା’ କାହାରି ଉପରେ କିଛି ଅଭିଯୋଗ ନାଇଁ କରବାର। ଆଏଜ୍ ବି ସବୁବେଲେ ତାହାକୁ ଲୁକ୍କର ସୁଖ୍ଦୁଖ୍ର ଚିନ୍ତା ଲାଗିଛେ।