ଛତ୍ରପୁର, ୧୧।୫( ଡି.ଏନ୍.ଏ.): ଗଞ୍ଜାମ ଜିଲାର କରୋନା ପଜିଟିଭର ଏକ ମିଥ୍ୟା ତାଲିକା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହା ଉପରେ କେହି ବିଶ୍ୱାସ କରନ୍ତୁ ନାହିଁୟ। ଏହାକୁ ସେୟାର କିମ୍ବା ଫରୱାର୍ଡ ମଧ୍ୟ କରନ୍ତୁ ନାହିଁ ବୋଲି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୋମବାର ଅପରାହ୍ନରେ ଟୁଇଟକରି ଅନୁରୋଧ କରିଛନ୍ତି। ଏହାକୁ ନେଇ ଡରିବାର ନାହିଁ। ଏଭଳି ତାଲିକା ଜିଲାପ୍ରଶାସନ ପ୍ରକାଶ କରେନି। ଗୁଜବ ପ୍ରତି ସଚେତନ ରହିବାକୁ ଜ଼ିଲ୍ଲାପାଳ କହିଛନ୍ତି। ଏଥିସହ ଉକ୍ତ ମିଥ୍ୟା ତାଲିକାର ଏକ ଫଟୋକୁ ଟ୍ବିଟରରେ ପୋଷ୍ଟ ମଧ୍ୟ କରିଛନ୍ତି ।
Posted inଆମ ଜିଲା ଖବର, କରୋନା ଭାଇରସ୍, ଗଞ୍ଜାମ, ରାଜ୍ୟ