ସେବାଶ୍ରମରେ ଅବ୍ୟବସ୍ଥା, ଗ୍ରାମବାସୀଙ୍କ ପ୍ରତିବାଦ

ବରଗଡ଼ ଅଫିସ୍‌,୨୭।୭
ବରଗଡ଼ ବ୍ଲକ ଅନ୍ତର୍ଗତ ପ୍ରଧାନପାଲି ସେବାଶ୍ରମ ସ୍କୁଲରେ ଖୋଦ୍‌ ପ୍ରଧାନସେବକ ସ୍କୁଲର ସେବିକା ତଥା ଅନ୍ତେବାସିନୀ ପିଲାମାନଙ୍କୁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ଏ ନେଇ ସେବାଶ୍ରମ ସ୍କୁଲର କର୍ମଚାରୀମାନେ ଗତ ସୋମବାର ଜିଲା ମଙ୍ଗଳ ଅଧିକାରୀ ଭାରତ ଭୂଷଣ ବିଶ୍ୱାଳଙ୍କୁ ଫେରାଦ ହୋଇ ପ୍ରଧାନସେବକ କ୍ଷୀରେଶ୍ୱର ତାଣ୍ଡିଙ୍କ ବିରୋଧରେ ଅଭିଯୋଗ ଆଣିଥିବାବେଳେ ଶୁକ୍ରବାର ଗ୍ରାମବାସୀ ତାଣ୍ଡିଙ୍କୁ ଘେରି ପ୍ରତିବାଦ ଜଣାଇଥିଲେ । ତେବେ ଏ ନେଇ ତାଣ୍ଡିଙ୍କ ମତାମତ ମିଳିପାରି ନାହିଁ । ଅନ୍ୟପଟେ ଶୁକ୍ରବାର ଉକ୍ତ ସ୍କୁଲକୁ ତଦନ୍ତରେ ଆସିଥିବା ଜିଲା ମଙ୍ଗଳ ଅଧିକାରୀ ବିଶ୍ୱାଳ କହିଛନ୍ତି, ମନୋମାଳିନ୍ୟ ଯୋଗୁ ସେଭଳି ପରିସ୍ଥିତି ଉପୁଜିଥିଲା ଏବଂ ତାର ମୀମାଂଶା ହୋଇଯିବ । ମାତ୍ର ସେବିକା ତଥା ଅନ୍ତେବାସିନୀ ପ୍ରଧାନସେବକଙ୍କୁ ସ୍କୁଲରୁ ବଦଳି କରି ନୂତନ ଜଣେ ପ୍ରଧାନସେବକଙ୍କୁ ଅବସ୍ଥାପିତ କରିବାକୁ ଦାବି କରିଛନ୍ତି । ସେହିପରି ଗ୍ରାମବାସୀ ଏଭଳି ଦାବିରେ ଅଡ଼ି ବସି ପ୍ରଧାନସେବକ ତାଣ୍ଡିଙ୍କୁ ସେବାଶ୍ରମ ସ୍କୁଲରୁ ହଟା ନ ଗଲେ ଆଗକୁ ଆନ୍ଦୋଳନ ଆହୁରି ବ୍ୟାପକ ହେବ ବୋଲି ଚେତାବନୀ ଦେଇଛନ୍ତି ।
ପ୍ରକାଶ ଯେ, ଉକ୍ତ ସେବାଶ୍ରମ ସ୍କୁଲ ହଷ୍ଟେଲରେ ୬୩ଜଣ ଅନ୍ତେବାସିନୀ ତଥା ଛାତ୍ରୀ ଅଛନ୍ତି । ଭଲ ପରିବେଶରେ ରହି ଉତ୍ତମ ଶିକ୍ଷାଦାନ ପାଇବା ଆଶା ନେଇ ଅଭିଭାବକମାନେ ସେମାନଙ୍କୁ ଏଠାରେ ଛାଡ଼ିଛନ୍ତି । ମାତ୍ର ସ୍କୁଲର ପଛପଟ ପାଚେରୀ ଭାଙ୍ଗି ଯାଇଥିବା ସତ୍ତ୍ବେ ତାକୁ ମରାମତି କରାଯାଉ ନାହିଁ । ସେମାନଙ୍କୁ ଠିକ୍‌ଭାବେ ଖାଦ୍ୟପେୟ ମଧ୍ୟ ଦିଆଯାଉନାହିଁ ବୋଲି ଛାତ୍ରୀଛାତ୍ର ଅଭିଯୋଗ କରିଛନ୍ତି । କିଛିଦିନ ପୂର୍ବରୁ ଭାତ, ଡାଲି ବଦଳରେ ଦୀର୍ଘଦିନ ଧରି କେବଳ ଚୂଡ଼ା, ଚିନି ଦିଆଯାଇଥିଲା । ଯେତେବେଳେ ଡାଲି ଦିଆଯାଉଛି, ତାହା ମଧ୍ୟ ଖାଇବା ଉପଯୋଗୀ ହେଉ ନ ଥିବା ଅଭିଯୋଗ ହେଉଛି । ଆଗରୁ ସବୁ ଠିକ୍‌ଠାକ୍‌ ଥିଲା ଏବଂ ପ୍ରଧାନସେବକ ତାଣ୍ଡି ଯୋଗଦାନ କରିବା ପରେ ତାହା ଅବ୍ୟବସ୍ଥିତ ହୋଇ ପଡ଼ିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି ।
ସ୍କୁଲର ସେବିକା ମୋନାଲିସା ମହାପାତ୍ର କହିଛନ୍ତି, ପ୍ରଧାନସେବକଙ୍କ ବ୍ୟବହାର ଠିକ୍‌ ନାହିଁ । ଏପରିକି ବିଭିନ୍ନ ନୋଟିସ୍‌ରେ ନିଜ ଅନିଚ୍ଛା ସତ୍ତ୍ବେ ଦସ୍ତଖତ କରିବାକୁ ବାଧ୍ୟ କରୁଛନ୍ତି । ଆଗରୁ ପ୍ରାୟ ମାସେ ଧରି ପିଲାମାନଙ୍କୁ କେବଳ ଚୂଡ଼ା, ଚିନି ଖାଇବାକୁ ଦିଆଯାଇଥିଲା । ଏହା କଣ ମାନସିକ ନିର୍ଯାତନା ନୁହେଁ କି ବୋଲି ମହାପାତ୍ର ପ୍ରଶ୍ନ କରିଛନ୍ତି । ସେହିପରି ଆଉ ଜଣେ ସେବିକା ରଞ୍ଜିତା ରଥ କହିଛନ୍ତି, ଆମେ ଜଣେ ଭଦ୍ର ପ୍ରଧାନସେବକ ଚାହୁଁଛୁ । ପ୍ରଧାନସେବକ ତାଣ୍ଡି ଏଠାରେ ଯୋଗଦାନ କଲା ପରଠାରୁ ସବୁବେଳେ ମାନସିକ ନିର୍ଯାତନା ଦେଇ ଆସୁଛନ୍ତି । ଗର୍ଭବତୀ ଥିବା ସତ୍ତ୍ବେ ସେବିକାଙ୍କୁ ଚାଉଳ ଆଣିବା ପାଇଁ ଏଫସିଆଇକୁ ପଠାଉଛନ୍ତି। ଯିଏ ଛୁଆମାନଙ୍କୁ ଭଲଭାବେ ଖାଇବା, ପିଇବା ଦେବାର ବ୍ୟବସ୍ଥା କରିବା ସହିତ ସ୍କୁଲକୁ ଶୃଙ୍ଖଳିତ ରଖିପାରିବେ, ସେଭଳି ଜଣେ ପ୍ରଧାନସେବକ ଏଠାରେ ନିଯୁକ୍ତି ଦେଲେ ଭଲ ହୁଅନ୍ତା । ତେବେ ପ୍ରଧାନସେବକଙ୍କ ଆଚରଣ ନେଇ ଅନ୍ତେବାସିନୀ ଛାତ୍ରୀଛାତ୍ର, ସେବିକାଙ୍କଠାରୁ ଆରମ୍ଭ କରି ଅଭିଭାବକ ଓ ଗ୍ରାମବାସୀ ଏଭଳି ଅଭିଯୋଗ ଆଣୁଥିବାବେଳେ ଆଗକୁ ଜିଲା ମଙ୍ଗଳ ବିଭାଗ କିଭଳି କାର୍ଯ୍ୟାନୁଷ୍ଠାନ ନେଉଛି, ତାହା ଆଗାମୀ ଦିନରେ ଜଣାପଡ଼ିବ ।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ପଡ଼ିଲା ଭରତପୁର ଥାନା ମାମଲା: ବଦଳିଲେ ଟ୍ୱିନ୍ ସିଟି କମିଶନର, ଭୁବନେଶ୍ୱର ଡିସିପି

