ଚଣ୍ଡିଗଡ, ୬।୬: ସେଲଫି ନେବାକୁ ଆସିଥିବା ଜଣେ ଯୁବକଙ୍କୁ ଠେଲିଦେଇଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର। କରନଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାଗ ନେଇଥିବାବେଳେ ଜଣେ ଯୁବକ ଖଟ୍ଟରଙ୍କ ପାଖକୁ ସେଲଫି ନେବାକୁ ଆସିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ଯୁବକଙ୍କୁ ଠେଲି ଦେଇଥିଲେ ମୁଖ୍ୟମନ୍ତ୍ରୀ। ସୂଚନାଯୋଗ୍ୟ, ଗତ ଫେବ୍ରୁଆରୀରେ ଜଣେ ଦମ୍ପତ୍ତି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଆସିଥିବାବେଳେ ତାଙ୍କୁ ଗାଳି ଦେଇଥିଲେ। ଅନେକ ସମୟରେ ମିଡିଆକର୍ମୀଙ୍କ ଉପରେ ମଧ୍ୟ ରାଗୁଥିବାର ଦେଖାଯାଇଛି।