ନୂଆଦିଲ୍ଲୀ,୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସୋସିଆଲ ମିଡିଆ ଛାଡିବା କଥା ଚିନ୍ତା କରୁଛନ୍ତି ବୋଲି କହିଥିଲେ। ଟୁଇଟ୍ କରି ସେ ଫେସବୁକ୍, ଟୁଇଟର, ଇନଷ୍ଟାଗ୍ରାମ ଓ ୟୁଟ୍ୟୁବ ଭଳି ସୋସିଆଲ ମିଡିଆ ଛାଡିବା କଥା ଚିନ୍ତା କରୁଛନ୍ତି ବୋଲି କହିଥିଲେ। ଏହି ସୂଚନା ସେ ତାଙ୍କ ବ୍ୟକ୍ତିଗତ ଟୁଇଟର ହ୍ୟାଣ୍ଡେଲ @narendramodiରେ ଦେବା ସହ ଏହାକୁ ଫେସବୁକରେ ପୋଷ୍ଟ କରିଦେଇଥିଲେ। ଏହାପରେ ମୋଦିଙ୍କ ପ୍ରଶଂସକ ତାଙ୍କୁ ସୋସିଆଲ ମିଡିଆ ନ ଛାଡିବାକୁ ଅନୁରୋଧ କରିବା ଆରମ୍ଭ କରିଥିଲେ। ଆଉ ଖୁବ୍ କମ୍ ସମୟ ମଧ୍ୟରେ #NoSir ଟପ୍ ଟ୍ରେଣ୍ଡରେ ନଜର ଆସିଲା। ଭାରତରେ ଏହା ଟପ୍ ଟ୍ରେଣ୍ଡରେ ଥିବା ବେଳେ #NarendraModi ଦ୍ୱିତୀୟ ସ୍ଥାନରେ ଓ #modiji ତୃତୀୟ ସ୍ଥାନରେ ଟ୍ରେଣ୍ଡ କରିବାକୁ ଲାଗିଛି। ସୂଚନାଯୋଗ୍ୟ, ବିଶ୍ୱରେ ରାଜନେତାଙ୍କ ମଧ୍ୟରେ ସର୍ବାଧିକ ସୋସିଆଲ ମିଡିଆ ଫଲୋୟର୍ସ ତାଲିକାରେ ମୋଦିଙ୍କର ସ୍ଥାନ ରହିଛି। ଏବେ ତାଙ୍କ ସୋସିଆଲ ମିଡିଆ ଫଲୋୟର୍ସଙ୍କ ସଂଖ୍ୟା ରହିଛି ପାଖାପାଖି ୫ କୋଟି ୩୩ ଲକ୍ଷ। ଆଉ ମୋଦି ଏମାନଙ୍କ ମଧ୍ୟରୁ ପ୍ରାୟ ୨୩୭୨ ଜଣଙ୍କୁ ଫଲୋ କରନ୍ତି ବୋଲି କୁହାଯାଏ।