ଭୁବନେଶ୍ୱର,୨୯।୯: କମିସନରେଟ ପୋଲିସ ଉପରେ ଭାରି ପଡିଛି ଭରତପୁର ଥାନା ମାମଲା। ଏକାସାଙ୍ଗରେ ବଦଳିଛନ୍ତି କଟକ-ଭୁବନେଶ୍ୱର କମିଶନର ସଞ୍ଜୀବ ପଣ୍ଡା ଏବଂ ଭୁବନେଶ୍ୱର ଡିସିପି ପ୍ରତୀକ...

ଆଇପିଏସ ସ୍ତରରେ ବଡ଼ ଅଦଳବଦଳ: ବଦଳିଲେ ଟ୍ୱିନ୍ ସିଟି ପୋଲିସ କମିଶନର

ଭୁବନେଶ୍ୱର,୨୯।୯: ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ଓଡିଶା ସରକାର। ଭରତପୁର ଥାନା ମାମଲାରେ ବଦନାମ ହୋଇଥିବା କମିସନରେଟ ପୋଲିସ ମୁଖ୍ୟ ସଞ୍ଜୀବ ପଣ୍ଡାଙ୍କୁ...

Featured Video Play Icon

ଅକ୍ଟୋବର ୯ରେ ଭିଲେନ୍: ଶୁଣନ୍ତୁ ଫିଲ୍ମକୁ ନେଇ କ’ଣ କହୁଛନ୍ତି …

ଅକ୍ଟୋବର ୯ରେ ରିଲିଜ ହେବ ଓଡ଼ିଆ ଚଳଚ୍ଚିତ୍ର ଭିଲେନ୍ । ଏହି ଚଳଚ୍ଚିିତ୍ରରେ ନଜର ଆସିବେ ଅଭିନେତା ଅଦେ୍ର୍ଧନ୍ଦୁ ଏବଂ ଅଭିନେତ୍ରୀ ତମ୍ମନା । ତେବେ...

EKYC ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ: ବନ୍ଦ ହେବ…

ଭୁବନେଶ୍ୱର,୨୯।୯: EKYC ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ରବିବାର ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ ପାତ୍ର କହିଛନ୍ତି, ଶେଷ ଲୋକର EKYC ନ...

Featured Video Play Icon

ଦଶହରା ପୂବର୍ବରୁ ସୁଭଦ୍ରା ଭେଟି

ଦ୍ୱିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା ପାଇଁ ଲାଗି ରହିଥିବା କଳ୍ପନା ଜଳ୍ପନାର ଏକ ପ୍ରକାର ଅନ୍ତ ଘଟିଛି। ଦ୍ବିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା ଅକ୍ଟୋବର ୯ରେ...

ପୁଣି ବିଜେଡିକୁ ଟାର୍ଗେଟ କଲେ ମୋହନ, ଏଥର କହିଦେଲେ ବଡ଼ କଥା..

ଯାଜପୁର,୨୯।୯: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତ୍‌ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇ ରବିବାର ଯାଜପୁର ଜିଲାର ବଡ଼ଚଣା...

ବଡ଼ଚଣାରେ ଗର୍ଜିଲେ ମୋହନ, କହିଲେ ସ୍ମିତାରାଣୀ ମୃତ୍ୟୁ ମାମଲାର ହେବ ତଦନ୍ତ, ଦୋଷୀଙ୍କୁ ମିଳିବ…

ଯାଜପୁର,୨୯ା୯: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଯାଜପୁର ଜିଲାର ବଡ଼ଚଣା ନିର୍ବାଚନମଣ୍ଡଳୀ ଗସ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍‌ କି ବାତ୍‌ ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri