ନୂଆଦିଲ୍ଲୀ, ୨।୨: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଛି। ତାଙ୍କୁ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କେଉଁ କାରଣ ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ତାହା ସୂଚନା ମିଳିପାରି ନାହିଁ। ଗତ କିଛିବର୍ଷ ହେବ ୭୩ ବର୍ଷୀୟ ସୋନିଆଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍ ନ ଥିବାରୁ ସେ ରାଜନୀତିରେ ମଧ୍ୟ ସେତେଟା ସକ୍ରିୟ ନାହାନ୍ତି। ଆଗ ଅପେକ୍ଷା ସେ ନିର୍ବାଚନ ର଼୍ୟାଲିରେ ଖୁବ୍ କମ୍ ନଜର ଆସୁଛନ୍ତି। ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦ ଛାଡିବା ପରେ ବାଧ୍ୟ ହୋଇ ସେ ଦଳର ମଙ୍ଗ ସମ୍ଭାଳିଥିଲେ।