ନୂଆଦିଲ୍ଲୀ,୨୦।୫: ଲୋକ ସଭା ନିର୍ବାଚନ ଫଳାଫଳକୁ ନେଇ ରାଜନୀତି ସରଗରମ ଥିବା ବେଳେ ବିରୋଧୀ ନେତା ଚନ୍ଦ୍ରାବାବୁ ନାଇଡୁ ରବିବାର ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି। ଫଳାଫଳ ଘୋଷଣା ହେବା ପୂର୍ବରୁ ଚନ୍ଦ୍ରାବାବୁ ବିପକ୍ଷଙ୍କୁ ଏକଜୁଟ କରିବାରେ ବ୍ୟସ୍ତଥିବା ଆଲୋଚନା ହେଉଛି। ତେବେ ୨୪ ଘଣ୍ଟା ମଧ୍ୟରେ ସେ ଦ୍ୱିତୀୟ ଥର ଲାଗି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି। ଏହାସହ ସେ ଏନ୍ସିପି ଅଧ୍ୟକ୍ଷ ଶରଦ ପାଓ୍ବାର, ବାମପନ୍ଥୀ ଓ ସିପିଏମ୍ ମହାସଚିବ ସିତାରାମ ୟେଚୁରିଙ୍କ ସହ ମଧ୍ୟ ସାକ୍ଷାତ୍ କରିଛନ୍ତି। ସୂଚନାଯୋଗ୍ୟ, ଶନିବାର ଚନ୍ଦ୍ରାବାବୁ ରାହୁଲ ଗାନ୍ଧୀ, ଶରଦ ପାଓ୍ବାର, ଅଖିଳେଶ ଯାଦବ ଓ ମାୟାବତୀଙ୍କ ସହ ସାକ୍ଷାତ କରିଥିଲେ।